ନୂଆଦିଲ୍ଲୀ,୦୬/୦୭: ୫ ଦେଶ ଗସ୍ତରେ ଅଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଅର୍ଜେଣ୍ଟିନା ଗସ୍ତ ପରେ ବ୍ରାଜିଲରେ ପହଞ୍ଚିଛନ୍ତି ପିଏମ୍ ମୋଦି । ଏହା ମୋଦିଙ୍କର ଚତୁର୍ଥ ବ୍ରାଜିଲ ଗସ୍ତ । ବିମାନବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ସ୍ୱାଗତ କରିଥିଲେ ବ୍ରାଜିଲ ରାଷ୍ଟ୍ରପତି ଲୁଲା । ଏହା ସହିତ ରିଓ ଡେ ଜାନାରିଓରେ ପାରମ୍ପରିକ ନୃତ୍ୟରେ 'ଅପରେସନ୍ ସିନ୍ଦୂର' ଥିମ୍ରେ ସ୍ୱାଗତ କରିଥିଲେ ପ୍ରବାସୀ ଭାରତୀୟ । ସପ୍ତଦଶ ବ୍ରିକ୍ସ ସମ୍ମିଳନୀରେ ଯୋଗ ଦେବେ ପ୍ରଧାନମନ୍ତ୍ରୀ ।
ବ୍ରିକ୍ସ ସମ୍ମିଳନୀରେ ଯୋଗ ଦେବେ ପ୍ରଧାନମନ୍ତ୍ରୀ- ପ୍ରଧାନମନ୍ତ୍ରୀ ମୋଦି ବ୍ରାଜିଲ ରାଷ୍ଟ୍ରପତି ଲୁଇଜ୍ ଇନାସିଓ ଲୁଲା ଡା ସିଲଭାଙ୍କ ନିମନ୍ତ୍ରଣରେ ବ୍ରାଜିଲ ଗସ୍ତ କରିଛନ୍ତି । ପ୍ରଧାନମନ୍ତ୍ରୀ ଆଜି ରିଓ ଡି ଜେନେରିଓର ଗାଲିଓରେ ୧୭ତମ ବ୍ରିକ୍ସ ସମ୍ମିଳନୀରେ ଯୋଗଦେବେ । ଏହା ପ୍ରଧାନମନ୍ତ୍ରୀ ମୋଦିଙ୍କ ଚତୁର୍ଥ ବ୍ରାଜିଲ ଗସ୍ତ। ବ୍ରିକ୍ସ ସମ୍ମିଳନୀ ସମୟରେ ଅନେକ ଦ୍ୱିପାକ୍ଷିକ ବୈଠକ ମଧ୍ୟ କରିବେ । ଏହାପରେ ବ୍ରାଜିଲରୁ ବ୍ରାସିଲିଆ ଯିବେ ପ୍ରଧାନମନ୍ତ୍ରୀ । ସେଠାରେ ବାଣିଜ୍ୟ, ପ୍ରତିରକ୍ଷା, ଶକ୍ତି, ମହାକାଶ, ପ୍ରଯୁକ୍ତିବିଦ୍ୟା, କୃଷି, ସ୍ୱାସ୍ଥ୍ୟ ଏବଂ ଲୋକ ସମ୍ପର୍କ ସମେତ ପାରସ୍ପରିକ ସ୍ୱାର୍ଥ କ୍ଷେତ୍ରରେ ଦୁଇ ଦେଶ ମଧ୍ୟରେ ରଣନୈତିକ ସହଭାଗୀତାକୁ ନେଇ ଦ୍ୱିପାକ୍ଷିକ ଆଲୋଚନା କରିବେ।
#WATCH | Rio de Janeiro, Brazil | People of the Indian diaspora perform a special cultural dance based on the theme of Operation Sindoor as they welcome PM Modi
— ANI (@ANI) July 6, 2025
(Source: ANI/DD News) pic.twitter.com/5fbCTBEucB
୫ ରାଷ୍ଟ୍ର ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ପ୍ରଥମେ ଘାନା, ତ୍ରିନିଦାଦ ଓ ଟବାଗୋ ଗସ୍ତ ଶେଷ କରି ଶନିବାର ଆର୍ଜେଣ୍ଟିନାରେ ପହଞ୍ଚିଥିଲେ । ଆର୍ଜେଣ୍ଟିନା ରାଜଧାନୀ ବ୍ୟୁନସ୍ ଏୟାର୍ସରେ ପହଞ୍ଚିବା ପରେ ସେଠାରେ ତାଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି । ଜାତୀୟ ପତାକା ହାତରେ ଧରି ପ୍ରବାସୀ ଭାରତୀୟମାନେ ସ୍ୱାଗତ କରିଥିଲେ । ସେ ମଧ୍ୟ ପ୍ରବାସୀ ଭାରତୀୟଙ୍କ ସହ ମିଶିଥିଲେ ଓ ଆଲୋଚନା କରିଥିଲେ । ପରେ ସେ ବ୍ୟୁନସ୍ ଏୟାର୍ସରେ ଥିବା ସାନ ମାର୍ଟିନ ସ୍ମାରକୀରେ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ ।
ଘର ଠାରୁ ହଜାର ହଜାର କି.ମି. ଦୂରରେ ରହିଥିଲେ ମଧ୍ୟ ପ୍ରବାସୀ ଭାରତୀୟମାନେ ଭାରତୀୟ ସଂସ୍କୃତିକୁ ଛାଡିପାରିନାହାନ୍ତି ବୋଲି କହିଥିଲେ ପ୍ରଧାନମନ୍ତ୍ରୀ । ଦୁଇଦେଶ ମଧ୍ୟରେ ପ୍ରତିରକ୍ଷା, ବିରଳ ଖଣିଜ, ଶକ୍ତି, ବାଣିଜ୍ୟ, ପର୍ଯ୍ୟଟନ, ପ୍ରଯୁକ୍ତିବିଦ୍ୟା ଓ ପୁଞ୍ଜି ନିବେଶ ଆଦି କ୍ଷେତ୍ରରେ ସହଯୋଗ ବୃଦ୍ଧି ନେଇ ଆଲୋଚନା ହୋଇଛି । ଆର୍ଜେଣ୍ଟିନାରେ ବିପୁଳ ପରିମାଣର ଗ୍ୟାସ ଓ ତୈଳ ଭଣ୍ଡାର ରହିଛି । ଏହା ଭାରତର ଦୀର୍ଘକାଳୀନ ଶକ୍ତି ସହଯୋଗୀ ହୋଇପାରିବ ।