ପ୍ରମୂଖ ଖବର
  • ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅସୁସ୍ଥ
  • ||
  • ନୂଆପଡା : ପାଇଖାନା ଟାଙ୍କି ସେଣ୍ଟ୍ରିଂ ଖୋଲିବା ବେଳେ ଅଘଟଣ, ଶ୍ବାସରୁଦ୍ଧ ହୋଇ ୨ ଶ୍ରମିକ ମୃତ
  • ||
  • ପ୍ରଳୟଙ୍କରୀ ବନ୍ୟାରେ ଅସ୍ତବ୍ୟସ୍ତ ପାକିସ୍ତାନ, ୪୮ ଦିନରେ ଗଲାଣି ୬୫୦ ଜୀବନ
  • ||
  • ଢେଙ୍କାନାଳ : ୧୦୮ ଆମ୍ବୁଲାନ୍ସ ଦୁର୍ଘଟଣାଗସ୍ତ, ଚାପି ହୋଇ ରହିଥିବା ଡ୍ରାଇଭର ଉଦ୍ଧାର
  • ||
  • ଅସ୍ତରଙ୍ଗ ଏବଂ ଛତ୍ରପୁର ଆଇଆଇସି ନିଲମ୍ବିତ; ତଦନ୍ତ ରିପୋର୍ଟ ଦେବାକୁ ୨ ରେଞ୍ଜ ଆଇଜିଙ୍କୁ ଡିଜିପିଙ୍କ ନିର୍ଦ୍ଦେଶ
  • ||
  • ଚାଷୀ ପଞ୍ଜୀକରଣ ହେଲା ସରଳ; ବଂଶାନୁକ୍ରମିକ ପ୍ରମାଣପତ୍ର ବଦଳରେ ସେଲ୍ଫ ଡିକ୍ଲାରେସନରେ ରେଜିଷ୍ଟ୍ରେସନ
  • ||
  • ସୁନ୍ଦରଗଡ଼ : ଜୁଆ ଆଡ୍ଡାରେ ରେଡ୍‌; ୧୪ ଗିରଫ, ଲକ୍ଷାଧିକ ଟଙ୍କା ଜବତ
  • ||
  • ଶକ୍ତିଶାଳୀ ଭୂକମ୍ପ ଝଟକାରେ ଥରିଲା ଇଣ୍ଡୋନେସିଆ, ରିକ୍ଟର ସ୍କେଲରେ ତୀବ୍ରତା ୫.୭ ରେକର୍ଡ
  • ||
  • ସୁନ୍ଦରଗଡ଼: ଜୁଆ ଆଡ୍ଡା ଉପରେ ଚଢ଼ାଉ: ୧୪ ଜଣ ଗିରଫ
  • ||
  • ଶେରଗଡ ;ଦୁଇ ବସ୍ ମୁହାଁମୁହିଁ ଧକ୍କା, ଡ୍ରାଇଭର ଗୁରୁତର
  • ||
  • ଚମାଖଣ୍ଡି ଅଞ୍ଚଳର ଏକ ଗାଈ ଗୁହାଳରୁ ବିପୁଳ ପରିମାଣର ବିସ୍ଫୋରକ ଜବତ, ମାଓ ଲିଙ୍କ୍‌ ନେଇ ସନ୍ଦେହ
  • ||
  • କିସ୍ତୱାଡ଼ ପରେ କଠୁଆରେ ବାଦଳଫଟା ବର୍ଷା,୪ ମୃତ, ରେସ୍କ୍ୟୁ ଜାରି
  • ||
  • ପାକିସ୍ତାନରେ ବାଦଲଫଟା ବର୍ଷା: ମୃତ୍ୟୁ ସଂଖ୍ୟା ୩ଶହ ପାର୍, ରେସ୍କ୍ୟୁ ହେଲିକପ୍ଟର କ୍ରାସରେ ୫ ମୃତ
  • ||
  • ଉପରାଷ୍ଟ୍ରପତି ନିର୍ବାଚନ, ଆଜି ଚୂଡାନ୍ତ ହେବ NDA ପ୍ରାର୍ଥୀଙ୍କ ନାମ, ବସିବ ବିଜେପି ସଂସଦୀୟ ବୋର୍ଡ ବୈଠକ
  • ||
  • ଭାରତ ଫେରିଲେ ସୁନାପୁଅ ଗ୍ରୁପ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଳା,ଦିଲ୍ଲୀରେ ଭବ୍ୟ ସ୍ୱାଗତ
  • ||
  • ୧୮ରେ ଲଘୁଚାପ, ଦକ୍ଷିଣ ଓଡ଼ିଶାରେ ବର୍ଷା ସମ୍ଭାବନା; ଆଜି ମାଲକାନଗିରି ଓ କୋରାପୁଟରେ ପ୍ରବଳ ବର୍ଷିବ
  • ||

ବାପା ସଚିନ୍‌ଙ୍କ ପଥରେ ପୁଅ ଅର୍ଜୁନ ତେନ୍ଦୁଲକର; ବସୟରେ ବଡ଼ ଭାବିପତ୍ନୀ ସାନିଆ ଚାଣ୍ଡୋକ

Published By : Ankita S | August 17, 2025 1:23 PM

ନୂଆଦିଲ୍ଲୀ,୧୭/୦୮: ନିକଟରେ କ୍ରିକେଟ୍ କିମ୍ବଦନ୍ତୀ ସଚିନ୍ ତେନ୍ଦୁଲକରଙ୍କ ପୁଅ ଅର୍ଜୁନ ତେନ୍ଦୁଲକରଙ୍କ ନିର୍ବନ୍ଧ ସରିଛି । ତାଙ୍କ ନିର୍ବନ୍ଧକୁ ନେଇ ଏବେ ଚର୍ଚ୍ଚା ଜୋର୍ । ବାପା ସଚିନ୍‌ଙ୍କ ପରି ଭାରତୀୟ କ୍ରିକେଟରେ ସେଭଳି ନାଁ କମାଇ ପାରିନାହାନ୍ତି ଅର୍ଜୁନ ତେନ୍ଦୁଲକର ହେଲେ ବିବାହ ମାମଲାରେ ବାପାଙ୍କ ପଥ ଅନୁସରଣ କରିଛନ୍ତି । ଏପରି କହିବାର ଅର୍ଥ, ସଚିନ୍‌ଙ୍କଠାରୁ ତାଙ୍କ ପତ୍ନୀ ଅଞ୍ଜଳୀ ୫ ବର୍ଷ ବଡ଼ । ଠିକ୍ ସେହିପରି ଅର୍ଜୁନଙ୍କ ଭାବି ପତ୍ନୀ ମଧ୍ୟ ତାଙ୍କଠୁ ମଧ୍ୟ ବୟସରେ ବଡ଼ । ୨୫ ବର୍ଷୀୟ ଅର୍ଜୁନ ତେନ୍ଦୁଲକର ୨୬ ବର୍ଷୀୟ ସାନିଆ ଚାଣ୍ଡୋକଙ୍କୁ ବିବାହ କରିବେ । ଅଗଷ୍ଟ ୧୩ରେ ଦୁହିଁଙ୍କର ନିର୍ବନ୍ଧ ହୋଇଥିଲା ।

ଅର୍ଜୁନ ଓ ସାନିଆଙ୍କ ମଧ୍ୟରେ ଗୋଟିଏ ବର୍ଷରୁ ଅଧିକ ବୟସ ଗ୍ୟାପ୍ ରହିଛି । ଅର୍ଜନ ତାଙ୍କ ଭାବି ପତ୍ନୀ ସାନିଆଙ୍କଠୁ ବର୍ଷେ ସାନ । ଠିକ୍ ତାଙ୍କ ବାପା ସଚିନ୍ ତେନ୍ଦୁଲକରଙ୍କ ପରି । ସଚିନ୍‌ଙ୍କ ପତ୍ନୀ ଅଞ୍ଜଳି ତାଙ୍କଠୁ ୫ ବର୍ଷ ବଡ଼ । ୧୯୭୩ରେ ସଚିନ୍ ତେନ୍ଦୁଲକରଙ୍କ ଜନ୍ମ । ପତ୍ନୀ ଅଞ୍ଜଳିଙ୍କ ଜନ୍ମ ୧୯୬୭ରେ । ଦୁହିଁଙ୍କ ମଧ୍ୟରେ ୫ ବର୍ଷର ଫରକ୍‌ । ୧୯୯୫ରେ ଯେବେ ସଚିନ୍‌ ବିବାହ କଲେ ତାଙ୍କ ବୟସ ୨୨ ବର୍ଷ ଥିଲା । ଅଞ୍ଜଳିଙ୍କୁ ୨୭ ବର୍ଷ ହୋଇଥିଲା । ଏତେ ବର୍ଷ ତାରତମ୍ୟ ଥାଇ ବି ଦୁହିଁଙ୍କ ମଧ୍ୟରେ ଉତ୍ତର ବୁଝାମଣା ରହିଛି । ଦୁହିଁଙ୍କ ବୈବାହିକ ଜୀବନର କୌଣସି ସମସ୍ୟା ଆସିନାହିଁ ।

ସେହିପରି ଅଗଷ୍ଟ ୧୩ରେ ସାନିଆ ଚଣ୍ଡୋକଙ୍କ ସହ ସଚିନ୍‌ଙ୍କ ପୁଅ ଅର୍ଜୁନଙ୍କ ନିର୍ବନ୍ଧ ସରିଛି । ୧୯୯୯ ସେପ୍ଟେମ୍ବର ୨୪ରେ ଅର୍ଜୁନଙ୍କ ଜନ୍ମ । ୧୯୯୮ ଜୁନ୍ ୨୩ରେ ସାନିଆଙ୍କ ଜନ୍ମ । ଅର୍ଥାତ୍‌ ଅର୍ଜୁନଙ୍କଠୁ ସାନିଆ ପ୍ରାୟ ଦେଢ ବର୍ଷ ବଡ଼ । ଭଉଣୀ ସାରାଙ୍କଠୁ ଅର୍ଜୁନ ୨ ବର୍ଷ ସାନ । ବଡ଼ ଉଭଣୀଙ୍କ ବିବାହ ହୋଇନଥିବା ବେଳେ ଅଚାନକ୍‌ ଅର୍ଜୁନଙ୍କ ନିର୍ବନ୍ଧ ହେବା ସମସ୍ତଙ୍କୁ ଚକିତ କରିଛି ।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.