ନୂଆଦିଲ୍ଲୀ,୧୭/୦୮: ଏସିଆ କପ୍ ୨୦୨୫ ପାଇଁ ଟିମ୍ ଇଣ୍ଡିଆ ଘୋଷଣା ହେବା ପୂର୍ବରୁ, ଏକ ବଡ଼ ପ୍ରଶ୍ନର ଉତ୍ତର ମିଳିଛି । ସେପ୍ଟେମ୍ବରରୁ ୯ରୁ ଆରମ୍ଭ ହେବାକୁଥିବା ଏହି ଟୁର୍ଣ୍ଣାମେଣ୍ଟରେ ସୂର୍ଯ୍ୟକୁମାର ଯାଦବଙ୍କୁ ଟିମ୍ ଇଣ୍ଡିଆର କମାଣ ସମ୍ଭାଳିବେ । ସେ ଫିଟନେସ୍ ଟେଷ୍ଟରେ ପାସ୍ ହେବା ପରେ ଏହି ନିଷ୍ପତ୍ତି ନିଆଯାଇଛି । ସ୍ପୋଟର୍ସ ହାର୍ନିଆ ସର୍ଜରୀ ପରେ ସେ ଏସିଆ କପ୍ ଖେଳିବେ କି ନାହିଁ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା । ହେଲେ ସୂର୍ଯ୍ୟକୁମାର ଫିଟନେସ୍ ପରୀକ୍ଷାରେ ପାସ୍ ହୋଇଛନ୍ତି । ଏହା ସହିତ ସେ ଅଧିନାୟକତ୍ବ କରିବା ନେଇ ମଧ୍ୟ ନିଷ୍ପତ୍ତି ନିଆଯାଇଛି ।
ସ୍କାଏ ଫିଟ୍, କରିବେ କ୍ୟାପ୍ଟେନ୍ସି- ଭାରତୀୟ ଟି-୨୦ ଦଳର ଅଧିନାୟକ ସୂର୍ଯ୍ୟକୁମାର ଯାଦବ କିଛି ସପ୍ତାହ ପୂର୍ବରୁ ହାର୍ନିଆ ଅସ୍ତ୍ରୋପଚାର କରିଥିଲେ । ସେବେଠୁ ସେ ରିହାବ ସେଣ୍ଟରରେ ରହିଥିଲେ । ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଏକ ରିପୋର୍ଟରେ ପ୍ରକାଶ ପାଇଛି ଯେ କିଛି ଦିନ ପୂର୍ବରୁ ସୂର୍ଯ୍ୟକୁମାର ବେଙ୍ଗାଲୁରୁରେ ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡର ସେଣ୍ଟର ଅଫ୍ ଏକ୍ସିଲେନ୍ସରେ ଥିଲେ । ଯେଉଁଠାରେ ଡାକ୍ତରୀ ଦଳ ତାଙ୍କର ଫିଟନେସ୍ ପରୀକ୍ଷା କରିଥିଲେ । ଏବେ ଏହି ପରୀକ୍ଷାର ଫଳାଫଳ ଆସିଛି । ଭାରତୀୟ ଅଧିନାୟକ ଏହି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ନିଜର ଫିଟନେସ୍ ପ୍ରମାଣ କରିଛନ୍ତି ।
ଏସିଆ କପ୍ ପୂର୍ବରୁ ସୂର୍ଯ୍ୟକୁମାରଙ୍କ ଫିଟ୍ ହେବା ଟିମ୍ ଇଣ୍ଡିଆ ଏବଂ ବିଶେଷକରି ଚୟନ କମିଟି ପାଇଁ ବଡ଼ ଆଶ୍ୱସ୍ତି ମିଳିଛି । ଏସିଆ କପ୍ ଟୁର୍ଣ୍ଣାମେଣ୍ଟ ପାଇଁ ଅଗଷ୍ଟ ୧୯ ତାରିଖରେ ଟିମ୍ ଇଣ୍ଡିଆ ଘୋଷଣା ହେବାକୁ ଯାଉଛି । ଏପରି ପରିସ୍ଥିତିରେ, ନୂଆ ଅଧିନାୟକ ବାଛିବାର କୌଣସି ଚ୍ୟାଲେଞ୍ଜ ରହିବ ନାହିଁ ଏବଂ ଦଳର ବ୍ୟାଟିଂ ମଧ୍ୟ ମଜବୁତ ହେବ । ବିସିସିଆଇର ଏକ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ କୁହାଯାଇଛି ଯେ, ସୁସ୍ଥ ହୋଇ ଫେରିଥିବା ସୂର୍ଯ୍ୟ ଦଳର ଅଧିନାକତ୍ୱ କରିବେ । ଚୟନ କମିଟି ବୈଠକରେ ମଧ୍ୟ ଯୋଗ ଦେବେ ।
ଅଧିକ ପଢନ୍ତୁ...ଯଦି ସୂର୍ଯ୍ୟକୁମାର ଆଉଟ୍ ହୁଅନ୍ତି... ଏସିଆ କପ୍ରେ କିଏ ନେବେ ନେତୃତ୍ୱ ? ରେସ୍ରେ ଏହି ୩ ଖେଳାଳି
ଗିଲ୍ଙ୍କ ଉପରେ ନିଷ୍ପତ୍ତି ହେବ ଚ୍ୟାଲେଞ୍ଜ- ମୁଖ୍ୟ ଚନୟକର୍ତ୍ତା ଅଜିତ୍ ଅଗରକରଙ୍କ ଅଧ୍ୟକ୍ଷତାରେ ବରିଷ୍ଠ ଚୟନ କମିଟି ଅଗଷ୍ଟ ୧୯ ତାରିଖରେ ବୈଠକ କରିବେ । ସେପ୍ଟେମ୍ବର ୯ ରୁ ୨୮ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ଏସିଆ କପ୍ ପାଇଁ ଦଳ ଚୟନ କରିବେ । ସୂର୍ଯ୍ୟଙ୍କ ପ୍ରତ୍ୟାବର୍ତ୍ତନ ସେମାନଙ୍କ କିଛି ସମସ୍ୟାକୁ କମ୍ କରିଛି, ତଥାପି ପ୍ରଶ୍ନ ରହିଛି ଯେ ଷ୍ଟାର ବ୍ୟାଟସମ୍ୟାନ୍ ଏବଂ ଟେଷ୍ଟ ଦଳର ଅଧିନାୟକ ଶୁଭମନ ଗିଲ୍ ଙ୍କୁ ସୁଯୋଗ ଦିଆଯିବ କି ? ଯଦି ସୂର୍ଯ୍ୟ ଫିଟ୍ ନ ହୋଇନଥାନ୍ତେ ତେବେ ଗିଲ୍ଙ୍କୁ ଅଧିନାୟକ ଭାବରେ ଦଳରେ ସାମିଲ କରାଯିବା ନେଇ ଚର୍ଚ୍ଚା ହେଉଥିଲା । କିନ୍ତୁ ବର୍ତ୍ତମାନ ତାଙ୍କ ଚୟନ ମଧ୍ୟ ନିଶ୍ଚିତ ମନେ ହେଉନାହିଁ ।