ପ୍ରମୂଖ ଖବର
  • ମିନାକ୍ଷୀ ବାହିନୀପତି ହେଲେ ରାଜ୍ୟ ମହିଳା କଂଗ୍ରେସ ସଭାନେତ୍ରୀ
  • ||
  • ଦିଗପହଣ୍ଡି : ଝାଡାବାନ୍ତିରେ ଜଣେ ମୃତ, ୯ ଗୁରୁତର
  • ||
  • ନୂଆପଡ଼ା : ଲଗାଣ ବର୍ଷାରେ ଭୁଶୁଡ଼ିଲା ନିର୍ମାଣାଧୀନ କୁକୁଡ଼ା ଫାର୍ମ କାନ୍ଥ, ଚାପି ହୋଇ ଦୁଇ ମହିଳା ମୃତ
  • ||
  • ବିଶ୍ୱ ପୁଲିସ ଓ ଅଗ୍ନିଶମ କ୍ରୀଡ଼ାରେ ଇତିହାସ ରଚିଲା ଓଡ଼ିଶା ପୁଲିସ; ମିଳିଲା ୯ ସ୍ୱର୍ଣ୍ଣ, ୨ଟି ରୌପ୍ୟ ଓ ୩ଟି ବ୍ରୋଞ୍ଜ ପଦକ
  • ||
  • ଝାରସୁଗୁଡାରେ ବର୍ଷା ବିତ୍ପାତ, ୪ ବ୍ଲକରେ ଅତି ପ୍ରବଳ ବର୍ଷା ରେକର୍ଡ
  • ||
  • କଟକ : କାର୍‌ - ବାଇକ୍‌ ମୁହାଁମୁହିଁ ଧକ୍କା; ଜଣେ ଗୁରୁତର, ୨ ଆହତ
  • ||
  • ନୟାଗଡ଼ : ଟାଙ୍ଗିଆ ଚୋଟରେ ବୃଦ୍ଧଙ୍କ ମୃତ୍ୟୁ, ଅଭିଯୁକ୍ତ ଅଟକ
  • ||
  • ପୂଜାର୍ଚ୍ଚନା ପରେ ଖୋଲିଲା ହୀରାକୁଦର ୭ ନମ୍ବର ଗେଟ୍, ଛଡ଼ାଗଲା ଚଳିତ ବର୍ଷର ପ୍ରଥମ ବନ୍ୟାଜଳ
  • ||
  • ମହଣ ମହଣ ସୁନାରେ ଝଟକିବେ ଦାରୁବ୍ରହ୍ମ, ରଥାରୂଢ଼ ଶ୍ରୀଜିଉଙ୍କ ରାଜରାଜେଶ୍ୱର ବେଶ ଦର୍ଶନ କରିବେ ଶ୍ରଦ୍ଧାଳୁ
  • ||
  • ଆମେରିକା ଟେକ୍ସାସରେ ଭୟଙ୍କର ବନ୍ୟା ସ୍ଥିତି, ୪୩ ମୃତ ୨୩ ନିଖୋଜ
  • ||
  • ଟ୍ରମ୍ପଙ୍କୁ ସିଧା ଟକ୍କର ଦେବେ ଏଲନ ମସ୍କ; ନୂଆ ଦଳର କଲେ ଘୋଷଣା
  • ||
  • ଲଘୁଚାପ ରୂପ ନେଇପାରେ ଘୂର୍ଣ୍ଣିବଳୟ: ଆସନ୍ତା ୩ ଦିନ ପ୍ରବଳ ବର୍ଷା ସମ୍ଭାବନା, ୮ରୁ ଉପକୂଳରେ କମିବ
  • ||

ଇସ୍ରାଏଲ ସହ ଯୁଦ୍ଧବିରତି ପରେ ପ୍ରଥମ ଥର ସାମ୍ନାକୁ ଆସିଲେ ଇରାନ୍ ସୁପ୍ରିମ ଲିଡ଼ର, ଏକ କାର୍ଯ୍ୟକ୍ରମରେ ଆସିଲେ ନଜର

Published By : Ankita S | July 6, 2025 1:05 PM

ନୂଆଦିଲ୍ଲୀ,୦୬/୦୭: ଗୋଟିଏ ପଟେ ଇସ୍ରାଏଲ ସହ ଲଢେଇ ଚାଲିଥାଏ । ଆଉ ଗୋଟିଏ ପଟେ ଇରାନ୍ ସୁପ୍ରିମ ଲିଡର କେଉଁଆଡ଼େ ଗଲେ ବୋଲି ଖୋଜା ପଡିଥାଏ । ଇସ୍ରାଏଲ ସହ ଭୀଷଣ ସଂଘର୍ଷ ସମାପ୍ତ ପରେ ପ୍ରଥମ ଥର ସାମ୍ନାକୁ ଆସିଛନ୍ତି ଇରାନ୍‌ ସୁପ୍ରିମ ଲିଡର ଅୟାତୁଲ୍ଲା ଖାମେନେଇ । ଇସ୍ରାଏଲ ସହ ଯୁଦ୍ଧ ହେବା ପରେ ମାସ ମାସ ଧରି ନଜର ଆଢୁଆଳରେ  ରହିବା ପରେ ଶନିବାର ଦିନ ଏକ ଧର୍ମିକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବା ପାଇଁ ସର୍ବସାଧାରଣରେ ଦେଖା ଦେଇଛନ୍ତି ଖାମେନେଇ ।

ଇସ୍ରାଏଲ ସହିତ ୧୨ ଦିନ ଧରି ଯୁଦ୍ଧ ହେବା ସମୟରେ ଖାମେନେଇ ସୁରକ୍ଷିତ ସ୍ଥାନରେ ଲୁଚି ରହିଥିଲେ । ଏହି ଯୁଦ୍ଧରେ ଇରାନ୍‌ର ଅନେକ ଶୀର୍ଷ ନେତୃତ୍ୱଙ୍କ ଜୀବନ ଯାଇଥିଲା । ଏପରିକି ଅନେକ ପରମାଣୁ ବିଶେଷଜ୍ଞ ଓ ସାମରିକ ମୁଖ୍ୟଙ୍କ ମୃତ୍ୟୁ ହୋଇଥିଲା  । ଇରାନ୍‌-ଇସ୍ରାଏଲ ଯୁଦ୍ଧବିରତି ପରେ ପ୍ରଥମ ଥର ସାମ୍ନାକୁ ଆସିଛନ୍ତି ଇରାନ୍‌ ସୁପ୍ରିମ ଲିଡର । ତେହେରାନରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ସର୍ବସାଧାରଣରେ ନଜର ଆସିଛନ୍ତି ଖାମେନେଇ ।

ଗତ ଜୁନ୍‌ ୧୩ରେ ଇସ୍ରାଏଲ ସହିତ ଇରାନ୍‌ର ଯୁଦ୍ଧ ଆରମ୍ଭ ହୋଇଥିଲା । ଏହା ପରଠୁ ଖାମେନେଇ ସର୍ବସାଧାରଣ ଉପସ୍ଥିତିକୁ ଏଡାଇ ଯାଉଥିଲେ । ବ୍ୟକ୍ତିଗତ ଭାବେ ଉପସ୍ଥିତ ନହୋଇ ରେକର୍ଡ ଭିଡିଓ ଜାରି କରୁଥିଲେ । ଦୁଇ ଦେଶ ମଧ୍ୟରେ ସଂଘର୍ଷ ଯୋଗୁଁ ସୁରକ୍ଷିତ ସ୍ଥାନରେ ରହିଥିଲେ । ଏମିତିକି ବଙ୍କର ଭିତରେ ରହି ନଜ ଉତ୍ତରାଧିକାରୀ ମଧ୍ୟ ବାଛିଥିଲେ ଖାମେନେଇ । ଏବେ ପ୍ରଥମ ଥର ନଜର ଆସିଛନ୍ତି ଖାମେନେଇ । ସିଆ ମୁସଲିମ କ୍ୟାଲେଣ୍ଡର ଏକ ପ୍ରମୁଖ ଦିନ ଅଶୁରା ପାଳନ  ସମୟରେ ଖାମେନେଇ ଏକ ହଲ ଭିତରକୁ ପ୍ରବେଶ କରୁଥିବାର ଦୃଶ୍ୟ ଦେଖିବାକୁ ମିଳିଛି ।



Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.