ପ୍ରମୂଖ ଖବର
  • ସୁନ୍ଦରଗଡ଼ : ରାସ୍ତାରେ ହୁତୁ ହୁତୁ ହୋଇ ଜଳିଗଲା କୋଇଲା ବୋଝେଇ ଟ୍ରେଲର; ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର
  • ||
  • ସମ୍ବଲପୁର : ହୀରାକୁଦରୁ ନିଷ୍କାସନ ହେବ ବର୍ଷର ପ୍ରଥମ ବନ୍ୟାଜଳ, ଆସନ୍ତା ୬ରୁ ଖୋଲିବ ଗେଟ୍
  • ||
  • ସୁନ୍ଦରଗଡ଼ : ହାଇୱା-ଓମିନି ଭ୍ୟାନ୍‌ ମୁହାଁମୁହିଁ ଧକ୍କା:୨ ମୃତ, ୪ ଗୁରୁତର
  • ||
  • ହିମାଚଳ ପ୍ରଦେଶରେ ପ୍ରକୃତିର ତାଣ୍ଡବ; ୩୭ ମୃତ, ୪୦୦ କୋଟିରୁ ଅଧିକ କ୍ଷୟକ୍ଷତି
  • ||
  • ଇଣ୍ଡିଆ-ଇଂଲଣ୍ଡ ଦ୍ବିତୀୟ ଟେଷ୍ଟ,କ୍ୟାପ୍ଟେନ୍ ଶୁବମନଙ୍କ ଡବଲ ସେଞ୍ଚୁରୀ, ୫୧୦ ରନ୍‌ ପିଛା କରୁଛି ଘରୋଇ ଦଳ
  • ||
  • ମୟୂରଭଞ୍ଜ : କାଶିଆବେଡା ଗାଁରେ ଅଭାବନୀୟ ଘଟଣା, ଘରେ ପଶି ବୃଦ୍ଧଙ୍କୁ ଦଳିଦେଲା ଦନ୍ତା
  • ||
  • ଲଗାତାର ଘୂର୍ଣ୍ଣିବଳୟ, ଛାଡ଼ିବନି ବର୍ଷା : ଆଜି ସୁନ୍ଦରଗଡ଼କୁ ଅରେଞ୍ଜ, ୭ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି
  • ||
  • ସରି ଆସୁଛି ଜନ୍ମବେଦୀରେ ଲୀଳାଖେଳା; ଆଜି ସନ୍ଧ୍ୟା ଦର୍ଶନ, ଆଡ଼ପ ମଣ୍ଡପରେ ଶେଷ ଦିଅଁ ଦେଖା
  • ||
  • କଳାହାଣ୍ଡି : ଲଗାଣ ବର୍ଷାର ପ୍ରଭାବ: ଥୁଆମୂଳ ରାମପୁରର ସ୍ଥିତି ବେହାଲ, ଜନଜୀବନ ପ୍ରଭାବିତ
  • ||

ଆଫଗାନିସ୍ତାନର ତାଲିବାନ ଶାସନକୁ ଋଷିଆର ସ୍ୱୀକୃତି

Published By : Anindita Ratha | July 4, 2025 1:52 PM

ନୂଆଦିଲ୍ଲୀ,୦୪/୦୭:ତାଲିବାନ ଶାସନକୁ ନେଇ ଋଷିଆ ବଡ଼ ନିଷ୍ପତ୍ତି । ଆଫଗାନିସ୍ତାନର ତାଲିବାନ ଶାସନକୁ ସରକାରୀ ଭାବେ ସ୍ବୀକୃତି ଦେଇଛି ଋଷ। ତାଲିବାନ ସରକାରକୁ ସ୍ବୀକୃତି ଦେବାରେ ଋଷ ହେଉଛି ପ୍ରଥମ ରାଷ୍ଟ୍ର।  ଆଫଗାନିସ୍ତାନ ବୈଦେଶିକ ମନ୍ତ୍ରୀ ଆମରି ଖାଁ ମୁତ୍ତାକି ଓ ଋଷର ରାଷ୍ଟ୍ରଦୂତ ଦିମିତ୍ରି ଝିରନୋଙ୍କ ମଧ୍ୟରେ ଆଲୋଚନା ପରେ ତାଲିବାନ ସରକାରକୁ ରୁଷ ସ୍ବୀକୃତି ଦେଇଛି।  

ସୋସିଆଲ ମିଡିଆ ୱେବ୍‌ସାଇଟ୍‌ ଏକ୍ସରେ ତାଲିବାନ୍‌ ପକ୍ଷରୁ କୁହାଯାଇଛି ଯେ, ଏହା ଅନ୍ୟ ଦେଶଗୁଡ଼ିକ ପାଇଁ ଏକ ଉଦାହରଣ । ବର୍ତ୍ତମାନ ତାଲିବାନୀ ସରକାରକୁ ସ୍ୱୀକୃତି ଦେବା ପ୍ରକ୍ରିୟା ଆରମ୍ଭ ହେଲା । ଯେତେବେଳେ ଏହି ପ୍ରକ୍ରିୟା ଆରମ୍ଭ ହେଲା ଏ କ୍ଷେତ୍ରରେ ଋଷିଆ ପ୍ରଥମ ଦେଶ ଭାବରେ ଆଗକୁ ଆସିଥିଲା । ତାଲିବାନ ବୈଦେଶିକ ମନ୍ତ୍ରାଳୟ ପ୍ରବକ୍ତା ଜିଆ ଅହମ୍ମଦ ତକାଲ କହିଛନ୍ତି ଯେ,ଋଷିଆ ପ୍ରଥମ ଦେଶରେ ତାଲିବାନକୁ ଆନୁଷ୍ଠାନିକ ଭାବରେ ସ୍ୱୀକୃତି ଦେଇଛି । ଆଫଗାନିସ୍ତାନରେ ତାଲିବାନ ସରକାର ଗଠନ ହେବା ପରଠାରୁ ବିଭିନ୍ନ ପ୍ରସଙ୍ଗରେ ଏହି ସରକାରକୁ ବିଶ୍ବସ୍ତରରେ ସମାଲୋଚନା କରାଯାଇଥିଲା। ବିଶେଷ କରି ତାଲିବାନୀ ନୀତିକୁ ସମାଲୋଚନା କରାଯାଉଥିଲା। ଆଫଗାନିସ୍ତାନରେ ଚୀନ ଓ ପାକିସ୍ତାନ ସମେତ ବିଭିନ୍ନ ରାଷ୍ଟ୍ରର ରାଷ୍ଟ୍ରଦୂତ ଥିଲେ ବି ତାଲିବାନ ସରକାରକୁ ସେହି ଦେଶମାନେ ସ୍ବୀକୃତି ଦେଇନାହାନ୍ତି। ଆଫଗାନିସ୍ତାନରେ ୧୯୯୬ରୁ ୨୦୦୧ ଯାଏ ତାଲିବାନ ଶାସନ ଚାଲିଥିଲା। ପରେ ୨୦୨୧ରେ ସେମାନେ ପୁଣି ଶାସନକୁ ଆସିଥିଲେ ।ତାଲିବାନ ଶାସନକୁ ମାନ୍ୟତା ଦେବା ପୁଟିନ୍‌ଙ୍କ ମାଷ୍ଟରଷ୍ଟ୍ରୋକ୍‌ ବୋଲି କୁହାଯାଉଛି । କାରଣ ଏହାଦ୍ୱାରା ଆମେରିକାକୁ ଅନେକ ରଣନୀତି ଚ୍ୟାଲେଞ୍ଜ୍‌ର ସାମ୍ନା କରିବାକୁ ପଡ଼ିପାରେ । ଅପରେସନ ସିନ୍ଦୂର ସମୟରେ ନିଜକୁ ନିରପେକ୍ଷ ଦେଖାଇବାକୁ ଯାଇ ଭାରତର ସପକ୍ଷରେ ରହିନଥିଲା ଟ୍ରମ୍ପ୍‌ ସରକାର । ବର୍ତ୍ତମାନ ଋଷିଆ ସରକାରଙ୍କ ଜରିଆରେ ଆଫଗାନିସ୍ତାନ ସାରା ବିଶ୍ୱର ଦେଶଗୁଡ଼ିକ ସହ ବାଣିଜ୍ୟିକ କିମ୍ବା କୂଟନୈତିକ ସମ୍ପର୍କ ସ୍ଥାପନ କରିପାରେ । 


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.