ପ୍ରମୂଖ ଖବର
  • ଜଳେଶ୍ୱର : ଭରସାମ୍ୟ ହରାଇ ଶ୍ରମିକ ଗାଡ଼ି ଦୁର୍ଘଟଣାଗ୍ରସ୍ତ, ୭ ଗୁରୁତର
  • ||
  • କରଞ୍ଜିଆ : ମହିଳାଙ୍କୁ ହତ୍ୟା କରି ପୋତିଦେଲା ଯୁବକ, ମାଟିତଳୁ ଉଦ୍ଧାର ହେଲା ମୃତଦେହ
  • ||
  • ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର, ୨୩ ରୁ ଖୋଲିବ ଭିତରକନିକା
  • ||
  • ୨୮ରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ, ଉତ୍କର୍ଷ ଓଡ଼ିଶା ସମ୍ମେଳନରେ ହେବେ ସାମିଲ
  • ||

ସେୟାର ବଜାରରେ ହାହାକାର, ନିବେଶକ ହରାଇଲେ ୫ ଲକ୍ଷ କୋଟି

Published By : Prameya | January 21, 2025 4:05 PM

ନୂଆଦିଲ୍ଲୀ,୨୧।୧: ଭାରତୀୟ ସେୟାର ବଜାରରେ ଝଡ଼। ମଙ୍ଗଳବାର କାରବାର ଆରମ୍ଭ ହେବାମାତ୍ରେ ହେଲା କ୍ରାସ୍। ନିବେଶକ ହରାଇଲେ ୫ ଲକ୍ଷ କୋଟି। ବିଏସ୍ଇ ସେନସେକ୍ସ ୮୪୮ ପଏଣ୍ଟରୁ ଅଧିକ ହ୍ରାସ ପାଇ ୭୬,୨୨୪.୭୯ ପଏଣ୍ଟର ଇନଟ୍ରା ଡେ ଲୋ’ରେ ଆସିଯାଇଛି। ସେଭଳି ନିଫ୍ଟିର ସ୍ଥିତି ଆହୁରି ଶୋଚନୀୟ।

ପୁଣି ତଳମୁହାଁ ଭାରତୀୟ ସେୟାର ମାର୍କେଟ। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡୋ ଟ୍ରମ୍ପ ଶପଥ ନେବା ପରେ ଭାରତୀୟ ସେୟାର ବଜାର କ୍ରାସ୍। ସେନସେକ୍ସ ଓ ନିଫ୍ଟି ୧% ରୁ  ଅଧିକ ହ୍ରାସ ପାଇଛି। ବିଏସ୍‌ଇ ସେନସେକ୍ସ ୮୪୮.୬୫ ପଏଣ୍ଟ ଅର୍ଥାତ ୧.୧ % ହ୍ରାସ ପାଇ ୭୬,୨୨୪.୭୯ ପଏଣ୍ଟକୁ ଆସିଯାଇଛି। ସେଭଳି ନିଫ୍ଟି ୨୧୭.୦୫ ବା ୦.୯୨ % ହ୍ରାସ ପାଇ ୨୩,୧୨୭.୭୦ ଟ୍ରେଡ୍ କରୁଛି।। ବିଏସ୍‌ଇ ଲିଷ୍ଟେଡ୍ କମ୍ପାନୀର ମୋଟ ମାର୍କେଟ ଭ୍ୟାଲୁ ଗୋଟିଏ ଝଟକାରେ ପ୍ରାୟ ୫ ଲକ୍ଷ କୋଟିରୁ କମ୍ ହୋଇଛି। ସବୁଠାରୁ ଅଧିକ ହ୍ରାସ ରିୟଲ୍ଟି ଓ କଞ୍ଜୁମର ସେୟାରରେ ଦେଖିବାକୁ ମିଳିଛି।

ଟ୍ରମ୍ପ ଶପଥ ନେବା ପରେ ବ୍ରିକ୍ସ ଦେଶ ଗୁଡିକ ଉପରେ ଟାରିଫ୍ ଲଗାଇବାର ଧମକ ଦେଇଛନ୍ତି। ଏହି ସବୁ ଦେଶ ଗୁଡିକ ଭିତରେ ଅଛି ବ୍ରାଜିଲ, ଚୀନ୍, ଋଷ, ସାଉଥ୍ ଆଫ୍ରିକା ଓ ଭାରତ। ଟ୍ରମ୍ପ ଏହି ଦେଶ ଗୁଡିକ ଉପରେ ୧୦୦% ଟାରିଫ୍ ଲଗାଇବାର ଲକ୍ଷ୍ୟ ରଖିଛନ୍ତି ଯାହାଫଳରେ ଅନ୍ତର୍ଜାତୀୟ ବଜାରରେ ଏହାର ପ୍ରଭାବ ପଢିଛି।  

ଅଧିକ ପଢନ୍ତୁ... ୨୦୨୫-୨୬ ଆର୍ଥିକ ବର୍ଷରେ ୭% ଛୁଇଁପାରେ ଅଭିବୃଦ୍ଧି: ସିଆଇଆଇ

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.