ପ୍ରମୂଖ ଖବର
  • ଭଦ୍ରକ ମାଟ୍ରିକ ପରୀକ୍ଷାର୍ଥୀଙ୍କ ମଧ୍ୟରେ ତୃତୀୟ ଓ ବ୍ଲକ ଟପ୍ପର ଦେବିରାଣୀ ସାହୁ
  • ||
  • ଦୀଘାରେ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ବିବାଦ ପ୍ରସଙ୍ଗ; ମହାପ୍ରଭୁଙ୍କ ଦାରୁ ବ୍ୟବହାର ନେଇ ତଦନ୍ତ ହେବ କହିଲେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ
  • ||
  • ଗଞ୍ଜାମ : କୋଠ ହିସାବକୁ ନେଇ ଫୁଲଟା ଗ୍ରାମରେ ବୋମା ମାଡ଼, ଦୁଇ ପ୍ଲାଟୁନ ପୋଲିସ ମୁତୟନ
  • ||
  • ବଲାଙ୍ଗୀର : ରେଲ୍ ୱେ ଟ୍ରାକ୍‌ରୁ ଯୁବକଙ୍କ ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ
  • ||
  • ଭଦ୍ରକ : ବାଂଶବାଗରେ ଜମିବାଡି ବିବାଦରୁ ଘରପୋଡି ଅଭିଯୋଗ, ଜଳିଗଲା ନଗଦ ଟଙ୍କା ସହ ଅଳଙ୍କାର ଏବଂ କାଗଜପତ୍ର
  • ||
  • ରାୟଗଡ଼ାରେ ଡବଲ୍‌ ମର୍ଡର, ଜମିଜମା ବିବାଦକୁ ନେଇ ହତ୍ୟା ହୋଇଥିବା ସନ୍ଦେହ
  • ||
  • କଟକ : କ୍ଷୀର ବୋଝେଇ ପିକଅପ୍‌ ଭ୍ୟାନ୍ ସହ ବାଇକ୍‌ ମୁହାଁମୁହିଁ ଧକ୍କା, ଜଣେ ମୃତ
  • ||

ଶ୍ରୀଲୈରାଇ ଯାତ୍ରା ବେଳେ ଦଳାଚକଟା; ୬ ମୃତ, ଅନେକ ଆହତ

Published By : Ankita S | May 3, 2025 7:56 AM

ପାଣାଜୀ,୦୩/୦୫: ଧାର୍ମିକ ଯାତ୍ରାରେ ବଡ଼ ଅଘଟଣ । ଗୋଆର ଶ୍ରୀଗାଓଁରେ ଶ୍ରୀଲୈରାଇ ଯାତ୍ରା ବେଳେ ଦଳାଚକଟାରେ ୬ ଜଣଙ୍କର ମୃତ୍ୟୁ ହୋଇଛି । ୫୦ରୁ ଅଧିକ ଗୁରୁତର ଆହତ ହୋଇଛନ୍ତି । ଆହତଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି । ଯାତ୍ରାରେ ସାମିଲ ହୋଇଥିଲେ ହଜାର ହଜାର ଶ୍ରଦ୍ଧାଳୁ । ସମସ୍ତ ଆହତଙ୍କୁ ଡାକ୍ତରଖାନାରେ ଭେଟିଛନ୍ତି ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ । ଦଳଚକଟା କେଉଁ ପରିସ୍ଥିତିରେ ହେଲା ତାହା ଜଣା ପଡିନାହିଁ । ଅଘଟଣକୁ ନେଇ ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତି ଶୋକବ୍ୟକ୍ତ କରିଛନ୍ତି ।

ଉତ୍ତର ଗୋଆ ଏସପି ଅକ୍ଷତ କୌଶଲ କହିଛନ୍ତି, ''ଶ୍ରୀଗାଓଁରେ ଶ୍ରୀଲୈରାଇ ଯାତ୍ରାରେ ହଜାର ହଜାର ଶ୍ରଦ୍ଧାଳୁ ସାମିଲ ହୋଇଥିଲେ । ଏହି ସମୟରେ ଦଳଚକଟା ହୋଇ ୬ ଜଣଙ୍କର ମୃତ୍ୟୁ ହୋଇଛି । କେଉଁ କାରଣରୁ ଅଘଟଣ ଘଟିଲା ସେ ନେଇ କିଛି ଜଣାପଡିନାହିଁ । ପ୍ରତିବର୍ଷ ପାରମ୍ପରକି ଶ୍ରୀଲୈରାଇ ଯାତ୍ରା ହୋଇଥାଏ । ହଜାର ହଜାର ଶ୍ରଦ୍ଧାଳୁ ଏକାଠୀ ହୋଇଥାନ୍ତି । ପ୍ରାୟ ୫୦ ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା । ଅଧିକ ଭିଡ ହେବାରୁ ଦଳାଚକଟା ହୋଇଥିବା ଅନୁମାନ କରାଯାଉଛି ।'' ଆଗାମୀ ୩ ଦିନ ପାଇଁ ସମସ୍ତ ସରକାରୀ କାର୍ଯ୍ୟକ୍ରମ ରଦ୍ଦ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ।

ଅଧିକ ପଢନ୍ତୁ...Pahalgam Attack: ଲଗାତାର ନବମ ଥର LoCରେ ପାକ୍ ସେନାର ଅସ୍ତ୍ରବିରତି ଉଲ୍ଲଘଂନ, ଜବାବ୍ ଦେଲା ଭାରତ

ଅଘଟଣ ଖବର ମିଳିବା ମାତ୍ରେ ଆହତଙ୍କୁ ହସ୍ପିଟାଲରେ ଭେଟିଥିଲେ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ । ଅଘଟଣକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି ମୁଖମନ୍ତ୍ରୀ । ସେ କହିଛନ୍ତି, ଦୁର୍ଭାଗ୍ୟବଶତଃ ଅଘଟଣ ହୋଇଛି । ୬ ଜଣଙ୍କର ମୃତ୍ୟୁ ହୋଇଛି । ୫୦ରୁ ଅଧିକ ଆହତ ହୋଇଛନ୍ତି । ସମସ୍ତଙ୍କୁ କିପରି ଉନ୍ନତ ଚିକିତ୍ସା ଦିଆଯିବା ଉପରେ ଗୁରୁତ୍ୱ ଦିଆଯାଇଛି । ପୂର୍ବରୁ ଏପରି ଅଘଟଣ କେବେ ହୋଇନାହିଁ । ପ୍ରଶାସନ ଓ ପୋଲିସ ପକ୍ଷରୁ ସମସ୍ତ ସୁରକ୍ଷା ବ୍ୟବସ୍ଥା ଉପରେ ଗୁରୁତ୍ୱ ଦିଆଯାଇଥିଲା । ହେଲେ ଦୁର୍ଘଟଣା ଘଟିଛି ।  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୋତେ ଫୋନ୍ କରି ଘଟଣା ବାବଦରେ ଅବଗତ ହୋଇଥିଲେ । ସବୁ ପ୍ରକାର ସହାୟତା ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି ।''

ଗୋଆର ଶ୍ରୀଗାଓଁରେକୁ ଅନେକ କାହାଣୀ ରହିଛି । ଲୈରାଇ ଦେବୀଙ୍କ ମନ୍ଦିର ପ୍ରତିଷ୍ଠା ହେବା ପରଠୁ ସେଠାରେ ମଦ ଓ ଅଣ୍ଡା ଉପରେ ପ୍ରତିବନ୍ଧକ ଲଗାଯାଇଥିଲା । କୌଣସି ପଶୁ ହତ୍ୟା କରାଯାଏ ନାହିଁ । ସେହି ଗାଁରେ ଘୋଡା ପ୍ରବେଶ କରିପାରେ ନାହିଁ । ଲୈରାଇ ଦେବୀଙ୍କ ଦର୍ଶନ କରିବାକୁ  ସବୁଦିନ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗିଥାଏ । ମୁଖ୍ୟତଃ ଗୋଆରେ ଲୈରାଇ ଦେବୀଙ୍କର ପୂଜା କରାଯାଏ । ଏଠାରେ ପ୍ରତିବର୍ଷ ଆୟୋଜିତ ହେଉଥିବା ଯାତ୍ରାକୁ ଶ୍ରୀଗାଓଁ ଶ୍ରୀଲୈରାଇ ଯାତ୍ରା ବୋଲି କୁହାଯାଏ । ଚୈତ୍ର ମାସରେ କିଛି ଦିନ ଧରି ଚାଲିଥାଏ । ଖାଲି ପାଦରେ ନିଆଁରେ ମାନସିକଧାରୀ ମାନେ ଚାଲନ୍ତି । ପବିତ୍ର ନଦୀରେ ସ୍ନାନ କରିଥାନ୍ତି ଶ୍ରଦ୍ଧାଳୁ । ଏହା ପୂର୍ବରୁ ବ୍ରତ ଓ ପୂଜା କରିଥାନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.