ପ୍ରମୂଖ ଖବର
  • ଭୁବନେଶ୍ୱର : ଦାନା ବାନ୍ଧୁଛି ଲଘୁଚାପ; ଆସନ୍ତା ୪ ଦିନ ବର୍ଷାରେ ଭିଜିବ, ଶନିବାର ୮ ଜିଲ୍ଲାକୁ ୟେଲୋ ଆଲର୍ଟ
  • ||
  • ମୟୂରଭଞ୍ଜ : ଶିମିଳିପାଳ ବାଙ୍ଗିରିପୋଷି ରେଞ୍ଜରେ ଅଘଟଣ, ମାଈ ହାତୀର ମୃତଦେହ ଠାବ
  • ||
  • ଆନନ୍ଦପୁର : ପ୍ରଧାନ ଶିକ୍ଷୟିତ୍ରୀଙ୍କ ମନମାନିକୁ ବିରୋଧ, ସ୍କୁଲରେ ତାଲା ପକାଇ ଧାରଣାରେ ବସିଲେ ଛାତ୍ରଛାତ୍ରୀ ଓ ଗ୍ରାମବାସୀ
  • ||
  • ଯାଜପୁର : ଖରସ୍ରୋତା ବ୍ରିଜ୍‌ ଉପରୁ ନଦୀକୁ ଡେଇଁଥିଲେ ଯୁବତୀ,୨୪ ଘଣ୍ଟା ପରେ ମିଳିଲା ମୃତଦେହ
  • ||
  • ସୁନ୍ଦରଗଡ଼ : ରେଳ ଧାରଣା ଉପରେ ପୁଣି ଲାଗିଲା ମାଓ ପୋଷ୍ଟର, ଜାରି ହେଲା ହାଇ ଆଲର୍ଟ
  • ||
  • ଚାନ୍ଦବାଲି : ଚିଙ୍ଗୁଡ଼ି ମାଫିଆଙ୍କ କବ୍ଜାରେ ଚାଷୀଙ୍କ ସ୍ଲୁଇସଗେଟ, ମତ୍ସ୍ୟ ଅଧିକାରୀଙ୍କୁ ଅଭିଯୋଗ କରିଲେ ଚାଷୀ
  • ||
  • ଜଳେଶ୍ବର : ସୁବର୍ଣ୍ଣରେଖା ନଦୀରେ ମିଳିଲା ଅଜଣା ବ୍ୟକ୍ତିଙ୍କ ମୃତଦେହ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଧର୍ମଗଡ଼ : ସ୍କୁଲ ଜାଗାକୁ ନିଜର କହି ବିଦ୍ୟାଳୟରେ ତାଲା ପକାଇଲେ ବ୍ୟକ୍ତି, ଗଛ ମୂଳେ ପାଠ ପଢୁଛନ୍ତି ପିଲା
  • ||
  • ସୋମବାର ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି, ଜନଶୁଣାଣି ପୋର୍ଟାଲ କରିପାରିବେ ପଞ୍ଜୀକରଣ
  • ||
  • ବାଲେଶ୍ଵର : ଭିଜିଲାନ୍ସ ଜାଲରେ ଅତିରିକ୍ତ ମୁଖ୍ୟ ନିର୍ମାଣ ଯନ୍ତ୍ରୀ, କୁକୁଡ଼ା ପଦା ଅଫିସରେ ରେଡ୍‌
  • ||
  • ଜଳେଶ୍ବର : କମିଲା ସୁବର୍ଣ୍ଣରେଖା ନଦୀର ଜଳସ୍ତର, ପାଣି ଘେରରେ ତଳିଆ ଅଞ୍ଚଳ
  • ||
  • ଆଜିଠୁ ୩ ଦିନିଆ କେନ୍ଦୁଝର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ବିଧାୟକ ଓ ସାଂସଦଙ୍କ ବୈଠକରେ ଦେବେ ଯୋଗ
  • ||
  • ଆସୁଛି ଲଘୁଚାପ: ଆସନ୍ତା ୨୩ରୁ ଓଡ଼ିଶାରେ ବଢ଼ିବ ବର୍ଷା, ଅତି କମ୍‌ରେ ୪୮ ଘଣ୍ଟା ବର୍ଷିବ
  • ||
  • ଆନନ୍ଦପୁର : ଏସବିଆଇ ଶାଖାରେ ଲାଗିଲା ନିଆଁ, ସର୍ଟ ସର୍କିଟରୁ ଅଗ୍ନିକାଣ୍ଡ ହୋଇଥିବା ଅନୁମାନ
  • ||

ବିକଶିତ ଓଡ଼ିଶାର ମୂଳପିଣ୍ଡ ହେବ ‘ସୁଭଦ୍ରା’

ଓଡ଼ିଶାରେ ବହୁ ପ୍ରତୀକ୍ଷିତ ‘ସୁଭଦ୍ରା’ ଜୋଜନା  ଆରମ୍ଭ ହୋଇଛି । ଓଡ଼ିଆ ଅସ୍ମିତାର ମହାନାୟକ  ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭଉଣୀ ସୁଭଦ୍ରା ଦେବୀଙ୍କ  ନାମାନୁସାରେ ଏହି ଯୋଜନାକୁ ନାମିତ କରାଯିବା  ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଓଡ଼ିଶାର ଦେବୀତୁଲ୍ୟା  ମାଆ ଭଉଣୀମାନଙ୍କ ଆର୍ଥିକ ମାନଦଣ୍ଡକୁ ସଶକ୍ତ  କରିବା ଉଦ୍ଦେଶ୍ୟରେ ଏହି ଯୋଜନା କାର୍ଯ୍ୟକାରୀ  ହେଉଛି । ଯଶସ୍ୱୀ ପ୍ରଧାନମନ୍ତ୍ରୀ ଓଡ଼ିଶାର ମାଆ,  ଭଉଣୀମାନଙ୍କୁ ଯଥୋଚିତ ସମ୍ମାନ ଦେଇ ଚଳିତ  ମାସ ୧୭ ତାରିଖ ଦିନ ନିଜର  ଜନ୍ମତିଥିରେ ‘ସୁଭଦ୍ରା’ ଯୋଜନାର  ପ୍ରଥମ କିସ୍ତି ପ୍ରଦାନ କରିବେ । ଏହା  ଆମମାନଙ୍କ ପାଇଁ ଅତ୍ୟନ୍ତ ଗୌରବର  ବିଷୟ ଯେ, ଆମର ଭାଷା, ସଂସ୍କୃତି  ଓ ପରମ୍ପରାକୁ ନିବିଡ଼ ଭାବରେ  ଭଲ ପାଉଥିବା ପ୍ରଧାନମନ୍ତ୍ରୀ ଶ୍ରୀ  ମୋଦିଜୀଙ୍କର ଏହା ଏକ ଉଲ୍ଲେଖନୀୟ  ଉପହାର । ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଜୀ  ତାଙ୍କ ‘ମନ୍‌ କୀ ବାତ୍‌’ କାର୍ଯ୍ୟକ୍ରମରେ ଏକାଧିକ ବାର  ଓଡ଼ିଶାର ମହିଳାମାନଙ୍କ ଶକ୍ତି, ସାମର୍ଥ୍ୟ ଓ ଗାରିମାର  ଉଦାହରଣ ଦେଇ ସେମାନଙ୍କ ମଧ୍ୟରେ ଥିବା ଅପାର  ସମ୍ଭାବନାକୁ ଲକ୍ଷ୍ୟ କରି ଆସିଛନ୍ତି । ଓଡ଼ିଶାର ମାତୃ  ଜାତି ପ୍ରତି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଜୀଙ୍କର ଏହା  ହେଉଛି ସାର୍ଥକ ସମ୍ମାନ । 

‘ସୁଭଦ୍ରା’ ଯୋଜନାରେ ମହିଳାମାନେ  ଆତ୍ମନିର୍ଭରଶୀଳ ହେବା ସହ ନିଜ ବିଚାରରେ ଅର୍ଥ  ବ୍ୟୟ କରିବାର ସ୍ୱାଧୀନତା ପାଇବେ । ସେମାନଙ୍କ  ନିଜ ବ୍ୟାଙ୍କ ଆକାଉଣ୍ଟରେ କିଛି ଟଙ୍କା ଥିଲେ ବା କିଛି  ଟଙ୍କା ଆସିବାର ପ୍ରତିଶ୍ରୁତି ଥିଲେ ହିଁ ସେମାନେ ଅଧିକ  କିଛି କରିବାର ସ୍ୱପ୍ନ ଦେଖିବା ପାଇଁ ସାହସ ସଞ୍ଚୟ  କରିପାରିବେ । ମହିଳାଙ୍କ ନିଜ ନାଁରେ ଆକାଉଣ୍ଟ,  ଏଟିଏମ କାର୍ଡ ଇତ୍ୟାଦି ସେମାନଙ୍କ ଆତ୍ମବିଶ୍ୱାସକୁ  ଦ୍ୱିଗୁଣିତ କରିବ । ସୁଦୂର କୋରାପୁଟର ଡଙ୍ଗରିଆ  ଆଦିବାସୀ ଜନଜାତି ମହିଳାଟି ହେଉ ଅବା ସହର  ଅଞ୍ଚଳରେ ସିଲେଇ କାର୍ଯ୍ୟ କରି ଜୀବିକା ଅର୍ଜନ  ପାଇଁ ସଂଗ୍ରାମ କରୁଥିବା ମହିଳାଟି ହେଉ, ସମସ୍ତ  ମହିଳାଙ୍କ ମନରେ ଲୁଚି ରହିଥିବା ସ୍ୱପ୍ନଗୁଡିକ ପୂରଣ  କରିବାରେ ସାହାଯ୍ୟ କରିବ ‘ସୁଭଦ୍ରା’ ଯୋଜନା ।  ଏହି ଯୋଜନାରେ ମହିଳାମାନେ ନିଜର କୌଳିକ  ବୃତ୍ତିକୁ ଆଗେଇ ନେବେ ଓ ନିଜେ କିଛି ନୂଆ ଆରମ୍ଭ  କରିବାର ସୁଯୋଗ ପାଇବେ । 

‘ସୁଭଦ୍ରା’ ଯୋଜନା  ତାଙ୍କ ପାଇଁ ଆଣିଦେବ କ୍ରମବର୍ଦ୍ଧମାନ ଉନ୍ନତି ପଥର  ନୂତନ ସମ୍ଭାବନା । ଓଡ଼ିଶା ସରକାର ଲୋକଙ୍କ ସରକାର,  ଜନତା ଜନାର୍ଦ୍ଦନଙ୍କ ସରକାର । ଓଡ଼ିଶାର ମାଆ  ଭଉଣୀମାନଙ୍କର ଆର୍ôଥକ ଓ ସାମାଜିକ ସଶକ୍ତିକରଣକୁ  ପ୍ରାଥମିକତା ଦେଇ ରାଜ୍ୟ ସରକାର ତାଙ୍କ ପ୍ରଥମ  କ୍ୟାବିନେଟରେ ନିଷ୍ପତ୍ତି ନେଇଥିଲେ । ସରକାର  ଗଠନର ୧୦୦ ଦିନ ମଧ୍ୟରେ ରାଜ୍ୟ ସରକାର ଏହି  ଯୁଗାନ୍ତକାରୀ ଯୋଜନାକୁ କାର୍ଯ୍ୟକାରୀ କରିବାରେ  ସଫଳ ହୋଇଛନ୍ତି । ମାଆ ଭଉଣୀମାନଙ୍କୁ ଆର୍ଥିକ  ସୁରକ୍ଷା ପ୍ରଦାନ ପୂର୍ବକ ସେମାନଙ୍କ ଅର୍ଥନୈତିକ  ଓ ସାମାଜିକ ସ୍ଥିତିରେ ଯଥେଷ୍ଟ ଉନ୍ନତି ଆଣିବା  ଲକ୍ଷ୍ୟରେ ଏହି ଯୋଜନା ପାଇଁ ଚଳିତ ଆର୍ଥିକ  ବର୍ଷ ବଜେଟରେ ୧୦,୦୦୦ କୋଟିର ବ୍ୟୟ ବରାଦ  କରାଯାଇଛି । 

ରାଜ୍ୟର ୨୧ରୁ ୬୦ବର୍ଷ ବୟସ  ମଧ୍ୟରେ ଥିବା ପ୍ରାୟ ୧ କୋଟିରୁ ଅଧିକ ଯୋଗ୍ୟ  ହିତାଧିକାରୀ ମହିଳାମାନଙ୍କୁ ଏହି ଯୋଜନାରେ  ଅନ୍ତର୍ଭୁକ୍ତ କରାଯାଉଛି । ‘ସୁଭଦ୍ରା’ ଯୋଜନା ପାଇଁ  ଆବେଦନ ଫର୍ମ ରାଜ୍ୟର ୧,୧୪,୦୦୦ କେନ୍ଦ୍ରରେ  ଉପଲବ୍ଧ ହେଉଛି । ଏଥିରେ ୭୪ ହଜାର ୧୯୨  ଅଙ୍ଗନବାଡ଼ି କେନ୍ଦ୍ର ସାଙ୍ଗକୁ ମୋ ସେବା କେନ୍ଦ୍ର,  ଜନ ସେବା କେନ୍ଦ୍ର, ବ୍ଲକ କାର୍ଯ୍ୟାଳୟ ଓ ପୌର  କାର୍ଯ୍ୟାଳୟ ଅନ୍ତର୍ଭୁକ୍ତ । ଏହି ପରିପ୍ରେକ୍ଷୀରେ ରାଜ୍ୟବାସୀଙ୍କ ପାଖରେ  ସଠିକ୍‌ ଖବର ପହଞ୍ଚାଇବା ନିମନ୍ତେ ବିଭିନ୍ନ ସ୍ତରରେ  ତାଲିମ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି ।  ଆବେଦନକାରୀମାନଙ୍କୁ ସଠିକ୍‌ ସୂଚନା ପ୍ରଦାନ  କରିବା ସହ ଆବେଦନ ପ୍ରକ୍ରିୟାକୁ ଯଥାର୍ଥ  ନିର୍ବାହ କରି ମାର୍ଗଦର୍ଶିକା ଅନୁସାରେ ଯୋଜନାକୁ  କାର୍ଯ୍ୟକାରୀ କରିବା ସହ ଯୋଗ୍ୟ ହିତାଧିକାରୀଙ୍କ  ମନୋନୟନ ଉପରେ ଗୁରୁତ୍ୱ ଦିଆଯାଇଛି ।  ଅନୁରୂପ ଭାବରେ ହିତାଧିକାରୀମାନେ ସୁବିଧାରେ  ଫର୍ମ ପାଇବାରେ ସୁଯୋଗ ପ୍ରସ୍ତୁତି, ଫର୍ମ ସଂଗ୍ରହ  ଓ ବିତରଣ, ଫର୍ମ ପୂରଣ ପରେ ପଞ୍ଜୀକରଣ  ଇତ୍ୟାଦି ପ୍ରକ୍ରିୟା ବିଷୟରେ ବିସ୍ତୃତ ଭାବରେ  ତାଲିମ ପ୍ରଦାନ କରାଯାଉଛି । ମୁଁ ନିଜେ ପୁରୀର  ଏକ ଅଙ୍ଗନବାଡି କେନ୍ଦ୍ରକୁ ପରିଦର୍ଶନରେ ଯାଇ  ଫର୍ମ ବିତରଣ କାର୍ଯ୍ୟ ତଦାରଖ କରିଛି ।

 ‘ସୁଭଦ୍ରା’  ଯୋଜନା ବିଷୟରେ ଅଧିକ ସୂଚନା ପାଇଁ ରାଜ୍ୟ  ସରକାରଙ୍କ ମହିଳା ଓ ଶିଶୁ ବିକାଶ ବିଭାଗ  ପକ୍ଷରୁ ଜାରି ହୋଇଥିବା ପୋର୍ଟାଲ ଓ ଟୋଲ୍‌  ଫ୍ରି (ନିଃଶୁଳ୍କ) ନମ୍ବର- ୧୪୬୭୮କୁ ବ୍ୟବହାର  କରିହେବ । ମୁଁ ବ୍ୟକ୍ତିଗତ ଭାବରେ ଭୁବନେଶ୍ୱର  ସ୍ଥିତ କଲ୍‌ ସେଣ୍ଟରକୁ ଯାଇ ସେଠାରେ କାର୍ଯ୍ୟରତ  କର୍ମଚାରୀଙ୍କ ସହ ଆଲୋଚନା କରିଛି ଏବଂ କଟକ  ଜିଲ୍ଲା ଆଠଗଡର ଜଣେ ବ୍ୟକ୍ତିଙ୍କ ସହ କଥା ହୋଇ  ଯୋଜନା ସମ୍ପର୍କରେ ରହିଥିବା ତାଙ୍କ ସନ୍ଦେହ ଦୂର  କରିଛି । ଗାଁ ଗାଁ, ଘରେ ଘରେ ‘ସୁଭଦ୍ରା’ ଯୋଜନାର  କାର୍ଯ୍ୟକାରିତାକୁ ସୁଦୂରପ୍ରସାରୀ କରିବା ନିମନ୍ତେ  ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ  କରକମଳରେ ‘ସୁଭଦ୍ରା’ ସଚେତନତା ରଥର  ଶୁଭାରମ୍ଭ କରାଯାଇଛି । ଏହି ସଚେତନତା ରଥ  ଏହି ଯୋଜନାର ପ୍ରଚାର, ପ୍ରସାର ଓ ଯୋଗାଯୋଗକୁ  ଆହୁରି ସୁଦୃଢ଼ କରିବ । 

‘ସୁଭଦ୍ରା’ ଯୋଜନା ମହିଳା ସଶକ୍ତିକରଣ  କ୍ଷେତ୍ରରେ ନୂଆ ଜାଗରଣ ସୃଷ୍ଟି କରିବ । ଏହି  ଯୋଜନାର ସୁଫଳ ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ  ନିଶ୍ଚୟ ମିଳିବ । ଚଳିତ ମାସ ୧୭ ତାରିଖରେ ଏହି  ପ୍ରକ୍ରିୟାର ଶୁଭାରମ୍ଭ ହେଉଥିଲେ ମଧ୍ୟ ରାଜ୍ୟର  ଶେଷତମ ହିତାଧିକାରୀଙ୍କୁ ‘ସୁଭଦ୍ରା’ ସହାୟତା  ନମିଳିଲା ପର୍ଯ୍ୟନ୍ତ ଏହି ପ୍ରକ୍ରିୟା ଅବ୍ୟାହତ ରହିବ ।  ପ୍ରତି ଜିଲ୍ଲାରେ ଜିଲ୍ଲାପାଳମାନଙ୍କ ଦ୍ୱାରା ସାମ୍ବାଦିକ  ସମ୍ମିଳନୀ ଅନୁଷ୍ଠିତ କରାଯାଇ ଏହି ଯୋଜନାକୁ  ଘରେ ଘରେ ପହଞ୍ଚାଇବାର ପ୍ରକ୍ରିୟାକୁ ତ୍ୱରାନ୍ୱିତ  କରାଯାଇଛି । 

ପ୍ରତି ଯୋଗ୍ୟ ମହିଳା ହିତାଧିକାରୀଙ୍କୁ ଆସନ୍ତା  ୫ବର୍ଷ ପର୍ଯ୍ୟନ୍ତ ବାର୍ଷିକ ୧୦,୦୦୦ ଲେଖାଏଁ  ସମୁଦାୟ ୫୦ ହଜାର ଟଙ୍କା ସିଧାସଳଖ ସେମାନଙ୍କ  ବ୍ୟାଙ୍କ ଆକାଉଣ୍ଟକୁ ପଠାଯିବ । ଏହି ଯୋଜନାର  ସମସ୍ତ ପ୍ରକ୍ରିୟାକୁ ଦେୟମୁକ୍ତ କରାଯାଇଛି । ଏହି  ଯୋଜନାରେ ଦୁର୍ନୀତି ପ୍ରତି ଶୂନ୍ୟ ସହନଶୀଳତା  ନୀତି ଲାଗୁ କରାଯିବ । ‘ସୁଭଦ୍ରା’ ଆବେଦନ ଫର୍ମ  ପାଇଁ ଏକ ଅଙ୍ଗନବାଡ଼ି କେନ୍ଦ୍ରର କର୍ମଚାରୀ କିଛି  ଅର୍ଥ ଦାବି କରୁଥିବାର ଖବର ପାଇଲା ମାତ୍ରେ ସେ  କର୍ମଚାରୀ ବିରୋଧରେ ତ୍ୱରିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ  କରାଯାଇଛି । ଆବେଦନ କରିବାର କୌଣସି ଶେଷ  ତାରିଖ ଧାର୍ଯ୍ୟ କରାଯାଇ ନାହିଁ । ଏହିପରି ଅତ୍ୟଧିକ  ଭିଡ଼କୁ ରୋକିବା ପାଇଁ ଆଧାର-ମୋବାଇଲ ଲିଙ୍କ୍‌କୁ  ମଧ୍‌ ବାଧ୍ୟତାମୂଳକ କରାଯାଇ ନାହିଁ । କେବଳ  ‘ସୁଭଦ୍ରା’ ଫର୍ମରେ ଥିବା ସାଧାରଣ ପ୍ରଶ୍ନର ଉତ୍ତର  ଦେଇ ହିତାଧିକାରୀମାନେ ଫର୍ମଟିକୁ ଉପଯୁକ୍ତ  କାର୍ଯ୍ୟାଳୟରେ ଦାଖଲ କରିବେ । ରାଜ୍ୟର ସମସ୍ତ  ମାଆ ଭଉଣୀମାନଙ୍କୁ ମୋର ଅନୁରୋଧ, ସେମାନେ  କୌଣସି ଭାବେ ବ୍ୟସ୍ତ ନହୋଇ ସହଜରେ  ଓ ନିଜ ସୁବିଧାରେ ଫର୍ମ ପୂରଣ କରି ଉଦ୍ଦିଷ୍ଟ  କେନ୍ଦ୍ରମାନଙ୍କରେ ଦାଖଲ କରନ୍ତୁ । କୌଣସି ଯୋଗ୍ୟ  ହିତାଧିକାରୀ ଯେପରି ଏହି ଯୋଜନାରୁ ବଞ୍ଚିତ  ନହୁଅନ୍ତି ସେଥିପ୍ରତି ବିଶେଷ ଗୁରୁତ୍ୱ ଦିଆଯାଇଛି । 

ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଜୀଙ୍କ  ସବ୍‌କା ସାଥ୍‌, ସବ୍‌କା ବିକାଶ, ସବ୍‌କା ବିଶ୍ୱାସ,  ସବ୍‌କା ପ୍ରୟାସରେ ମହିଳାମାନଙ୍କ ଭୂମିକା ଅତ୍ୟନ୍ତ  ଗୁରୁତ୍ୱପୂର୍ଣ୍ଣ । ମୋଦିଜୀଙ୍କ ଡିଜିଟାଲ ଭାରତ ସ୍ୱପ୍ନକୁ  ଆଗେଇ ନେବା ଲକ୍ଷ୍ୟରେ ‘ସୁଭଦ୍ରା’ ଯୋଜନାରେ  ଡିଜିଟାଲ କାରବାର ଓ ଡିଜିଟାଲ ଆର୍ଥିକ ସାକ୍ଷରତାକୁ  ଗୁରୁତ୍ୱ ଦିଆଯାଇଛି । ଅଧିକ ଡିଜିଟାଲ କାରବାର  କରୁଥିବା ୧୦୦ ଜଣ ମହିଳାଙ୍କୁ ପୁରସ୍କାର ଆକାରରେ  ଅଧିକ ୫୦୦ ଟଙ୍କା ତାଙ୍କ ବ୍ୟାଙ୍କ ଆକାଉଣ୍ଟକୁ  ସିଧାସଳଖ ପଠାଯିବ ବିକଶିତ ଭାରତ ଓ ବିକଶିତ ଓଡ଼ିଶା ଲକ୍ଷ୍ୟରେ  ଆଗ ଧାଡ଼ିରେ ନେତୃତ୍ୱ ନେବେ ଓଡ଼ିଶାର ମାଆ ଭଉଣୀମାନେ । ‘ସୁଭଦ୍ରା’ ଯୋଜନା କାର୍ଯ୍ୟକାରିତାରେ ବିକଶିତ ଭାରତ ବିକଶିତ ଓଡ଼ିଶା ଓ ବିକଶିତ  ମହିଳା ଲକ୍ଷ୍ୟ ଫଳବତୀ ହେବ । ସେଥିପାଇଁ  ମୁଁ ଓଡ଼ିଶାର ସମସ୍ତ ମାଆ ଭଉଣୀମାନଙ୍କ ଠାରୁ  ସହଯୋଗ ଆଶା କରୁଛି । ସମସ୍ତଙ୍କ ସହଭାଗିତାରେ  ସମଗ୍ର ଭାରତରେ ଆମ ଓଡ଼ିଶାକୁ ଶ୍ରେଷ୍ଠ ରାଜ୍ୟ  ରୂପେ ପ୍ରତିଷ୍ଠିତ କରିବାର ସ୍ୱପ୍ନକୁ ଆସନ୍ତୁ ସାକାର  କରିବା । ‘ସୁଭଦ୍ରା’ ଯୋଜନା ସଫଳ ହେବ ଓଡ଼ିଶାର  ମାଆ ଭଉଣୀମାନଙ୍କ ବିଜୟ ଗାଥା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.