ଉଦଳା, ୪।୫ : ଗଛରେ ବାଇକ ପଟି ହୋଇ ୨ ଯୁବକ ମୃତ । ଶରତ ଥାନା ଭଣ୍ଡାର ଛକ ନିକଟରେ ଘଟିଛି ମର୍ମନ୍ତୁଦ ଦୁର୍ଘଟଣା। ମୃତକ ୨ ଜଣ ରାଣୀପୋଖରୀ ଗ୍ରାମର ଡିବାର ତିରିଆ ଓ ବିର୍ସା ପୂର୍ତ୍ତି। ଗୁରୁତର ଜଣଙ୍କୁ ଉଦଳା ମେଡିକାଲରେ ଭର୍ତ୍ତି କରାଯାଇଛି।
ଶରତ ଅଞ୍ଚଳରୁ ବାଇକ ଯୋଗେ ୩ ଜଣ ଯୁବକ କଳମଗଡିଆ ଅଞ୍ଚଳକୁ ଆସୁଥିଲେ। ପ୍ରଧାନ ଦେହୁରୀ ସାହି ଛକ ନିକଟରେ ଭାରସାମ୍ୟ ହରାଇ ଏକ ଶାଳ ଗଛରେ ସିଧା ବାଡେଇ ହୋଇଥିଲା ବାଇକ। ଯାହା ଫଳରେ ଘଟଣାସ୍ଥଳରେ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟଜଣେ ଗୁରୁତର ହୋଇଛନ୍ତି। ରାଣୀପୋଖରୀ ଗ୍ରାମର ଡିବାର ତିରିଆ ଓ ବିର୍ସା ପୂର୍ତ୍ତିଙ୍କ ମୃତ୍ୟୁ ଘଟିଥିବା ବେଳେ ଅଶ୍ଵକୋଟି ଗ୍ରାମର ଗୋରା ପୂର୍ତ୍ତି ଗୁରୁତର ହୋଇଥିଲେ । ଗୁରୁତରଙ୍କୁ ସ୍ଥାନୀୟ ଲୋକେ ଚିକିତ୍ସା ନିମନ୍ତେ ଡାକ୍ତରଖାନା ପଠାଇ ଥିବା ବେଳେ ଅବସ୍ଥା ସଂକଟାପନ୍ନ ରହିଛି।ଖବର ପାଇ ଶରତ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।