ଭୁବନେଶ୍ୱର, ୮/୪ : ସମ୍ବଲପୁର ଜିଲ୍ଲା ଉପନିବନ୍ଧକ ସୂର୍ଯ୍ୟନାରାୟଣ ସାମଲଙ୍କୁ ସରକାର ଜମି ପଞ୍ଜିକରଣରେ ଜାଲିଆତି କାର୍ଯ୍ୟରେ ନିୟୋଜିତ ଥିବା ଅଭିଯୋଗରେ ନିଲମ୍ବିତ କରାଯାଇଛି । ଶ୍ରୀ ସାମଲ ମୃତ ବ୍ୟକ୍ତିଙ୍କୁ ଜୀବିତ ଦର୍ଶାଇ ଜାଲିଆତି କରି ଜମି ବିକ୍ରି ପଞ୍ଜିକରଣ କରାଇଥିଲେ । ଶ୍ରୀ ସାମଲ ଗତ ୨୮/୦୩/୨୦୨୫ରିଖ ଦିନ ଏହି କେଶ୍ରେ ଗିରଫ ହୋଇଥିଲେ । ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ପ୍ରକାଶିତ ଆଦେଶ ଅନୁଯାୟୀ ନିଲମ୍ବନ ନ ହଟିବା ପର୍ଯ୍ୟନ୍ତ ଶ୍ରୀ ସାମଲ ସମ୍ବଲପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଅବସ୍ଥାପିତ ହେବେ । ଏହା ସହ ବିନା ଅନୁମତିରେ କୌଣସି ପ୍ରକାର ଛୁଟି ନେଇପାରିବେ ନାହିଁ ।
ସୂଚନାଯୋଗ୍ୟ ଯେ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଦୁର୍ନୀତି କ୍ଷେତ୍ରରେ ଶୂନ୍ୟ ସହନଶୀଳତା ଉପରେ ସର୍ବାଧିକ ଗୁରୁତ୍ୱ ଦେଉଥିବାବେଳେ ରାଜସ୍ୱ ବିଭାଗ ପକ୍ଷରୁ ବିଗତ ଦିନରେ ଅଧିକାଂଶ ମାମଲା ଉପରେ ଦୃଷ୍ଟାନ୍ତ ମୂଳକ ଭାବରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଆଗାମୀ ଦିନରେ ମଧ୍ୟ ଦୁର୍ନୀତି ଓ ଜାଲିଆତି କାର୍ଯ୍ୟକୁ କୌଣସି ପ୍ରକାରେ ବରଦାସ୍ତ କରାଯିବ ନାହିଁ ବୋଲି ମନ୍ତ୍ରୀ ଶ୍ରୀ ପୂଜାରୀ ପ୍ରକାଶ କରିଛନ୍ତି ।