ପାଟଣାଗଡ ୧୦|୮(ଆପ୍ର) ରାଜ୍ୟରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ଯୋଗୁଁ ଗୋପାଳପୁର,ବଳଙ୍ଗା, ବାଲେଶ୍ବର ଓ କେନ୍ଦ୍ରାପଡା ଭଳି ସ୍ଥାନରେ ଆଇନ୍ କାନୁନ କୁ ଖୋଲାଖୋଲି ଉଲଂଘନ କରି ଅପରାଧୀମାନେ ଅପରାଧ ଘଟାଉଛନ୍ତି। ଉକ୍ତ ଘଟଣାରେ ସଂପୃକ୍ତଥିବା ଅପରାଧୀ ଙ୍କ ଉପରେ ଦୃଢକାର୍ଯ୍ୟାନୁଷ୍ଠାନ ଓ ଛାତ୍ରୀ ଓ ନାରୀ ମାନଙ୍କ ସୁରକ୍ଷା ର ପ୍ରତିବାଦରେ ପାଟଣାଗଡ଼ ବିଜୁ ଛାତ୍ର ଓ ବିଜୁପରିବାର ପକ୍ଷରୁ ପୁଲିସ ମହାନିର୍ଦ୍ଦେଶକ ଙ୍କ ଉଦ୍ଦେଶ୍ୟରେ ଥାନା ଅଧିକାରୀ ହରିବନ୍ଧୁ ଗଡତ୍ୟା ଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି।
ବିଜୁଛାତ୍ର ,ବିଜୁପରିବାର ସହ ବ୍ଳକ ଓ ଏନ୍ଏସି ରେ ଅବସ୍ଥିତ ୧୦ ଗୋଟି କଲେଜର ଛାତ୍ରଛାତ୍ରୀ ମାନେ ସ୍ଥାନୀୟ ରଥ ଭଟ୍ଟା ଠାରେ ଏକତ୍ରିତ ହୋଇଥିଲେ। ପୂର୍ବତନ ବିଧାୟକ ତଥା ବିଜେଡି ଜିଲ୍ଲା ସଭାପତି ସରୋଜ କୁମାର ମେହେର ଙ୍କ ନେତୃତ୍ବରେ ଏକ ବିରାଟ ଶୋଭାଯାତ୍ରାରେ ବାହାରି ଥାନା ପରିସରରେ ପହଞ୍ଚିଥିଲେ। ସେଠାରେ ଏକ ପ୍ରତିବାଦ ସଭା ଆୟୋଜିତ ହୋଇଥିଲା।ରାଜ୍ୟରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡିଛି ବୋଲି ଶ୍ରୀ ମେହେର କହିଥିଲେ।ବାଲେଶ୍ଵର ଏଫ୍ଏମ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ବିଶି ଆତ୍ମହୁତି ଦେଇଥିବା ଘଟଣାକୁ ତିବ୍ର ନିନ୍ଦା କରିଥିଲେ।ଏଥିରେ କଲେଜର ଛାତ୍ର ଛାତ୍ରୀ ,ବିଜୁପରିବାର କର୍ମକର୍ତ୍ତା ଙ୍କ ସହ ଏନ୍ଏସି ଅଧ୍ୟାକ୍ଷା ମାନସୀ ବିଶ୍ଵାଳ, ବ୍ଳକ ଉପାଧ୍ୟକ୍ଷା ଲକ୍ଷ୍ମୀ ମାଝୀ, ଜୋନ ନଂ ୧୪ ଜିଲ୍ଲା ପରିଷଦ ସଦସ୍ୟା କସ୍ତୁରୀ ସେଠ,ସମିତି ସଭ୍ୟ ସଂଘ ସଭାପତି ଗୋବିନ୍ଦ ମେହେର, ସଂପାଦକ ଜୟନ୍ତ କୁମ୍ଭାର, ଇନ୍ଦୁ ଭୂଷଣ ଠାକୁର, ସୁକୁମାର ବାରିକଙ୍କ ସମେତ ଶତାଧିକ କଲେଜ ଛାତ୍ରୀ ଉପସ୍ଥିତ ଥିଲେ।