ପ୍ରମୂଖ ଖବର
  • ଶିମିଳିପାଳରେ ୫ ଶିକାରୀକୁ ବାନ୍ଧିଲା ସ୍ବତନ୍ତ୍ର ଏନଫୋର୍ସମେଣ୍ଟ ଟିମ୍, ୫ ଦେଶୀ ବନ୍ଧୁକ ଜବତ
  • ||
  • ପୂର୍ବତନ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ ଅସୁସ୍ଥ, ଘରୋଇ ହସ୍ପିଟାଲରେ ଭର୍ତ୍ତି
  • ||
  • ଇଣ୍ଡିଆ-ଇଂଲଣ୍ଡ ତୃତୀୟ ଟି-ଟ୍ବେଣ୍ଟି, ସିରିଜ କବଜା ଲକ୍ଷ୍ୟରେ ସୂର୍ଯ୍ୟସେନା, କର ବା ମର ସ୍ଥିତିରେ ବଟଲରବାହିନୀ
  • ||
  • ରାଜ୍ୟରେ ଉଭାନ ହେଲାଣି ଶୀତ, କଲବଲ କରୁଛି କୁହୁଡି: ଫେବ୍ରୁଆରୀ ପହିଲାରୁ ଆହୁରି ବଢ଼ିବ ରାତି ତାପମାତ୍ରା
  • ||

ହିଣ୍ଡେନବର୍ଗ ମାମଲାରେ ଶୁଣାଣି କରିବାକୁ ଅଗ୍ରାହ୍ୟ କଲେ ସୁପ୍ରିମକୋର୍ଟ

Published By : Prameya | January 27, 2025 8:18 PM

Image source: ABP Live

ନୂଆଦିଲ୍ଲୀ,୨୭/୦୧: ହିଣ୍ଡେନବର୍ଗ ମାମଲାରେ ଅଧିକ ଶୁଣାଣି ଜାରି ରଖିବାକୁ ସୁପ୍ରିମକୋର୍ଟ ସ୍ପଷ୍ଟ ଭାବେ ମନା କରି ଦେଇଛନ୍ତି। ଏହି ମାମଲାରେ ଦାଖଲ ହୋଇଥିବା ଆବେଦନକୁ ମଧ୍ୟ କୋର୍ଟ ପ୍ରତ୍ୟାଖ୍ୟାନ କରିଛନ୍ତି। ଏଥିସହ କେତେ ଜୋରିମାନା ଲାଗୁ କରାଯିବା ଉଚିତ ବୋଲି କୋର୍ଟ ଆବେଦନକାରୀଙ୍କୁ କହିଛନ୍ତି। ଊଲ୍ଲେଖଯୋଗ୍ୟ ଯେ, ହିଣ୍ଡେନବର୍ଗ ମାମଲାରେ ଆବେଦନକାରୀ ବିଶାଲ ତିୱାରୀ ସୁପ୍ରିମକୋର୍ଟରେ ଏକ ପିଟିସନ ଦାଖଲ କରିଥିଲେ। ତେବେ, ୫ ଅଗଷ୍ଟ ୨୦୨୪ ରେ ସୁପ୍ରିମକୋର୍ଟ ରେଜିଷ୍ଟ୍ରାର ବିଶାଲ ତିୱାରୀଙ୍କ ଆବେଦନ ତାଲିକାଭୁକ୍ତ କରିବାକୁ ମନା କରିଦେଇଥିଲେ।

ସୂଚନାଥଉକି, କିଛି ଦିନ ପୂର୍ବରୁ ଆମେରିକାର ସର୍ଟ ସେଲର କମ୍ପାନୀ ହିଣ୍ଡେନବର୍ଗ ରିସର୍ଚ୍ଚ ବନ୍ଦ କରିବାକୁ ଘୋଷଣା କରାଯାଇଥିଲା। ଏହାର ପ୍ରତିଷ୍ଠାତା ନେଟ୍ ଆଣ୍ଡରସନ୍ ନିଜେ ଏହା ଘୋଷଣା କରିଥିଲେ। ନେଟ୍‌ ନିଜେ ହିଣ୍ଡେନବର୍ଗ ଓ୍ବେବସାଇଟରେ ଏହ ନୋଟ ଲେଖି କହିଥିଲେ ଯେ,'ମୁଁ ହିଣ୍ଡେନବର୍ଗ ରିସର୍ଚ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି। ଯେଉଁ ବିଚାରଧାରାକୁ ନେଇ ଆମେ କାମ କରୁଥିଲୁ, ସେସବୁକୁ ପୂରା କରିବା ପରେ ଏହି ଯୋଜନାକୁ ବନ୍ଦ କରିବାକୁ ଆମର ଯୋଜନା ଅଛି। ଆଣ୍ଡରସନ୍‌ ସ୍ପଷ୍ଟ କରିଛନ୍ତି ଯେ, ଏହି ନିଷ୍ପତ୍ତିକୁ ବନ୍ଦ କରିବା ପଛରେ କୌଣସି ବିଶେଷ ବିପଦ କିମ୍ବା ବ୍ୟକ୍ତିଗତ ପ୍ରସଙ୍ଗ ନାହିଁ।

କମ୍ପାନୀ ପ୍ରତିଷ୍ଠାତା ନେଟ୍ ଆଣ୍ଡରସନ୍ ସୋସିଆଲ୍ ମିଡିଆ ସାଇଟ୍ X ରେ ଲେଖିଛନ୍ତି ଯେ ସେ ଗତ ବର୍ଷ ଶେଷରୁ ତାଙ୍କ ପରିବାର, ବନ୍ଧୁ ଏବଂ ତାଙ୍କ ଦଳ ସହ ସେୟାର କରିଥିଲେ ଯେ, ଏହି ଯୋଜନା ଶେଷ ହେବା ମାତ୍ରେ କମ୍ପାନୀର ସବୁ ଯୋଜନାଗୁଡ଼ିକ ବନ୍ଦ ହୋଇଯିବ। ସେମାନେ କାର୍ଯ୍ୟ କରୁଥିବା ଯୋଜନା ଶେଷ ହେବା ପରେ କମ୍ପାନୀ ବନ୍ଦ ହୋଇଯିବ ବୋଲି ପୂର୍ବରୁ ଯୋଜନା କରାଯାଇଥିଲା। ପୂର୍ବ ମାମଲାଗୁଡ଼ିକ ପରି, ନିୟାମକମାନଙ୍କ ସହିତ ବର୍ତ୍ତମାନ ଯେଉଁ କାର୍ଯ୍ୟ ହୋଇଛି, ସେୟାର କରିବାର ଦିନ ଆସିଛି ବୋଲି କୁହାଯାଉଛି।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.