ପ୍ରମୂଖ ଖବର
  • ଦୁର୍ଗାମୂର୍ତ୍ତି ବିସର୍ଜନ ବେଳେ ବହରାଇଚରେ ହିଂସା, ଇଣ୍ଟରନେଟ ବନ୍ଦ
  • ||
  • ଗୁରୁବାର ଦୁଇଦିନିଆ ମୁମ୍ବାଇ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ନିବେଶ ଟାଣିବାକୁ କରିବେ ରୋଡ ସୋ’
  • ||
  • ବଙ୍ଗୋପସାଗରେ ଘୂର୍ଣ୍ଣିବଳୟ ସକ୍ରିୟ, ଆଜି ନେଇପାରେ ଲଘୁଚାପ ରୂପ: ୧୮ରୁ ୨୦ମଧ୍ୟରେ ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା
  • ||

ରୋହିତ ଶର୍ମା ଭାରତ- ଅଷ୍ଟେ୍ରଲିଆ ସିରିଜରୁ ଦୂରେଇ ରହିବେ !

ନୂଆଦିଲ୍ଲୀ, ୧୦/୧୦ : ଭାରତୀୟ ଟିମ୍ ୫ ମ୍ୟାଚର ବ୍ଲକବଷ୍ଟର ଟେଷ୍ଟ ସିରିଜ ଲାଗି ଆଗାମୀ ମାସ ଅଷ୍ଟେ୍ରଲିୟା ଲାଗି ଯିବ । ଏହି ବର୍ଡ଼ର ଗାଭାସ୍କର ଟ୍ରଫିର ସବୁ ଫ୍ୟାନ୍ସଙ୍କୁ ବି ଏହାର ଅପେକ୍ଷା ରହିଛି । ମାତ୍ର ଏହା ପୂର୍ବରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି । ଏହି ଖବର ଭାରତୀୟ ଅଧିନାୟକ ରୋହିତ ଶର୍ମାଙ୍କୁ ନେଇ ଆସିଛି । ପ୍ରକାଶ ଯେ, ରୋହିତ ଶର୍ମା ବିସିସିଆଇକୁ ସୂଚନା ଦେଇଛନ୍ତି କି ସେ ଆରମ୍ଭ ଟେଷ୍ଟ ମ୍ୟାଚରୁ ବାହାରି ପାରନ୍ତି ।

ଭାରତକୁ ଅଷ୍ଟେ୍ରଲିୟାରେ ପ୍ରଥମ ଦୁଇ ଟେଷ୍ଟ ମ୍ୟାଚରୁ ଗୋଟିଏ ସମୟରେ ବ୍ୟକ୍ତିଗତ କାରଣରୁ ଅଧିନାୟକ ରୋହିତ ଶର୍ମାଙ୍କୁ ଛାଡ଼ି ଖେଳିବାକୁ ପଡ଼ିପାରେ । ସେ ଭାରତୀୟ କ୍ରିକେଟ ବୋର୍ଡ଼କୁ ଏହାର ସୂଚନା ଦେଇଛନ୍ତି । ଭାରତୀୟ ଟିମ୍ ଅଷ୍ଟେ୍ରଲିଆରେ ୨୨ନଭେମ୍ବରରୁ ପର୍ଥରେ ଆରମ୍ଭ ହେବାକୁ ଥିବା ୫ମ ଟେଷ୍ଟ ମ୍ୟାଚର ସିରିଜରେ ଭାଗ ନେବେ ଏବଂ ଏଭଳି ସମ୍ଭାବନା ରହିଛି କି ରୋହିତ ପ୍ରଥମ ଟେଷ୍ଟ କିମ୍ବା ପରେ ଏଡିଲେଡରେ ହେବାକୁ ଥିବା ଦ୍ବିତୀୟ ମ୍ୟାଚରେ ଖେଳିପାରିବେ ନାହିଁ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.