ପ୍ରମୂଖ ଖବର
  • ଗୋଲାମୁଣ୍ଡାରେ ଦୁଇଟି ଏ.ଟି.ଏମ ଅଚଳ, ଗ୍ରାହକ ହନ୍ତସନ୍ତ
  • ||
  • ରବିବାର NEET-UG ପରୀକ୍ଷା, ୨୨.୭ ଲକ୍ଷ ପିଲା ଦେବେ ପରୀକ୍ଷା
  • ||
  • ଅନୁଗୁଳ : ଗଛ ପଡି ଚାଲିଗଲା ମହିଳାଙ୍କ ଜୀବନ, ଅଳ୍ପକେ ବର୍ତ୍ତିଲା ତିନି ବର୍ଷର ଛୁଆ
  • ||
  • ପାରାଦୀପ : ହାଇୱା ଦୁର୍ଘଟଣାରେ ୨ ମୃତ, ବନ୍ଦର ଗେଟରେ ତାଲା ପକାଇ ଆନ୍ଦୋଳନ
  • ||

ଭାରତ-ପାକିସ୍ତାନ ମଧ୍ୟରେ ଉତ୍ତେଜନାକୁ ନେଇ ବାବା ରାମଦେବଙ୍କ ବଡ଼ ବୟାନ: କହିଲେ- 'କରାଚିରେ ହେବ ତୃତୀୟ ଗୁରୁକୂଳ'

Published By : Prameya | May 4, 2025 7:10 PM

ନୂଆଦିଲ୍ଲୀ,୪।୫: ତୃତୀୟ ଗୁରୁକୂଳ ପାକିସ୍ତାନର କରାଚୀରେ ନିର୍ମାଣ କରାଯିବ। ଏଭଳି କିଛି କହିଛନ୍ତି ଯୋଗ ଗୁରୁ ବାବା ରାମଦେବ। ଦିଲ୍ଲୀର ଭାରତ ମଣ୍ଡପମରେର ସଂସ୍କୃତି ଜାଗରଣ ମହୋତ୍ସବର ଏକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ସୁଦର୍ଶନ ଜୀ ମହାରାଜ, ଯୋଗ ଗୁରୁ ବାବା ରାମଦେବ ଏବଂ ସ୍ୱାମୀ ଚିଦାନନ୍ଦ ସରସ୍ୱତୀ ମହାରାଜ ଅଂଶଗ୍ରହଣ କରିଥିଲେ। ଏହି ସମୟରେ ଯେତେବେଳେ  ରାମଦେବଙ୍କୁ  ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନା ସମ୍ପର୍କରେ ପ୍ରଶ୍ନ ପଚରା ଯାଇଥିଲା ସେ ଦେଇଥିଲେ ଏଭଳି ଏକ ଉତ୍ତର। 

ରାମଦେବ କହିଥିଲେ, "ଆଜି ସମସ୍ତ ଧର୍ମଗୁରୁ ଏବଂ ସନାତନୀୟମାନେ ସନାତନ ସଂସ୍କୃତି ଜାଗରଣ ମହୋତ୍ସବରେ ଏକତ୍ରିତ ହୋଇଛନ୍ତି। ଯେପରି ସୁଧାଂଶୁ ଜୀ ମହାରାଜଙ୍କ ଜନ୍ମବାର୍ଷିକୀରେ ଏକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି ଏବଂ ସୁଧାଂଶୁ ଜୀ  ଗୁରୁକୂଳ ଖୋଲିବା ବିଷୟରେ କହୁଛନ୍ତି, ସେହିପରି ମୁଁ କହୁଛି ଯେ ପାକିସ୍ତାନର କରାଚୀରେ ତୃତୀୟ ଗୁରୁକୂଳ ଖୋଲାଯିବ।’ 

ଉଳ୍ଲେଖନୀୟ ଯେ,  ବିଶ୍ୱ ଜାଗୃତି ମିଶନ ଦ୍ୱାରା ଆୟୋଜିତ ଏହି ସାଂସ୍କୃତିକ ଏବଂ ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ ଦେଶବ୍ୟାପୀ ଜାଗରଣ ଏବଂ ସାଂସ୍କୃତିକ ଏକତାର ବାର୍ତ୍ତା ଦିଆଯାଇଥିଲା।  

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.