ପ୍ରମୂଖ ଖବର
  • ଦିଗପହଣ୍ଡି : ଝାଡାବାନ୍ତିରେ ଜଣେ ମୃତ, ୯ ଗୁରୁତର
  • ||
  • ନୂଆପଡ଼ା : ଲଗାଣ ବର୍ଷାରେ ଭୁଶୁଡ଼ିଲା ନିର୍ମାଣାଧୀନ କୁକୁଡ଼ା ଫାର୍ମ କାନ୍ଥ, ଚାପି ହୋଇ ଦୁଇ ମହିଳା ମୃତ
  • ||
  • ବିଶ୍ୱ ପୁଲିସ ଓ ଅଗ୍ନିଶମ କ୍ରୀଡ଼ାରେ ଇତିହାସ ରଚିଲା ଓଡ଼ିଶା ପୁଲିସ; ମିଳିଲା ୯ ସ୍ୱର୍ଣ୍ଣ, ୨ଟି ରୌପ୍ୟ ଓ ୩ଟି ବ୍ରୋଞ୍ଜ ପଦକ
  • ||
  • ଝାରସୁଗୁଡାରେ ବର୍ଷା ବିତ୍ପାତ, ୪ ବ୍ଲକରେ ଅତି ପ୍ରବଳ ବର୍ଷା ରେକର୍ଡ
  • ||
  • କଟକ : କାର୍‌ - ବାଇକ୍‌ ମୁହାଁମୁହିଁ ଧକ୍କା; ଜଣେ ଗୁରୁତର, ୨ ଆହତ
  • ||
  • ନୟାଗଡ଼ : ଟାଙ୍ଗିଆ ଚୋଟରେ ବୃଦ୍ଧଙ୍କ ମୃତ୍ୟୁ, ଅଭିଯୁକ୍ତ ଅଟକ
  • ||
  • ପୂଜାର୍ଚ୍ଚନା ପରେ ଖୋଲିଲା ହୀରାକୁଦର ୭ ନମ୍ବର ଗେଟ୍, ଛଡ଼ାଗଲା ଚଳିତ ବର୍ଷର ପ୍ରଥମ ବନ୍ୟାଜଳ
  • ||
  • ମହଣ ମହଣ ସୁନାରେ ଝଟକିବେ ଦାରୁବ୍ରହ୍ମ, ରଥାରୂଢ଼ ଶ୍ରୀଜିଉଙ୍କ ରାଜରାଜେଶ୍ୱର ବେଶ ଦର୍ଶନ କରିବେ ଶ୍ରଦ୍ଧାଳୁ
  • ||
  • ଆମେରିକା ଟେକ୍ସାସରେ ଭୟଙ୍କର ବନ୍ୟା ସ୍ଥିତି, ୪୩ ମୃତ ୨୩ ନିଖୋଜ
  • ||
  • ଟ୍ରମ୍ପଙ୍କୁ ସିଧା ଟକ୍କର ଦେବେ ଏଲନ ମସ୍କ; ନୂଆ ଦଳର କଲେ ଘୋଷଣା
  • ||
  • ଲଘୁଚାପ ରୂପ ନେଇପାରେ ଘୂର୍ଣ୍ଣିବଳୟ: ଆସନ୍ତା ୩ ଦିନ ପ୍ରବଳ ବର୍ଷା ସମ୍ଭାବନା, ୮ରୁ ଉପକୂଳରେ କମିବ
  • ||

ଟେକ୍ସାସରେ ଭୟଙ୍କର ବନ୍ୟା ସ୍ଥିତି: ୪୩ ଛୁଇଁଲା ମୃତ୍ୟୁ ସଂଖ୍ୟା, ସମର୍‌ କ୍ୟାମ୍ପର ୨୭ ଝିଅ ନିଖୋଜ

Published By : Swapna Ray | July 6, 2025 10:10 AM

ନୂଆଦିଲ୍ଲୀ, ୬।୭: ଦକ୍ଷିଣ-କେନ୍ଦ୍ରୀୟ ଟେକ୍ସାସର ହଣ୍ଟରେ ପ୍ରବଳ ବର୍ଷା ଯୋଗୁଁ ହଠାତ୍ ବନ୍ୟା ପରିସ୍ଥିତି ଉପୁଜିଛି । ଶନିବାର ଗୁଆଡାଲୁପ୍ ନଦୀ କୂଳରେ ଥିବା ଏକ ସମର୍ କ୍ୟାମ୍ପରୁ ୨୭ ଜଣ ଝିଅ ନିଖୋଜ ଥିବା ଖବର ସାମ୍ନାକୁ ଆସିଛି । ପୋଲିସ ଅଧିକାରୀ ଓ ଉଦ୍ଧାରକାରୀ ଦଳ ସନ୍ଧାନ ଜାରି ରଖିଛନ୍ତି । ଭୀଷଣ ବନ୍ୟାରେ ୧୫ ଜଣ ଶିଶୁଙ୍କ ସମେତ ପାଖାପାଖି ୪୩ ଜଣଙ୍କର ମୃତ୍ୟୁ ହୋଇଛି । କିଛି ସ୍ଥାନୀୟ ବାସିନ୍ଦା ଏହାକୁ ରାଜ୍ୟର ସାମ୍ପ୍ରତିକ ଇତିହାସର ସବୁଠୁ ବଡ଼ "ପ୍ରାକୃତିକ ବିପର୍ଯ୍ୟୟ" ବୋଲି କହିଛନ୍ତି । ରିପୋର୍ଟ ଅନୁଯାୟୀ, ଏହି ବିପର୍ଯ୍ୟୟ ଯୋଗୁଁ ୮୫୦ ଜଣଙ୍କୁ ସ୍ଥାନାନ୍ତର କରାଯାଇଛି । ଯେଉଁଥିରେ ୮ ଜଣ ଆହତ ଅଛନ୍ତି । ଏକ ସାମ୍ବାଦିକ ସମ୍ମିଳନୀରେ, କେର୍ କାଉଣ୍ଟି ସେରିଫ୍ ଲାରି ଲିଥା ବନ୍ୟାରେ ପ୍ରାଣ ହରାଇଥିବା ଲୋକଙ୍କ ସଂଖ୍ୟା ସ୍ପଷ୍ଟ କରିଛନ୍ତି । ସେ କହିଛନ୍ତି, "ଆମେ କେର୍ କାଉଣ୍ଟିରେ ପାଖାପାଖି ୪୩ ମୃତଦେହ ଉଦ୍ଧାର କରିଛୁ । ମୃତକଙ୍କ ମଧ୍ୟରେ ୨୮ ଜଣ ବୟସ୍କ ଏବଂ ୧୫ ଜଣ ଶିଶୁ ଅଛନ୍ତି ।"

ଶୁକ୍ରବାର ଅର୍ଥାତ୍ ୪ ଜୁଲାଇରେ ମୂଷଳ ଧାରାରେ ବର୍ଷା ହେବା ଫଳରେ ଗୁଆଡାଲୁପ୍ ନଦୀର ଜଳସ୍ତର ହଠାତ୍ ବୃଦ୍ଧି ପାଇଥିଲା । ଦେଖୁ ଦେଖୁ ମାତ୍ର ୪୫ ମିନିଟ୍ ମଧ୍ୟରେ ନଦୀ ପାଣି ପ୍ରାୟ ୨୬ ଫୁଟ୍‌ ଉଚ୍ଚରେ ପହଞ୍ଚିଥିଲା । ଫଳରେ ଅନେକ କ୍ୟାବିନ, କାର୍ ଏବଂ କିଛି ଘର ସମ୍ପୂର୍ଣ୍ଣ ଭାସିଯାଇଥିଲା । ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ସ୍ଥାନଗୁଡ଼ିକ ମଧ୍ୟରେ ଥିଲା ମିଷ୍ଟିକ୍ କ୍ୟାମ୍ପ । ଗୁଆଡାଲୁପ୍ ନଦୀ କୂଳରେ ଥିବା ଏହି ଖ୍ରୀଷ୍ଟିଆନ ସମର୍ କ୍ୟାମ୍ପ ପ୍ରାୟ ୭୫୦ ଜଣ ଝିଅଙ୍କୁ ଆବାସ ଦେଇଥିଲା ।

ସେରିଫ୍ ଲେଥାଙ୍କ କହିବାନୁଯାୟୀ, ସମର୍ କ୍ୟାମ୍ପରେ ଥିବା ୨୭ ଜଣ ଝିଅଙ୍କ ପତ୍ତା ମିଳୁନି । ଆମେରିକୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ନିଖୋଜ ଝିଅମାନଙ୍କ ମଧ୍ୟରୁ ୪ ଜଣଙ୍କର ମୃତ୍ୟୁ ଘଟିଛି । ଏଏଫ୍‌ପି ସହିତ ଆଲୋଚନାରେ, ନିଖୋଜ ଝିଅମାନଙ୍କ ମଧ୍ୟରୁ ଜଣଙ୍କ ବାପା ମାଇକେଲ କହିଛନ୍ତି ଯେ, ସେ ତାଙ୍କ ୮ ବର୍ଷର ଝିଅକୁ ଖୋଜିବା ପାଇଁ ଶନିବାର ସକାଳେ ଅଷ୍ଟିନରୁ ଗାଡ଼ି ଚଲାଇ ଆସିଥିଲେ । ମାଇକେଲ କହିଛନ୍ତି “ମୁଁ ଅଷ୍ଟିନରେ ଥିଲି ଏବଂ ଗତକାଲି ସକାଳେ ଗାଡ଼ି ଚଲାଇ ଏଠାକୁ ଆସିଥିଲି । ମୋ ୮ ବର୍ଷର ଝିଅକୁ ମୁଁ ଫେରି ପାଇବି ବୋଲି ଆଶା ରଖିଛି ।” ବର୍ଷ ବର୍ଷ ଧରି ଟୋକ୍ସାସରେ ବନ୍ୟା ଆସିଛି, କିନ୍ତୁ ଏତେ ବଡ଼ ଅଘଟଣ ହୋଇନାହିଁ ବୋଲି ସ୍ଥାନୀୟ ଚର୍ଚ୍ଚରେ କାମ କରୁଥିବା କେରଭିଲ୍ ବାସିନ୍ଦା ସୋଇଲା ରେନା କହିଛନ୍ତି । ମିଷ୍ଟିକ୍‌ଠାରୁ ମାତ୍ର ଗୋଟିଏ ମାଇଲ୍ ତଳକୁ ଥିବା ହାର୍ଟ ଓ' ଦି ହିଲ୍ସ କ୍ୟାମ୍ପରେ ମଧ୍ୟ ଏକ ଦୁଃଖଦ ଘଟଣା ଘଟିଛି । ଉଦ୍ଧାର ହୋଇଥିବା ମୃତକଙ୍କ ମଧ୍ୟରେ ଏହି କ୍ୟାମ୍ପର ନିର୍ଦ୍ଦେଶକ ଜେନ୍ ରାଗସଡେଲ୍‌ଙ୍କ ମୃତଦେହ ଥିବା ଜଣାପଡ଼ିଛି ।

 


 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.