ପ୍ରମୂଖ ଖବର
  • ଦୁର୍ଗାମୂର୍ତ୍ତି ବିସର୍ଜନ ବେଳେ ବହରାଇଚରେ ହିଂସା, ଇଣ୍ଟରନେଟ ବନ୍ଦ
  • ||
  • ଗୁରୁବାର ଦୁଇଦିନିଆ ମୁମ୍ବାଇ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ନିବେଶ ଟାଣିବାକୁ କରିବେ ରୋଡ ସୋ’
  • ||
  • ବଙ୍ଗୋପସାଗରେ ଘୂର୍ଣ୍ଣିବଳୟ ସକ୍ରିୟ, ଆଜି ନେଇପାରେ ଲଘୁଚାପ ରୂପ: ୧୮ରୁ ୨୦ମଧ୍ୟରେ ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା
  • ||

ବାଦ୍‌ ପଡ଼ିବେ ରୋହିତ ଶର୍ମା! ଚର୍ଚ୍ଚା ଭିତରେ ଚିନ୍ତାରେ ଟିମ୍‌ ଇଣ୍ଡିଆ

Image source: ABP live

ନୂଆଦିଲ୍ଲୀ,୧୧/୧୦: ନଭେମ୍ବର ଏବଂ ଡିସେମ୍ବର ମାସରେ ଭାରତୀୟ ଦଳ ବର୍ଡର ଗାଭାସ୍କର ଟ୍ରଫି ପାଇଁ ଅଷ୍ଟ୍ରେଲିଆ ଗସ୍ତ କରିବେ। କିନ୍ତୁ ଏହାପୂର୍ବରୁ ଟିମ୍ ଇଣ୍ଡିଆକୁ ଏକ ବଡ଼ ଝଟକା ଲାଗିପାରେ କାରଣ ରୋହିତ ଶର୍ମା ସିରିଜର ପ୍ରଥମ ଦୁଇଟି ମ୍ୟାଚ୍ ଖେଳିନପାରନ୍ତି ବୋଲି ଚର୍ଚ୍ଚା ଆଲୋଚନା ଲାଗିରହିଛି। ନଭେମ୍ବର ୨୨ ରୁ ଭାରତ-ଅଷ୍ଟ୍ରେଲିଆ ପାଞ୍ଚ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ୍ ଆରମ୍ଭ ହେବ, ଯାହା ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ଫାଇନାଲ୍ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହେବ। 

ବର୍ତ୍ତମାନ ପିଟିଆଇ ପକ୍ଷରୁ ବିସିସିଆଇ ସୂତ୍ରରୁ ପ୍ରକାଶ ଯେ, "ଏପର୍ଯ୍ୟନ୍ତ ଏହି ଆଲୋଚନା ଉପରେ କୌଣସି ସ୍ପଷ୍ଟତା ନାହିଁ। ବିଶେଷ ସୂତ୍ରରୁ ମିଳିଥିବା ଖବର ଅନୁସାରେ, ରୋହିତ ବିସିସିଆଇ ଅଧିକାରୀଙ୍କ ସହ ଯୋଗାଯୋଗ କରିଛନ୍ତି ଏବଂ କହିଛନ୍ତି ଯେ, ବ୍ୟକ୍ତିଗତ କାରଣରୁ ସେ ବର୍ଡର ଗାଭାସ୍କର ଟ୍ରଫିର ପ୍ରଥମ ଦୁଇଟି ମ୍ୟାଚ୍ ଖେଳିନପାରନ୍ତି। "ଯଦି ସିରିଜ୍ ଆରମ୍ଭ ପୂର୍ବରୁ ଏହି ସମ୍ଭାବ୍ୟ ବ୍ୟକ୍ତିଗତ ସମସ୍ୟାର ସମାଧାନ ହୁଏ, ତେବେ ରୋହିତ ସମସ୍ତ ୫ ମ୍ୟାଚ୍ ଖେଳିପାରନ୍ତି। ତେବେ ଏନେଇ ଆଗାମୀ ଦିନରେ ଅଧିକ ସୂଚନା ପ୍ରକାଶ ପାଇବ ବୋଲି କୁହାଯାଇଛି।

ଯଦି ରୋହିତ ଶର୍ମା ଯଦି ପ୍ରଥମ ୨ ମ୍ୟାଚ୍ ମଧ୍ୟରୁ ବାଦ୍‌ ପଡ଼ନ୍ତି, ତେବେ ତାଙ୍କ ସ୍ଥାନ ଅଭିମନ୍ୟୁ ଇଶ୍ବରନ୍ ନେଇପାରନ୍ତି, ଯିଏକି ଦଲିପ୍ ଟ୍ରଫି ୨୦୨୪ ରେ ଭାରତ ପକ୍ଷରୁ ଅଧିନାୟକ ଥିଲେ। ଇଶ୍ବରନଙ୍କ ନାଁ ଏଥିପାଇଁ ସାମ୍ନାକୁ ଆସୁଛି, କାରଣ ସେ ବର୍ଡର-ଗାଭାସ୍କର ଟ୍ରଫି ସମୟରେ ଅଷ୍ଟ୍ରେଲିଆରେ ରହି ଗୋଟିଏ ସିରିଜରେ ଭାରତ ପକ୍ଷରୁ ଅଧିନାୟକ ରହିବେ। ଇଶ୍ବରନ୍‌ ସେ ଦଲିପ୍ ଟ୍ରଫିରେ ୨ ଶତକୀୟ ଇନିଂସ ଖେଳିଥିଲେ ଏବଂ ନିକଟରେ ଅନୁଷ୍ଠିତ ଇରାନୀ କପ୍ ୨୦୨୪ ମ୍ୟାଚ୍ ମୁମ୍ବାଇ ବନାମ ରେଷ୍ଟ ଅଫ୍ ଇଣ୍ଡିଆ ମ୍ୟାଚ୍‌ରେ ମଧ୍ୟ ସେ ୧୯୧ ରନ୍ ସଂଗ୍ରହ କରି ଏକ ଶତକୀୟ ଇନିଂସ ଖେଳି ଚର୍ଚ୍ଚାକୁ ଆସିଥିଲେ। ଅନ୍ୟପକ୍ଷରେ ଯଦି ରୋହିତ ଶର୍ମାଙ୍କ ଅନୁପସ୍ଥିତିରେ ଉପ-ଅଧିନାୟକ ଜସପ୍ରୀତ ବୁମ୍ରା ଦଳର ଦାୟିତ୍ୱ ନେଇପାରନ୍ତି। କିନ୍ତୁ ଯେତେବେଳେ ବିସିସିଆଇ କିମ୍ବା ରୋହିତ ଶର୍ମା ନିଜେ ଆଗକୁ ଆସି ଏହି ବିଷୟରେ ସ୍ପଷ୍ଟ ଭାବେ ଘୋଷଣା କରିବେ ସେତେବେଳେ ସବୁକିଛି ଜଣାପଡ଼ିବ।

 

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.