ପ୍ରମୂଖ ଖବର
  • ସୁନ୍ଦରଗଡ଼ : ରାସ୍ତାରେ ହୁତୁ ହୁତୁ ହୋଇ ଜଳିଗଲା କୋଇଲା ବୋଝେଇ ଟ୍ରେଲର; ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର
  • ||
  • ସମ୍ବଲପୁର : ହୀରାକୁଦରୁ ନିଷ୍କାସନ ହେବ ବର୍ଷର ପ୍ରଥମ ବନ୍ୟାଜଳ, ଆସନ୍ତା ୬ରୁ ଖୋଲିବ ଗେଟ୍
  • ||
  • ସୁନ୍ଦରଗଡ଼ : ହାଇୱା-ଓମିନି ଭ୍ୟାନ୍‌ ମୁହାଁମୁହିଁ ଧକ୍କା:୨ ମୃତ, ୪ ଗୁରୁତର
  • ||
  • ହିମାଚଳ ପ୍ରଦେଶରେ ପ୍ରକୃତିର ତାଣ୍ଡବ; ୩୭ ମୃତ, ୪୦୦ କୋଟିରୁ ଅଧିକ କ୍ଷୟକ୍ଷତି
  • ||
  • ଇଣ୍ଡିଆ-ଇଂଲଣ୍ଡ ଦ୍ବିତୀୟ ଟେଷ୍ଟ,କ୍ୟାପ୍ଟେନ୍ ଶୁବମନଙ୍କ ଡବଲ ସେଞ୍ଚୁରୀ, ୫୧୦ ରନ୍‌ ପିଛା କରୁଛି ଘରୋଇ ଦଳ
  • ||
  • ମୟୂରଭଞ୍ଜ : କାଶିଆବେଡା ଗାଁରେ ଅଭାବନୀୟ ଘଟଣା, ଘରେ ପଶି ବୃଦ୍ଧଙ୍କୁ ଦଳିଦେଲା ଦନ୍ତା
  • ||
  • ଲଗାତାର ଘୂର୍ଣ୍ଣିବଳୟ, ଛାଡ଼ିବନି ବର୍ଷା : ଆଜି ସୁନ୍ଦରଗଡ଼କୁ ଅରେଞ୍ଜ, ୭ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି
  • ||
  • ସରି ଆସୁଛି ଜନ୍ମବେଦୀରେ ଲୀଳାଖେଳା; ଆଜି ସନ୍ଧ୍ୟା ଦର୍ଶନ, ଆଡ଼ପ ମଣ୍ଡପରେ ଶେଷ ଦିଅଁ ଦେଖା
  • ||
  • କଳାହାଣ୍ଡି : ଲଗାଣ ବର୍ଷାର ପ୍ରଭାବ: ଥୁଆମୂଳ ରାମପୁରର ସ୍ଥିତି ବେହାଲ, ଜନଜୀବନ ପ୍ରଭାବିତ
  • ||

ଋଷ-ୟୁକ୍ରେନ୍ ଯୁଦ୍ଧ ରୋକିବାରେ ଟ୍ରମ୍ପ ଫେଲ୍, ଯୁଦ୍ଧବିରାମଙ୍କ ପ୍ରସ୍ତାବକୁ ପୁଟିନଙ୍କ ପ୍ରତ୍ୟାଖ୍ୟାନ

Published By : Rasmita Pradhan | July 4, 2025 1:10 PM

ନୂଆଦିଲ୍ଲୀ, ୦୪/୦୭ : ନୋବେଲ ଶାନ୍ତି ପୁରସ୍କାର ପାଇଁ ଇଚ୍ଛା ରଖୁଥିବା ଡୋନାଲ୍ଡ ଟ୍ରମ୍ପ ଋଷ-ୟୁକ୍ରେନ୍ ଯୁଦ୍ଧ ରୋକିବାରେ ଫେଲ୍। ୟୁକ୍ରେନ୍ ସହ ଯୁଦ୍ଧ ରୋକିବାକୁ ସଫା ସଫା ମନା କରିଦେଲେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ। ଟ୍ରମ୍ପଙ୍କ ଯୁଦ୍ଧବିରାମଙ୍କ ପ୍ରସ୍ତାବକୁ କଲେ ପ୍ରତ୍ୟାଖ୍ୟାନ। ଗୁରୁବାର ଟ୍ରମ୍ପ ପୁଟିନଙ୍କ ସହ ଫୋନ ଯୋଗେ ଆଲୋଚନା କରିଥିଲେ। ଯାହାକି ଏବେ ବିଫଳ ହୋଇଛି। ଏବେ ଟ୍ରମ୍ପ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କିଙ୍କ ସହ ଆଲୋଚନା କରିବେ।

ଋଷ-ୟୁକ୍ରେନ ମଧ୍ୟରେ ଯୁଦ୍ଧ ରୋକିବାକୁ ଆମେରିକା ଚେଷ୍ଟା କରୁଛି। ଏଥିପାଇଁ ଆମେରିକା ରାଷ୍ଟ୍ରପତି ଋଷ ରାଷ୍ଟ୍ରପତିଙ୍କ ସହ ପ୍ରାୟ ଏକ ଘଣ୍ଟା ଆଲୋଚନା କରିଛନ୍ତି। ପୁଟିନଙ୍କ ସହ ଟ୍ରମ୍ପଙ୍କ ଆଲୋଚନା ବିଫଳ ହୋଇଛି। ଏନେଇ ଟ୍ରମ୍ପ କହିଛନ୍ତି ଯେ, ପୁଟିନ ମୋତେ ନିରାଶ କରିଛନ୍ତି। ଆଲୋଚନା ବେଳେ ମନେ ହେଉଥିଲା ଯେମିତି ପୁଟିନ ଶୁଣୁ ନାହାଁନ୍ତି। ମୋତେ ଲାଗୁନି ସେ ଅଟକିବେ। ଯଦି ଏଭଳି ହୁଏ ତାହେଲେ ପରିଣାମ ଭୟଙ୍କର ହେବ। ୟୁକ୍ରେନ୍ ସହ ଯୁଦ୍ଧ ରୋକିବାକୁ ଋଷ ସଫା ସଫା ମନା କରିଦେଇଛି। ଋଷ ପକ୍ଷରୁ କୁହାଯାଇଛି ଯେ, ଲକ୍ଷ୍ୟ ହାସଲ ହେବା ପର୍ଯ୍ୟନ୍ତ ୟୁକ୍ରେନ ବିରୋଧରେ ସୈନ୍ୟ ଅଭିଯାନ ଜାରି ରହିବ। 

ରାଷ୍ଟ୍ରପତି ପଦ ସମ୍ଭାଳିବା ପରେ ଟ୍ରମ୍ପଙ୍କ ସହ ଋଷ ରାଷ୍ଟ୍ରପତି ଷଷ୍ଠ ଥର ପାଇଁ ଟେଲିଫୋନ ଯୋଗେ ଆଲୋଚନା କରିଛନ୍ତି। ଏହି ଅବସରରେ ପୁଟିନ ଆମେରିକାର ସ୍ଵାଧିନତା ଦିବସର ଶୁଭକାମନା ଜଣାଇଛନ୍ତି। ସେ କହିଛନ୍ତି ଯେ, ଆମେରିକାର ସ୍ଵାଧିନତା ସଂଗ୍ରାମରେ ଋଷର ଭୂମିକା ଥିଲା। ଏତଦ୍ ବ୍ୟତୀତ ଦୁଇ ନେତା ଇରାନ ଓ ମଧ୍ୟପ୍ରାଚ୍ୟର ଯୁଦ୍ଧ ସ୍ଥିତି ନେଇ ଆଲୋଚନା କରିଥିବା ସୂଚନା ମିଳିଛି। ଏହି ମଧ୍ୟରେ ଆଉ ଏକ ବଡ଼ ଖବର ସାମ୍ନାକୁ ଆସୁଛି। ଟ୍ରମ୍ପ-ପୁଟିନଙ୍କ ଆଲୋଚନା ଭିତରେ ଋଷ କିଭ୍‌ରେ ଡ୍ରୋନ୍ ଆକ୍ରମଣ କରିଛି। ଋଷର ଗୁଳି ବର୍ଷଣରେ ୫ ଜଣ ଲୋକଙ୍କ ମୃତ୍ୟୁ ହୋଇଛି। 


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.