ଫିରିଙ୍ଗିଆ ,୨।୧୨ କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ କ୍ରାଣ୍ଡିବାଲୀ ଗ୍ରାମପଞ୍ଚାୟତ ସ୍ଥିତ କାମଟଣା ଗ୍ରାମରେ ହୋଇଥିବା ମୋବାଇଲ ଟାଓ୍ବାର କାର୍ଯ୍ୟକ୍ଷମ କରିବା ପାଇଁ ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହୋଇଛନ୍ତି ସମିତି ସଭ୍ୟ।
କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଳକ୍, କ୍ରାଣ୍ଡିବାଲୀ ଗ୍ରାମପଞ୍ଚାୟତର କାମଟଣା ଗ୍ରାମରେ ମୋବାଇଲ ନେଟୱାର୍କ ସ୍ଥାପନା କରାଯାଇ ଆଜକୁ ପାଞ୍ଚ ରୁ ୬ମାସ ବିତିଗଲେ ସୁଦ୍ଧା କୌଣସି କାର୍ଯ୍ୟକ୍ଷମ ହୋଇନାହିଁ । ପାହାଡ଼ ପର୍ବତ ଅଞ୍ଚଳ ଗାଁ ଲୋକ ଆମ୍ବୁଲାନ୍ସ ଗାଡି ଯୋଗାଯୋଗ କରିବା ପାଇଁ ମଧ୍ଯ ମୌଳିକ ସୁବିଧା ପାଇବାରେ ବଞ୍ଚିତ ହେଉଛିନ୍ତି। କ୍ରାଣ୍ଡିବାଲୀ ହେଡ଼କ୍ଵାଟର ଠାରେ ମିନି ବିଏସଏନଏଲ ନେଟୱାର୍କ ସ୍ଥାପନା କରାଯାଇଥିଲା ତାହାମଧ୍ଯ ଦଶ ମାସ ହେବ ଅଚଳ ହୋଇକି ପଡ଼ିରହିଛି । ଯାହାଫଳରେ ଅନଲାଇନ କାର୍ଯ୍ୟ କରିବାପାଇଁ ମଧ୍ୟ ଜନସାଧାରଣ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ପୂର୍ବରୁ ମଧ୍ୟ ନେଟୱାର୍କ ବିଷୟକୁ ନେଇ ସମିତିସଭ୍ୟା ଚିଙ୍କି କହଁର ଜିଲ୍ଲାପାଳଙ୍କୁ ଦରଖାସ୍ତ ମାଧ୍ୟମରେ ଅବଗତ କରାଇଥିଲେ ଏହାପରେ ମଧ୍ୟ କୌଣସି କାର୍ଯ୍ୟକାରୀ କରାଗଲାନାହିଁ । ଆଗାମୀ ୨ଦୁଇ ଦିନ ମଧ୍ୟରେ କାମଟଣା ଗ୍ରାମରେ ହୋଇଥିବା ମୋବାଇଲ ନେଟୱାର୍କ କାର୍ଯ୍ୟକ୍ଷମ କରିବା ସହିତ କ୍ରାଣ୍ଡିବାଲୀ ହେଡକ୍ଵାଟର ଠାରେ ନୂତନ ମୋବାଇଲ ନେଟୱାର୍କ ସ୍ଥାପନା କରିବାପାଇଁ ପଦକ୍ଷେପ ନ ନିଅନ୍ତି ତାହାହେଲେ ଆସନ୍ତା ବୁଧବାର ସକାଳୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ କ୍ରାଣ୍ଡିବାଲୀ, ବାଘନଦୀ ବ୍ରିଜ ଠାରେ ଗଣଧାରଣା ଦେବୁ ବୋଲି କ୍ରାଣ୍ଡିବାଲୀ ଗ୍ରାମପଞ୍ଚାୟତ ବାସୀ ନିଷ୍ପତ୍ତି ନେଇଛନ୍ତି।