ପ୍ରମୂଖ ଖବର
  • ଦୁର୍ଗାମୂର୍ତ୍ତି ବିସର୍ଜନ ବେଳେ ବହରାଇଚରେ ହିଂସା, ଇଣ୍ଟରନେଟ ବନ୍ଦ
  • ||
  • ଗୁରୁବାର ଦୁଇଦିନିଆ ମୁମ୍ବାଇ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ନିବେଶ ଟାଣିବାକୁ କରିବେ ରୋଡ ସୋ’
  • ||
  • ବଙ୍ଗୋପସାଗରେ ଘୂର୍ଣ୍ଣିବଳୟ ସକ୍ରିୟ, ଆଜି ନେଇପାରେ ଲଘୁଚାପ ରୂପ: ୧୮ରୁ ୨୦ମଧ୍ୟରେ ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା
  • ||

ଆଇପିଏଲ୍ ମେଗା ଅକ୍ସନକୁ ନେଇ ଏଭଳି ରିଆକ୍ଟ କଲେ ପନ୍ତ , ଦିଲ୍ଲୀ ପ୍ରାଞ୍ଚାଇଜକୁ ଲାଗିପାରେ ଝଟକା

ନୂଆଦିଲ୍ଲୀ, ୧୨/୧୦ : ଋଷଭ ପନ୍ତ ଆଇପିଏଲ୍ ମେଗା ଅକ୍ସନ ପୂର୍ବରୁ ଏକ ଖାସ୍ ପୋଷ୍ଟ ସେୟାର କରିଛନ୍ତି ଯାହାକୁ ନେଇ ଫ୍ୟାନ୍ସମାନଙ୍କ ମଧ୍ୟରେ ଏକ ଆନ୍ଦୋଳନ ସୃଷ୍ଟି ହୋଇଛି।  ପନ୍ତଙ୍କ ପୋଷ୍ଟ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି।   ପ୍ରକାଶ ଯେ, ଚଳିତ ବର୍ଷ ଶେଷରେ ଆଇପିଏଲର ମେଗା ଅକ୍ସନ ହେବାକୁ ଯାଉଛି । ପନ୍ତ ବର୍ତ୍ତମାନ ଦିଲ୍ଲୀ କ୍ୟାପିଟାଲ୍ସର ଅଧିନାୟକ ଅଛନ୍ତି । ନିକଟରେ ବିସିସିଆଇ ଆଇପିଏଲ୍ ରିଟେଶନ ନିୟମର ଘୋଷଣା କରିଥିଲା । 

ଯେଉଁଥିରେ ପ୍ରତି ଆଇପିଏଲ୍ ଟିମ୍ ଅଧିକରୁ ଅଧିକ ୬ଖେଳାଳୀଙ୍କ ରିଟର୍ଣ୍ଣ କରିପାରିବ । ଅଧିକରୁ ଅଧିକ ୫ କେପ୍ଡ ଖେଳାଳୀ ରିଟର୍ଣ୍ଣ କରାଯାଇପାରେ । ସେହିଭଳି ଏହି ଖବର ବି ସାମ୍ନାକୁ ଆସିଥିଲା କି ପନ୍ତ ସିଏସକେକୁ ଯାଇପାରନ୍ତି । ମାତ୍ର ଏହି ଚର୍ଚ୍ଚା ଉପରେ ଦିଲ୍ଲୀ କ୍ୟାପିଟାଲ୍ସର ସହ ମାଲିକ ପାର୍ଥ ଜିନ୍ଦଲ ରିଆକ୍ଟ କରିଛନ୍ତି ଏବଂ ସେ ଏହାକୁ ଭୁଲ ବୋଲି କହିଛନ୍ତି । ଜିନ୍ଦଲ ସିଧା ସଳଖ କହିଛନ୍ତି କି ପନ୍ତଙ୍କୁ ଦିଲ୍ଲୀ କ୍ୟାପିଟାଳ୍ସର ଟିମ୍ ରିଟର୍ଣ୍ଣ କରିବାରେ ଅଛନ୍ତି । 

ସେହିଭଳି ପନ୍ତଙ୍କ ଏକ ପୋଷ୍ଟ ସୋସିଆଲ ମିଡ଼ିଆ ଏକ୍ସରେ ଚର୍ଚ୍ଚା ସଉଁଟୁଛି । ପନ୍ତ ନିଜ ପୋଷ୍ଟ ମାଧ୍ୟମରେ ଫ୍ୟାନ୍ସଙ୍କ ସାମ୍ନାରେ ଏକ ପ୍ରଶ୍ନ ରଖିଛନ୍ତି । ପନ୍ତ ଲେଖିଛନ୍ତି ‘ଯଦି ନିଲାମୀରେ ଯିବି ତ କ’ଣ ମୁଁ ବିକ୍ରି ହେବି କି ନାହିଁ ଏବଂ କେତେ ରେ ?’ । ପନ୍ତଙ୍କ ଏହି ପ୍ରଶ୍ନ ଫ୍ୟାନ୍ସଙ୍କ ଲାଗି ଚର୍ଚ୍ଚାର ଖୋରାକ ଯୋଗାଇଛି ।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.