ପ୍ରମୂଖ ଖବର
  • ଜଷ୍ଟିସ୍‌ ଯଶୱନ୍ତ ବର୍ମାଙ୍କୁ ଶକ୍ତ ଝଟକା; ସର୍ବୋଚ୍ଚ ଅଦାଲତରେ ଚ୍ୟାଲେଞ୍ଜ ଆବେଦନ ଖାରଜ୍
  • ||
  • କଟକ : ଅସହ୍ୟ ହେଲା ପ୍ରେମିକଙ୍କ ବ୍ଲାକମେଲ୍! ଫ୍ୟାନ୍‌ରେ ଝୁଲିପଡ଼ିଲେ ଯୁବତୀ
  • ||
  • କଟକ ଏସ୍‌ସିବି ମେଡିକାଲରେ ପହଞ୍ଚିଲା ପଟ୍ଟାମୁଣ୍ଡାଇ ଛାତ୍ରୀଙ୍କ ମୃତଦେହ, କରାଯିବ ବ୍ୟବଚ୍ଛେଦ
  • ||
  • ପଟ୍ଟାମୁଣ୍ଡାଇ ଛାତ୍ରୀ ଆତ୍ମହୁତି ଘଟଣାରେ ଆକ୍ସନ୍, ASI ଶୈଳେନ୍ଦ୍ର ନାରାୟଣ ପଲେଇଙ୍କୁ ବଦଳି ନିର୍ଦ୍ଦେଶ
  • ||
  • ବଳଙ୍ଗା ପୀଡ଼ିତାଙ୍କୁ ନ୍ୟାୟ ଦାବିରେ ବିଜେଡ଼ି ପକ୍ଷରୁ ପୁରୀ ବନ୍ଦ ଡାକରା, ସକାଳ ୬ଟାରୁ ଦିନ ୧୨ଟା ଯାଏ ଚାଲିବ
  • ||
  • ଜଗତସିଂହପୁର ରଘୁନାଥପୁର ଥାନା ଅଞ୍ଚଳରେ ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମ, ପ୍ରତିରୋଧ କରିବାରୁ ଲହୁ ଲୁହାଣ କଲେ ଦୁର୍ବୃତ୍ତ
  • ||
  • ଆସନ୍ତା ୮ରେ ବାଂଲାଦେଶ ଉପରେ ଘୂର୍ଣ୍ଣିବଳୟ, ଉପକୂଳ, ଆଭ୍ୟନ୍ତରୀଣ ଓଡ଼ିଶାରେ କାଁ ଭାଁ ବର୍ଷା ସମ୍ଭାବନା
  • ||
  • ନୟାଗଡ଼: ପୂର୍ବତନ ମନ୍ତ୍ରୀ ବିଭୂତି ଭୂଷଣ ସିଂହ ମର୍ଦ୍ଦରାଜଙ୍କ ପରଲୋକ, ଚିକିତ୍ସାଧିନ ଅବସ୍ଥାରେ ୭୦ ବର୍ଷ ବୟସରେ କଲେ ଶେଷ ନିଶ୍ବାସ ତ୍ୟାଗ
  • ||

ଛେପରୁ ଜଣାପଡ଼ିବ ସମ୍ଭାବ୍ୟ ରୋଗ; ଜ୍ୟୋତି ବିହାର ଜୈବ ପ୍ରଯୁକ୍ତି ବିଜ୍ଞାନ ବିଭାଗର ଉପଲବ୍ଧି, ଡିଏନଏ କିଟ୍ ପ୍ରସ୍ତୁତ

Published By : Anindita Ratha | August 6, 2025 8:26 AM

ବୁର୍ଲା,୦୬/୦୮: ସମ୍ବଲପୁର ଜ୍ୟୋତିବିହାର ଜୈବ ପ୍ରଯୁକ୍ତି ବିଜ୍ଞାନ ବିଭାଗର ବଡ଼ ଉପଲବ୍ଧି। ପ୍ରସ୍ତୁତ ହେଲା ଡିଏନ୍‌ଏ କିଟ୍‌ । ଏଣିକି ଛେପରୁ ଜଣାପଡ଼ିବ ସମ୍ଭାବ୍ୟ ରୋଗ। ଜୈବ ପ୍ରଯୁକ୍ତି ଓ ଜୈବ ସୂଚନା ବିଜ୍ଞାନ ବିଭାଗ ଏବଂ ଏହି ବିଭାଗର ଷ୍ଟାର୍ଟଅପ୍‌ ୱିଣ୍ଡ ଡିଏନ୍‌ଏ ଲାଇଫ୍‌ସାଇନ୍ସ ପ୍ରାଇଭେଟ୍‌ ଲିମିଟେଡ୍‌ ମିଳିତ ଉଦ୍ୟମରେ ଏହା ପ୍ରସ୍ତୁତ ହୋଇଛି । ଏଥିରୁ ଲୋକେ ଆଗକୁ ରୋଗ ସମ୍ପର୍କରେ ସୂଚନା ପାଇ ପାରିବେ ବୋଲି ଆଶା କରାଯାଉଛି । 

ଉଦ୍ଭାବନ ହୋଇଥିବା କିଟ୍‌ରୁ ଆଗାମୀ ୫ରୁ ୧୦ ବର୍ଷ ମଧ୍ୟରେ କେଉଁ ମାରାତ୍ମକ ରୋଗ ହେବ କି ନାହିଁ ତାହା ଆଗୁଆ ଜଣାପଡ଼ିବ । କିଟ୍‌ରେ ଜଣେ ବ୍ୟକ୍ତିଙ୍କ ଛେପ ସଂଗ୍ରହ କରାଯିବ । ଏହାକୁ ପରୀକ୍ଷା ପାଇଁ ମୁମ୍ବାଇସ୍ଥିତ ୱିଣ୍ଡ୍‌ ଡିଏନ୍‌ଏ ଲାଇଫ୍‌ ସାଇନ୍ସ ପ୍ରାଇଭେଟ୍‌ ଲିମିଟେଡ୍‌ ଲ୍ୟାବ୍‌କୁ ପଠାଯିବ । ସେଠାରେ ପରୀକ୍ଷା ପରେ ଜଣାପଡ଼ିବ ସମ୍ପୃକ୍ତ ବ୍ୟକ୍ତିଙ୍କ କେଉଁ କେଉଁ ମାରାତ୍ମକ ରୋଗ ହେବା ସମ୍ଭାବନା ରହିଛି । ମୁଖ୍ୟତଃ କର୍କଟ, ମଧୁମେହ, ଯକୃତ, ହୃଦ୍‌ରୋଗ ଏବଂ ଆର୍ଥରାଇଟିସ୍‌ ଭଳି ରୋଗ ହେବ କି ନାହିଁ ତାହା ଜଣାପଡ଼ିବ । ଏହା ସହ ପ୍ରତିକାର ପାଇଁ ଏହି ବିଭାଗ ଦ୍ୱାରା ଜଡ଼ିବୁଟିରୁ ପ୍ରସ୍ତୁତ ଆୟୁର୍ବେଦିକ ଔଷଧ ପ୍ରଦାନ କରାଯିବ ବୋଲି ବିଭାଗ ମୁଖ୍ୟ ପ୍ରଫେସର ପ୍ରଦୀପ କୁମାର ନାୟକ ସୂଚନା ଦେଇଛନ୍ତି । 

ପ୍ରଫେସର ନାୟକ କହିଛନ୍ତି, ଏହି କିଟ୍‌ ପ୍ରସ୍ତୁତି ପାଇଁ ଗତ ୨୦୨୯-୨୦ରୁ ଗବେଷଣା ଆରମ୍ଭ କରାଯାଇଥିଲା । ଷ୍ଟାର୍ଟଅପ୍‌ ସହିତ ଯୋଡ଼ି ହେବା ପରେ ପରୀକ୍ଷା ପାଇଁ ପ୍ରକ୍ରିୟା ଆରମ୍ଭ କରାଯାଇଛି । ବର୍ତ୍ତମାନ ପର୍ଯ୍ୟନ୍ତ ୪୦୦ରୁ ଅଧିକ ଲୋକଙ୍କ ଡିଏନ୍‌ଏ ସଂଗ୍ରହ କରାଯାଇଛି । ସମ୍ବଲପୁର ବିଶ୍ୱବିଦ୍ୟାଳୟର ଜୈବ ପ୍ରଯୁକ୍ତି ବିଦ୍ୟା ଓ ଜୈବ ସୂଚନା ବିଜ୍ଞାନ ବିଭାଗ ଲ୍ୟାବ୍‌ରେ କେବଳ ଛେପ ସଂଗ୍ରହ କରାଯିବ ଏବଂ ଏହାକୁ ପରୀକ୍ଷା ପାଇଁ ମୁମ୍ବାଇ ସ୍ଥିତ ଲ୍ୟାବ୍‌କୁ ପଠାଯିବ । ଆଗକୁ ଏହି ପରୀକ୍ଷା ସମ୍ବଲପୁର ବିଶ୍ୱବିଦ୍ୟାଳୟରେ କିପରି ହେବ ଯୋଜନା କରାଯାଉଛି । ପରୀକ୍ଷା ପାଇଁ କିଟ୍‌ ମାଗଣାରେ ଦିଆଯାଉଥିବା ବେଳେ ପରୀକ୍ଷା ଖର୍ଚ୍ଚ ୮ ହଜାରରୁ ୩୦ ହଜାର ଟଙ୍କା ପର୍ଯ୍ୟନ୍ତ ରହିଛି । ପରୀକ୍ଷା ରିପୋର୍ଟ ଆସିବାକୁ ଅତି କମ୍‌ରେ ଏକମାସ ସମୟ ଲାଗୁଛି । ଚିକିତ୍ସା ବିଜ୍ଞାନରେ ଏହା ଏକ ବଡ଼ ଉପଲବ୍ଧି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.