ନୂଆଦିଲ୍ଲୀ,୪।୫: ଭୂରାଜନୈତିକ ପ୍ରସଙ୍ଗରେ ଭାରତର ମତକୁ ପ୍ରଭାବିତ କରିବାକୁ ଚେଷ୍ଟା କରୁଥିବା ୟୁରୋପୀୟ ଦେଶଗୁଡ଼ିକୁ ବୈଦେଶିକ ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କରଙ୍କ କଟାକ୍ଷ। ସେ କହିଛନ୍ତି , ଆମକୁ ଉପଦେଶ ଦେଉଥିବା ଦେଶ ନୁହେଁ ,ସହଯୋଗୀ ଦରକାର । ୟୁରୋପର କିଛି ଅଂଶ ଏବେ ବି ସେହି ସମସ୍ୟା ସହିତ ସଂଘର୍ଷ କରୁଛି।
ବୈଦେଶିକ ମନ୍ତ୍ରୀଙ୍କୁ ଯେତେବେଳେ ପଚରାଗଲା ଯେ ଭାରତ ୟୁରୋପଠାରୁ କ’ଣ ଆଶା କରେ, ଏହାର ଉତ୍ତରରେ କହିଥିଲେ, ‘ଯେତେବେଳେ ଆମେ ବିଶ୍ୱକୁ ଦେଖୁ, ଆମେ ଅଂଶୀଦାର ଖୋଜୁ, ଆମେ ଉପଦେଶ ଚାହୁଁନୁ। ଯେଉଁମାନେ ଏଭଳି ଉପଦେଶ ଦିଅନ୍ତି ସେମାନେ ନିଜ ଦେଶରେ ଏହାକୁ ଅନୁସରଣ କରନ୍ତି ନାହିଁ। ମୁଁ ଭାବୁଛି ୟୁରୋପର କିଛି ଅଂଶ ଏବେ ବି ସେହି ସମସ୍ୟା ସହିତ ସଂଘର୍ଷ କରୁଛନ୍ତି।
ଜୟଶଙ୍କର ପୂର୍ବରୁ ମଧ୍ୟ ଏହି ପ୍ରସଙ୍ଗରେ ଭାରତର ସ୍ଥିତି ସ୍ପଷ୍ଟ କରିସାରିଛନ୍ତି। ଯେତେବେଳେ ଭାରତର ନିଷ୍ପତ୍ତି ପାଶ୍ଚାତ୍ୟ ଦେଶର ଚିନ୍ତାର କାରଣ ହୋଇଥିଲା। ଯେତେବେଳେ ୟୁକ୍ରେନ ବିରୁଦ୍ଧରେ ଯୁଦ୍ଧ ସମୟରେ ମସ୍କୋ ଉପରେ ପାଶ୍ଚାତ୍ୟ ଦେଶ କଟକଣା ଲଗାଇ ଦେଇଥିଲେ ସେ ସମୟରେ ଭାରତ ଋଷରୁ ତେଲ ଆମଦାନୀ କରିବାକୁ ବଡ଼ ନିଷ୍ପତ୍ତି ନେଇଥିଲା। ଏହାକୁ ନେଇ ଜୟଶଙ୍କର କହିଛନ୍ତି, ଭାରତ ଓ ଋଷ ମଧ୍ୟରେ ଗୁରୁତ୍ବପୂର୍ଣ୍ଣ ସାମଞ୍ଜସ୍ୟ ରହିଛି। ଏହି ମାମଲାରେ ଦୁହେଁ ପରସ୍ପରର ପରିପୂରକ। ସେ କହିଛନ୍ତି, ମୁଁ ଯେଉଁଭଳି ଋଷର ଯଥାର୍ଥବାଦର ସମର୍ଥକ, ସେଭଳି ଆମେରିକାର ଯଥାର୍ଥବାଦର ମଧ୍ୟ ସମର୍ଥକ।’