ପ୍ରମୂଖ ଖବର
  • FM କଲେଜରେ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା; ପୀଡ଼ିତାଙ୍କ ପରିବାରକୁ ଭେଟିବେ ମୁଖ୍ୟମନ୍ତ୍ରୀ
  • ||
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ଆମେରିକାର ଶୁଳ୍କ ନିଷ୍ପତ୍ତି ଭାରତର ଅର୍ଥନୀତି ଉପରେ ପକାଇବ ପ୍ରଭାବ, ଚିନ୍ତା ବଢାଇଲା S&P

Published By : Prameya | March 25, 2025 9:34 PM

ନୂଆଦିଲ୍ଲୀ : ଦେଶର ଇକୋନମିକୁ ନେଇ S&P ଗ୍ଲୋବାଲ ରେଟିଂସ୍ ଖରାପ ଖବର ଶୁଣାଇଛି। ରେଟିଂ ଏଜେନ୍ସି ଆଗାମୀ ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ ଭାରତର ସମସ୍ତ ଘରୋଇ ଉତ୍ପାଦ (ଜିଡିପି)ର ବୃଦ୍ଧି ହାରର ଅନୁମାନକୁ ହ୍ରାସ କରାଇ ୬.୫ ପ୍ରତିଶତ କରି ଦେଇଛି। ରେଟିଂ ଏଜେନ୍ସିର ଅନୁମାନ ଯେ, ଏସିଆ-ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରର ଅର୍ଥବ୍ୟବସ୍ଥା ଗୁଡ଼ିକ ଉପରେ, ଆମେରିକାର ଶୁଳ୍କ ବୃଦ୍ଧି ଓ ଜଗତୀକରଣ ଉପରେ ପଡ଼ୁଥିବା ଚାପର ପ୍ରଭାବ ପଡ଼ିବ। ଏହି ବାହ୍ୟ ଚାପ ସତ୍ତ୍ୱେ ଆଶା ରହିଛି ଯେ, ସର୍ବାଧିକ ବର୍ଦ୍ଧିତ ବଜାର ଇକୋନମିରେ ଘରୋଇ ଚାହିଦାର ଗତି ଦୃଢ ରହିବ ବୋଲି ଆଶା କରାଯାଉଛି।

ରେଟିଂ ଏଜେନ୍ସିର S&Pର କହିବାନୁସାରେ ,ଆମର ଅନୁମାନ ଯେ, ୩୧ ମାର୍ଚ୍ଚ , ୨୦୨୬ରେ ଶେଷ ହେବାକୁ ଥିବା ଆର୍ଥିକ ବର୍ଷରେ ଭାରତର ଅର୍ଥବ୍ୟବସ୍ଥା ୬.୫ ପ୍ରତିଶତର ଦରରୁ ବଢିବ। ଏହା ଆମର ପ୍ରଥମ ଲଗା ଯାଇଥିବା ୬.୭ ପ୍ରତିଶକର ଅନୁମାନରୁ କମ୍‌। ପୂର୍ବାନୁମାନ ଅନୁଯାୟୀ ଆଗାମୀ ମୌସୁମୀ ସ୍ୱାଭାବିକ ରହିବ ଏବଂ ସାମଗ୍ରୀ ମୂଲ୍ୟ , ବିଶେଷକରି ଅଶୋଧିତ ତୈଳ ଦାମ୍‌ ନରମ ରହିବାର ସମ୍ଭାବନା ରହିଛି।

S&P କହିଛି – ଆମେ ଆକଳନ କରୁଛୁ ଯେ, ଆଗାମୀ ଦିନରେ ଭାରତୀୟ ରିଜର୍ଭ ବ୍ୟାଙ୍କ ସୁଧ ହାର ୦.୭୫ ପ୍ରତିଶତରୁ ଏକ ପ୍ରତିଶତ ହ୍ରାସ କରିବ। ଖାଦ୍ୟ ମୁଦ୍ରାସ୍ଫୀତି ହ୍ରାସ ଓ ଅଶୋଧିକ ତୈଳ ମୂଲ୍ୟ କମ୍‌ କରିବା ଦ୍ୱାରା ସାମଗ୍ରିକ ମୁଦ୍ରାସ୍ଫୀତି ୨୦୨୬ ମାର୍ଚ୍ଚରେ ଶେଷ ହେଉଥିବା ଆର୍ଥିକ ବର୍ଷରେ କେନ୍ଦ୍ରୀୟ ବ୍ୟାଙ୍କର ଚାରି ପ୍ରତିଶତ ଲକ୍ଷ୍ୟର ନିକଟତର ହେବ। ଆର୍ଥିକ ନୀତିକୁ ନିୟନ୍ତ୍ରଣରେ ରଖିବ।

ରେଟିଂ ଏଜେନ୍ସି କହିଛି ଯେ ,ଏସିଆ-ପ୍ରଶାନ୍ତ ମହାସାଗରୀୟ ଅର୍ଥବ୍ୟବସ୍ଥା ଗୁଡ଼ିକ ବିଶେଷ ଭାବେ ଆମେରିକାରେ ବୃଦ୍ଧି ପାଉଥିବା ଶୁଳ୍କ ଏବଂ ସାଧାରଣତଃ ଜଗତୀକରଣ(ଗ୍ଲୋବାଲାଇଜେସନ) ଉପରେ ଚାପର ପ୍ରଭାବ ଅନୁଭବ କରିବେ। ହେଲେ ଆମେ ଘରୋଇ ଚାହିଦାର ଗତିକୁ ବ୍ୟାପକ ଭାବେ ଜାରି ରହିବାର ଦେଖୁଛୁ, ବିଶେଷକରି କ୍ଷେତ୍ରର ବର୍ଦ୍ଧିତ ବଜାର ଅର୍ଥବ୍ୟବସ୍ଥା ମଧ୍ୟରେ। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.