ପ୍ରମୂଖ ଖବର
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

ଓଡ଼ିଶାରେ କମିଛି ନକ୍ସଲଙ୍କ ପ୍ରାଦୃଭାବ, ୭ ଜିଲ୍ଲାରେ କିଛି ମାଓବାଦୀ ସକ୍ରିୟ ଅଛନ୍ତି : ବିଏସଏଫ୍ ଆଇଜି

Published By : Suraj Kumar | November 30, 2024 6:34 PM

ଭୁବନେଶ୍ବର, ୩୦।୧୧ :  ଓଡ଼ିଶାରେ ନକ୍ସଲଙ୍କ ପ୍ରାଦୃଭାବ  କମିଛି। ରାଜ୍ୟର ୭ଟି ଜିଲ୍ଲାରେ କିଛି ମାଓବାଦୀ ସକ୍ରିୟ ଅଛନ୍ତି।  ଓଡ଼ିଶାରେ ୬୦ ରୁ ୭୦ ଜଣ ନକ୍ସଲ ସକ୍ରିୟ ରହିଛନ୍ତି ।  ମାଲକାନଗିରିର , କନ୍ଧମାଳ, କଳାହାଣ୍ଡି , ନୟାଗଡ଼ , ବଲାଙ୍ଗୀର , ନୂଆପଡ଼ା ଜିଲ୍ଲାରେ ମାଓବାଦୀଙ୍କୁ ସମ୍ପୂର୍ଣ ଦମନ ପାଇଁ ବିଏସଏଫ୍ ପ୍ରତିଶ୍ରୁତି ବଦ୍ଧ ରହିଛି  । ୨୦୨୬ ମାର୍ଚ୍ଚ ସୁଦ୍ଧା ସମ୍ପୂର୍ଣ ଭାବେ ଓଡ଼ିଶାରୁ ମାଓବାଦୀଙ୍କୁ ମୂଳୋତ୍ପଟନ  କରାଯିବ ବୋଲି ଗୃହମନ୍ତ୍ରୀ ଅମିତ୍ ଶାହା ଆଶାବ୍ୟକ୍ତ  କରିଛନ୍ତି । ବିଏସଏଫ୍ ପାଖରେ ସମସ୍ତ ଟେକ୍ନୋଲଜି ମଧ୍ୟ ରହିଛି  ବୋଲି  ଭୁବନେଶ୍ୱରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବିଏସଏଫ୍ ଆଇଜି ସି ଡି ଅଗ୍ରୱାଲ ସୂଚନା ଦେଇଛନ୍ତି। 

୨୦୧୦ରେ ବିଏସଏଫକୁ ନକ୍ସଲ ପ୍ରଭାବିତ ଜିଲ୍ଲା କୋରାପୁଟ ଏବଂ ମାଲକାନଗିରିରେ ପାଞ୍ଚଟି ବାଟାଲିୟନର ପ୍ରାରମ୍ଭିକ ନିୟୋଜନ ସହିତ ଓଡିଶାରେ ଅନ୍ତର୍ଭୁକ୍ତ କରାଯାଇଥିଲା। ଯେଉଁ ସମୟରେ ନକ୍ସଲ ହିଂସା ଚରମ ସୀମାରେ ଥିଲା। ୨୦୦୪ରେ କୋରାପୁଟ ପୋଲିସ୍ ଆର୍ମୋରୀ ଆକ୍ରମଣ, ୨୦୦୬ ମୋଟୁ ପୋଲିସ୍ ପୋଷ୍ଟ ଆକ୍ରମଣ ଏବଂ ୨୦୦୯ ଦାମନଯୋଡିରେ  ସିଏସ୍ଏଫ୍ ଆମ୍ବୁସ୍ ଭଳି ଘଟଣା ସହିତ ନକ୍ସଲମାନେ ସମାନ୍ତରାଳ ଶାସନ ପ୍ରତିଷ୍ଠା କରିଥିଲେ। ନକ୍ସଲବାଦ ବିରୋଧରେ ବିଏସ ଏଫ୍  କଠୋର କାର୍ଯ୍ୟାନୁଷ୍ଠାନ ନେଇଛି  । 

ଓଡ଼ିଶାରେ ଶାନ୍ତି ରହିଛି।  ଶାନ୍ତି ଯୋଗାଇବାକୁ ସର୍ବଦା ବର୍ଡର ବିଏସଏଫ୍ ଜଗିଛି । ବଙ୍ଗଳାଦେଶ ବର୍ଡର ଆମ ପାଇଁ ଗୋଟିଏ ଚାଲେଞ୍ଜ ।  ଗୋଟିଏ ଗାଁ ମଧ୍ୟରେ ଭାରତୀୟ ସୀମା ଦେଇ ଯାଇଛି । ଯାହାକି କେଉଁ ଲୋକ କେଉଁ ଦେଶର ତାହାକୁ ଚିହ୍ନଟ କରିବା କଷ୍ଟକର ହୋଇପଡେ,  ଯାହାଦ୍ଵାରା ବିଏସ ଏଫ୍ ସମ୍ପୂର୍ଣ ଭାବେ ସୁରକ୍ଷା ବଢ଼ାଇଦେଇଛି ବୋଲି ବିଏସଏଫ ଆଇଜି କହିଛନ୍ତି । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.