ପ୍ରମୂଖ ଖବର
  • ରାଉରକେଲା : ପାରିବାରିକ କଳହର କରୁଣ ପରିଣତି , ୨ ଝିଅକୁ ବିଷ ଦେଇ ନିଜେ ବିଷ ପିଇଲା ମା’
  • ||
  • ରାଜ୍ୟରେ ଖୋଲିବ ୫ ନୂଆ ଏନସିସି ଛାତ୍ରୀ ବାଟାଲିୟନ
  • ||
  • ଆମେରିକାର ପୋଲ୍ ଖୋଲିଲା ଏହି ରିପୋର୍ଟ, ଇରାନର କେବଳ ଗୋଟିଏ ପରମାଣୁ ଠିକଣା ହୋଇଥିଲା ଧ୍ବଂସ
  • ||
  • ବିନିକା : ମହାନଦୀରୁ ମିଳିଲା ଏକ କୁଇଣ୍ଟାଲର ବୋଦା ମାଛ
  • ||
  • ପ୍ରତିବନ୍ଧକର ଧମକ ଦେଇଥିଲେ ନାଟୋ ମୁଖ୍ୟ, କଡ଼ା ଜବାବ ଦେଲା ଭାରତ
  • ||
  • ଏଫଏମ କଲେଜ ଘଟଣା ପରେ ଆକ୍ସନରେ ସରକାର; ଜିଏମ୍ ବିଶ୍ବବିଦ୍ୟାଳୟର ଆସିଷ୍ଟାଣ୍ଟ ପ୍ରଫେସର ଗିରଫ
  • ||
  • କଣ୍ଟାବଞ୍ଜି: ରାୟପୁର- ବିଶାଖପାଟଣା ପାସେଞ୍ଜର ଟ୍ରେନର ଏକ ବଗିର ଯାନ୍ତ୍ରିକ ତ୍ରୁଟି,ଦୀର୍ଘ ସମୟ ଧରି ଅଟକିଥିଲା ଟ୍ରେନ
  • ||
  • ନୂଆପଡ଼ା : ସାହାଜଟ ସେବାଶ୍ରମରେ ଅଘଟଣ, ଗଛରେ ଝୁଲି ପଡ଼ିଲେ ଅଷ୍ଟମ ଶ୍ରେଣୀ ଛାତ୍ର
  • ||
  • କେନ୍ଦ୍ରାପଡ଼ା : ଖରସ୍ରୋତାକୁ ଡେଇଁ ଯୁବତୀଙ୍କ ଆତ୍ମହତ୍ୟା ଉଦ୍ୟମ; ଉଦ୍ଧାର କାର୍ଯ୍ୟ ଜାରି
  • ||
  • ଓଡ଼ିଶା ବନ୍ଦ; ସାଲେପୁର କଂଗ୍ରେସରେ ଫାଟ, ସମର୍ଥକଙ୍କ ମଧ୍ୟରେ ଛକାପଞ୍ଝା
  • ||
  • କୋଣାର୍କ : ଓଡ଼ିଶା ବନ୍ଦ ଡାକରାର ପ୍ରଭାବ; ପର୍ଯ୍ୟଟକଶୂନ୍ୟ କୋଣାର୍କ ଓ ଚନ୍ଦ୍ରଭାଗା
  • ||
  • କଳାହାଣ୍ଡି : କେସିଙ୍ଗାରେ ଓଡିଶା ବନ୍ଦ ପ୍ରଭାବ, ସହରର ସମସ୍ତ ଦୋକାନ ବଜାର ସହ ବିଭିନ୍ନ କାର୍ଯ୍ୟାଳୟ ବନ୍ଦ
  • ||
  • ଆଲାସ୍କା ଦ୍ୱୀପରେ ୭.୩ ତୀବ୍ରତାର ଭୂମିକମ୍ପ ଅନୁଭୂତ, ସୁନାମି ଚେତାବନୀ ଜାରି
  • ||
  • ସପିଂ ମଲରେ ଭୟଙ୍କର ଅଗ୍ନିକାଣ୍ଡ; ଜିଅନ୍ତା ଜଳି ୫୦ ମୃତ, ଅନେକ ଆହତ
  • ||
  • ଖଲ୍ଲିକୋଟ : ୧୬ ନଂ ଜାତୀୟ ରାଜପଥ ନାରାୟଣୀ ଛକରେ ଓଲଟିଲା କାର୍, ଜଣେ ମୃତ ୮ ଗୁରୁତର
  • ||
  • ଓଡ଼ିଶା ବନ୍ଦ, ଚକଅଖ ଜାମ୍, ସକାଳ ୬ରୁ ୧୨ ଘଣ୍ଟିଆ ବନ୍ଦ ଡାକରା ଦେଇଛନ୍ତି କଂଗ୍ରେସ, ବାମପନ୍ଥୀ ଦଳ
  • ||
  • ଗୁରୁବାରଠୁ କମିବ ବର୍ଷାର ପରିମାଣ, ୨୩ ଜିଲ୍ଲାରେ ବଜ୍ରଘାତ ଆଶଙ୍କା; ୨୦ରୁ ଅନେକ ସ୍ଥାନରେ ବର୍ଷା ସମ୍ଭାବନା
  • ||

ଭଡା ଘରେ ସେକ୍ସ ରାକେଟ୍ ଚାଲିଥିବା ବେଳେ ଚଢାଉ; ୨ ଯୁବତୀ ଉଦ୍ଧାର, ରାଣୀ ମହୁମାଛି ଗିରଫ

Published By : Rasmita Pradhan | July 11, 2025 12:17 PM

ବାରିପଦା, ୧୧/୦୭ : ମୟୂରଭଞ୍ଜ ଜିଲ୍ଲା ବାରିପଦା ସହରର ଭୁଗୁଡ଼ା କଟା ଅନ୍ତର୍ଗତ ଏକ ଭଡା ଘରୁ ସେକ୍ସ ରାକେଟ୍ ଠାବ। ଦେହ ବ୍ୟବସାୟ ଚାଲିଥିବା ବେଳେ ଭଞ୍ଜପୁର ପୁଲିସର ଚଢାଉ। ୨ ଯୁବତୀଙ୍କୁ ଉଦ୍ଧାର କରିବା ସହ ରାଣୀ ମହୁମାଛିକୁ ଗିରଫ କଲା ପୁଲିସ। ଚଢାଉ ବେଳେ ମହିଳାଙ୍କ ସ୍ଵାମୀ ଫେରାର ହୋଇଯାଇଛନ୍ତି। ଭଡ଼ା ଘରୁ ନଗଦ ୨୧ ହଜାର ୪୯୦ ଟଙ୍କା, ୩ଟି ମୋବାଇଲ, ଆପତ୍ତିଜନକ ଜିନିଷ, ଗୋଟିଏ ବାଇକ ଓ ଗୋଟିଏ ସ୍କୁଟି ଜବତ ହୋଇଛି।

ଭୁଗୁଡା କଟା ଅଞ୍ଚଳରେ ଜନୈକ ମହିଳା ଏବଂ ତାଙ୍କ ସ୍ଵାମୀ ମିଶି ଗରିବ ଘରର ଚାକିରି ପାଇଁ ଆଶାୟୀ ଥିବା ଯୁବତୀଙ୍କୁ ଆଣି ଦେହ ବ୍ୟବସାୟରେ ଲଗାଉଥିଲେ। ସେମାନଙ୍କୁ ବିଭିନ୍ନ ପ୍ରକାରର ପ୍ରଲୋଭନ ଦେଖାଇ ବାରିପଦା ଆଣୁଥିଲେ। ଏକ ଭଡ଼ା ଘରେ ଦେହ ବ୍ୟବସାୟରେ ଲଗାଇ ଟଙ୍କା ରୋଜଗାର କରୁଥିଲେ। ଉକ୍ତ ଭଡ଼ା ଘରକୁ ପ୍ରତିଦିନ ନୂଆ ନୂଆ ଝିଅମାନେ ଆସୁଥିବା ଦେଖି ସ୍ଥାନୀୟ ଲୋକଙ୍କର ସନ୍ଦେହ ହୋଇଥିଲା। ଏନେଇ ଭଞ୍ଜପୁର ଥାନାକୁ ସୂଚନା ଦିଆଯାଇଥିଲା। ଖବର ମୁତାବକ ପୁଲିସ ଭଡ଼ା ଘରେ ଚଢାଉ କରି ୨ ଯୁବତୀଙ୍କୁ ଉଦ୍ଧାର କରିଛି। ଏହା ସହ ରାଣୀ ମହୁମାଛିକୁ ଗିରଫ କରିଛି। ତେବେ ଚଢାଉ ସମୟରେ ଉକ୍ତ ମହିଳାଙ୍କ ସ୍ଵାମୀ ଫେରାର୍ ହୋଇଯାଇଛନ୍ତି। ଉଦ୍ଧାର ହୋଇଥିବା ୨ ଯୁବତୀଙ୍କ ମଧ୍ୟରୁ ଜଣକର ଘର ପଶ୍ଚିମବଙ୍ଗରେ ହୋଇଥିବା ବେଳେ ଅନ୍ୟ ଜଣଙ୍କ ଘର ବାଲେଶ୍ୱରରେ ବୋଲି ଜଣାପଡିଛି। ସେମାନଙ୍କ ପରିବାର ଲୋକେ ନେବାକୁ ନଆସିବାରୁ ଦୁହିଁଙ୍କୁ ୱାନ୍ ଷ୍ଟପ୍ ସେଣ୍ଟରକୁ ପଠାଇ ଦିଆଯାଇଛି। ଭଡ଼ା ଘରୁ ନଗଦ ୨୧ ହଜାର ୪୯୦ ଟଙ୍କା, ୩ଟି ମୋବାଇଲ, ଆପତ୍ତିଜନକ ଜିନିଷ, ଗୋଟିଏ ବାଇକ ଓ ଗୋଟିଏ ସ୍କୁଟି ଜବତ ହୋଇଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.