ପ୍ରମୂଖ ଖବର
  • ଗୋଲାମୁଣ୍ଡାରେ ଦୁଇଟି ଏ.ଟି.ଏମ ଅଚଳ, ଗ୍ରାହକ ହନ୍ତସନ୍ତ
  • ||
  • ରବିବାର NEET-UG ପରୀକ୍ଷା, ୨୨.୭ ଲକ୍ଷ ପିଲା ଦେବେ ପରୀକ୍ଷା
  • ||
  • ଅନୁଗୁଳ : ଗଛ ପଡି ଚାଲିଗଲା ମହିଳାଙ୍କ ଜୀବନ, ଅଳ୍ପକେ ବର୍ତ୍ତିଲା ତିନି ବର୍ଷର ଛୁଆ
  • ||
  • ପାରାଦୀପ : ହାଇୱା ଦୁର୍ଘଟଣାରେ ୨ ମୃତ, ବନ୍ଦର ଗେଟରେ ତାଲା ପକାଇ ଆନ୍ଦୋଳନ
  • ||

ଜାମ୍ମୁ-କଶ୍ମୀରର ରାମବନରେ ଖାଲକୁ ଖସିଲା ସେନା ଗାଡି, ୨ ଯବାନ ଶହୀଦ

Published By : Prameya | May 4, 2025 3:51 PM

ନୂଆଦିଲ୍ଲୀ,୪।୫: ଜମ୍ମୁ-କଶ୍ମୀର ରାମବନ ଜିଲ୍ଲାରେ ଭାରତୀୟ ସେନାର ଏକ ବାହନ ଖାଲରେ ଖସି ଯାଇଛି, ଏଥିରେ ଦୁଇ ଯବାନ ଶହୀଦ ହୋଇଛନ୍ତି। ଏହି ଘଟଣା ଜମ୍ମୁ-କଶ୍ମୀର ରାଷ୍ଟ୍ରୀୟ ରାଜମାର୍ଗ (ଏନ୍‌ଏଚ୍୪୪) ରେ ବ୍ୟାଟେରୀ ଚସମା ନିକଟରେ ଘଟିଛି। ବର୍ତ୍ତମାନ ଉଦ୍ଧାରକାର୍ଯ୍ୟ ଜାରି ରହିଛି। ପୋଲିସ, ଏସ୍‌ଡିଆରଏଫ୍, ସ୍ଥାନୀୟ ଲୋକ ଓ ସେନାର ଟିମ୍ ତୁରନ୍ତ ସ୍ଥିତି ସମ୍ଭାଳିଛନ୍ତି।

ସେନାର ବାହାନ ୭୦୦ ଫୁଟ୍ ଗଭୀର ଖାତରେ ପଡିଯାଇଛି। ଘଟଣାସ୍ଥଳରେ ସୈନିକଙ୍କ ଶବ, ତାଙ୍କ ଜିନିଷ ଓ କିଛି କାଗଜପତ୍ର ପଡିଛି। ସମାଚାର ଏଜେନ୍ସି ପିଟିଆଇ ଅନୁସାରେ, ଟ୍ରକ ଜମ୍ମୁ-କଶ୍ମୀରରୁ ଶ୍ରୀନଗର ଯାଉଥିବା କାରକେଡ୍‌ର ଅଂଶ ଥିଲା। ଜାତୀୟ ରାଜମାର୍ଗ ୪୪ର ବ୍ୟାଟେରି ଚଷମା ନିକଟରେ ୧୧ଟା ୩୦ ମିନିଟ୍‌ରେ ଏହି ଦୁର୍ଘଟଣା ଘଟିଥିଲା। 

ଉଲ୍ଲେଖନୀୟ ଯେ, ସେନାର କାରକେଡ୍  ଉଧମପୁରରୁ ଶ୍ରୀନଗର ଯାଉଥିଲା।  ରାମବନ ନିକଟରେ ଯେଉଁ ଗାଡି ଖାଲରେ ପଡିଛି, ସେଥିରେ ଦୁଇ ସୁରକ୍ଷାକର୍ମୀ ଥିଲେ। ଜଣେ ଚାଳକ ଓ ଜଣେ ସୈନିକ ଗାଡି ଭିତରେ ଥିଲେ। ଜଣଙ୍କର ମୃତଦେହ ଉଦ୍ଧାର କରାଯାଇଛି। ତାଙ୍କର ପରିଚୟ ସୁରଜିତ କୁମାର ବୋଲି ଜଣାପଡିଛି। ସେଭଳି ଅନ୍ୟମାନଙ୍କୁ ଖୋଜାଖୋଜି ଚାଲିଛି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.