ପ୍ରମୂଖ ଖବର
  • ପିପିଲି : ଶିମିଳିପାଟଣା ଗାଁରେ ଗୋଷ୍ଠୀ ସଂଘର୍ଷ: ୧୦ ଆହତ, ୩ ଗୁରୁତର
  • ||
  • ଲମତାପୁଟରେ ଶୀତ ଲହରୀ ଜାରି, ୫ ଡଗ୍ରୀ ତଳକୁ ଖସିଲା ପାରଦ
  • ||

ଶାବଳରେ ଝରକା ତାଡ଼ି ଲୁଟ୍‌, ୨୦ ଲକ୍ଷ ଟଙ୍କାର ଜିନିଷ ଚୋରି କରିଲେ ଦୁର୍ବୃତ୍ତ

Published By : Harapriya Sethi | November 10, 2024 8:10 AM

ଭୁବନେଶ୍ୱର,୧୦/୧୧: ରାଜଧାନୀରେ ଉତ୍ପାତ ହେଉଛନ୍ତି ଲୁଟେରା । ଶ୍ରୀ ଗଣେଶ ବିହାର ଅଞ୍ଚଳର ଅବସରପ୍ରାପ୍ତ କର୍ମଚାରୀ ବଂଶୀଧର ଗୌଡ଼ଙ୍କ ଘରର ଝରକା ତାଡ଼ି ଲୁଟିନେଲେ ୨୦ ଲକ୍ଷ ଟଙ୍କାର ଜିନିଷ । ରାଜଧାନୀ ଭୁବନେଶ୍ୱରର ଇନ୍‌ଫୋସିଟି ଥାନା ଅନ୍ତର୍ଗତ ଶ୍ରୀ ଗଣେଶ ବିହାର ଅଞ୍ଚଳରେ ଏଭଳି ଘଟଣା ଘଟିଛି । 

ସୂଚନା ମୁତାବକ, ରାଜଧାନୀରେ ପୁଣି ମାତିଲେ ଝରକା ତଡ଼ା ଲୁଟେରା । ଶ୍ରୀ ଗଣେଶ ବିହାର ଅଞ୍ଚଳରେ ଜଣେ ଅବସରପ୍ରାପ୍ତ କର୍ମଚାରୀଙ୍କ ଘରେ ବୁଲାଇଲେ କଳାକନା । ପ୍ରଥମେ ଝରକାକୁ ଶାବଳରେ ତାଡ଼ି ଘରେ ପଶିଲେ । ଘରେ ପଶି ଦମ୍ପତିଙ୍କୁ ଭିତର ପଟୁ ତାଲା ପକାଇ ଲୁଟିନେଲେ ସୁନା ଅଳଙ୍କାର ସହ ନଗଦ ଟଙ୍କା । ତେବେ ସର୍ବମୋଟ ୨୦ ଲକ୍ଷ ଟଙ୍କାର ଜିନିଷ ଲୁଟେରା ଲୁଟି ନେଇଥିବା ଜଣାପଡ଼ିଛି । ଏନେଇ ଘରର ମାଲିକ ବଂଶୀଧର ଗୌଡ଼ ଇନ୍‌ଫୋସିଟି ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ଆଧାରରେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଘଟଣାର ତଦନ୍ତ ଚଳାଇଛି । 

  • prameyanews
  • PrameyaOdia
  • prameya
  • Prameya Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.