ପ୍ରମୂଖ ଖବର
  • କୋଣାର୍କ ଚନ୍ଦ୍ରଭାଗା ସମୁଦ୍ରରେ ବୁଡିଯାଇ ୩ ଯୁବକ ମୃତ
  • ||
  • ମୟୂରଭଞ୍ଜ : କପ୍ତିପଦା ବଜାରରୁ ଯୁବତୀ ଅପହରଣ ଘଟଣା; ଅପରାଧୀଙ୍କ ଟେର୍ ପାଉନି ପୁଲିସ
  • ||
  • କେନ୍ଦୁଝର : ବଜ୍ରପାତରେ ଜଣେ ମୃତ, ୨ ସାଙ୍ଗ ଗୁରୁତର
  • ||
  • ରାଜଧାନୀ ହିଟ୍ ଆଣ୍ଡ ରନ୍‌ କେସ; କିଲର ଥର୍ ଜବତ, ମାଲିକ ଫେରାର, ମିଳୁନି ସ୍କର୍ପିଓ
  • ||
  • ବଲାଙ୍ଗୀର : କୁକୁର କାମୁଡ଼ାରେ ୨ ଜଣଙ୍କ ମୃତ୍ୟୁ, ଚିକିତ୍ସାଧୀନ ଅବସ୍ଥାରେ ଚାଲିଗଲା ଜୀବନ
  • ||
  • ଛତ୍ରପୁର : ଲୁଣି ପାଣି ହେବ ପାନୀୟ ଯୋଗ୍ୟ, ପ୍ରକଳ୍ପର ଶୁଭାରମ୍ଭ କଲେ କେନ୍ଦ୍ର ମନ୍ତ୍ରୀ
  • ||
  • ଏମ୍ସରେ ଆଖି ବୁଜିଲେ ନର୍ସିଂ ଛାତ୍ରୀ, ଆଜି ମୃତଦେହ ବ୍ୟବଚ୍ଛେଦ ପରେ ପରିବାରକୁ କରାଯିବ ହସ୍ତାନ୍ତର
  • ||
  • କଟକ ବିଡ଼ାନାସୀରେ ଅଘଟଣ, ପୂର୍ବ ଶତ୍ରୁତାରୁ ଦମ୍ପତିଙ୍କୁ ଛୁରାମାଡ଼
  • ||
  • କୋରାପୁଟରେ ନୂତନ ମେଡିକାଲ କଲେଜ କୋଠାର ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ, ବାଣ୍ଟିବେ ଆୟୁଷ୍ମାନ କାର୍ଡ
  • ||
  • ଆସନ୍ତା ୧୩ରେ ରାଜ୍ୟ କ୍ୟାବିନେଟର ଗୁରୁତ୍ବପୂର୍ଣ୍ଣ ବୈଠକ, ମୁଖ୍ୟମନ୍ତ୍ରୀ ଅଧ୍ୟକ୍ଷତାରେ ଲୋକସେବା ଭବନରେ ବସିବ
  • ||
  • ଆଜିଠୁ ଆରମ୍ଭ ହେବାକୁ ଯାଉଛି ବିଶ୍ୱସ୍ତରୀୟ କ୍ରୀଡ଼ା ମହାକୁମ୍ଭ, ୧୯ଟି ଇଭେଣ୍ଟରେ ୧୭ ଦେଶର ୨୨୫ ପ୍ରତିଯୋଗୀ କରିବେ ଅଂଶଗ୍ରହଣ
  • ||
  • ଆସୁଛି ଆଉ ଏକ ଲଘୁଚାପ: ୧୨ରୁ ବଢ଼ିପlରେ ବର୍ଷା ,୯ ଜିଲ୍ଲାରେ ନିିଅଣ୍ଟିଆ ବର୍ଷା ଭରଣା ଆଶା
  • ||

ମହାବିଦ୍ୟାଳୟରେ ଅବ୍ୟବସ୍ଥାକୁ ନେଇ ଛାତ୍ରଛାତ୍ରୀଙ୍କ ପ୍ରତିବାଦ; ଅଧ୍ୟକ୍ଷଙ୍କ ଲିଖିତ ପ୍ରତିଶ୍ରୁତି ପରେ ଓହରିଲେ ପିଲା

Published By : Harapriya Sethi | August 6, 2025 11:28 AM

ନମୌଜା,୦୬/୦୮:କେନ୍ଦ୍ରାପଡ଼ା ଜିଲ୍ଲା ଆଳି ମହାବିଦ୍ୟାଳୟରେ ଅବ୍ୟବସ୍ଥାକୁ ନେଇ ତେଜିଲା ଆନ୍ଦୋଳନ । ଦୀର୍ଘ ଦିନ ଧରି ଛାତ୍ରଛାତ୍ରୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବାରୁ ବୁଧବାର ଧାରଣାରେ ବସିଥିଲେ । ବାରମ୍ବାର ଅଭିଯୋଗ ଏବଂ ଗୁହାରୀ ପରେ ମଧ୍ୟ ପିଲାଙ୍କ ସମସ୍ୟାର ସମାଧାନ ହେଲା ନାହିଁ। ଫଳରେ ବାଧ୍ୟ ହୋଇ ଧାରଣାରେ ବସିଥିଲେ ଛାତ୍ରଛାତ୍ରୀ ।

ସୂଚନା ମୁତାବକ, ଗତ ୨୬ ତାରିଖରେ ଛାତ୍ରଛାତ୍ରୀମାନେ ଅଧ୍ୟକ୍ଷଙ୍କୁ ଏକ ଦାବିପତ୍ର ମାଧ୍ୟମରେ ମହାବିଦ୍ୟାଳୟରେ ବର୍ଷା ପାଣି ନିଷ୍କାସନ ନହେବା ଯୋଗୁଁ ପାଣି ଜମି ରହିବା, ସାଧାରଣ ଶୌଚାଳୟ ନଥିବା, ଖେଳ ପଡିଆର ସୁବିଧା ନଥିବା ଏବଂ ପରିଶେଷରେରେ ମହାବିଦ୍ୟାଳୟରେ ପାଠାଗାରର ସମସ୍ୟା ଗୁଡିକୁ ଧ୍ୟାନ ଦେବାକୁ ଅଧ୍ୟକ୍ଷଙ୍କୁ ଜଣାଇଥିଲେ । ଏହି ସମସ୍ୟାର ସମାଧାନ କଲାନଗଲେ ଅଗଷ୍ଟ ୬ ତାରିଖରେ ଧାରଣା ଦେବାକୁ ମଧ୍ୟ ଚେତାବନୀ ଦେଇଥିଲେ । କିନ୍ତୁ ଦୁଃଖର ବିଷୟ କି, ଅଭିଯୋଗର ୧୦ ଦିନ ବିତି ଯାଇଥିଲେ ମଧ୍ୟ ପିଲାଙ୍କ ଅଭିଯୋଗ ଉପରେ କଲେଜ କମିଟି ଧ୍ୟାନ ଦେଲେ ନାହିଁ । ଯାହା ଫଳରେ ଛାତ୍ରଛାତ୍ରୀମାନେ ବୁଧବାର ସକାଳୁ ଧାରଣାରେ ବସିବା ସହ ମହାବିଦ୍ୟାଳୟ ଗେଟରେ ତାଲା ପକାଇ ଦେଇଥିଲେ । ଅଧ୍ୟାପକ ମାନେ ବୁଝା ସୁଝା କରିବା ପରେ ମଧ୍ୟ ସେମାନେ ବୁଝି ନଥିଲେ । ଶେଷରେ ନୂତନ ଅଧ୍ୟକ୍ଷ ରବିନାରାୟଣ ଦାସ ଆସି ପିଲାମାନଙ୍କୁ ବୁଝାଇବା ସହ ଏହାର ସମାଧାନ ଦିଗରେ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବେ ବୋଲି ଲିଖିତ ପ୍ରତିଶ୍ରୁତି ଦେବା ପରେ ଛାତ୍ରଛାତ୍ରୀମାନେ ଆନ୍ଦୋଳନରୁ ଓହରିଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.