ଫୁଲବାଣୀ : ଲାଞ୍ଚ ନେବା ବେଳେ ଧରାପଡ଼ିଲେ ରାଜସ୍ୱ ନିରୀକ୍ଷକ । ଫିରିଙ୍ଗିଆ ବ୍ଲକ୍ କ୍ରାଣ୍ଡିବାଲି ସର୍କଲର ରାଜସ୍ୱ ନିରୀକ୍ଷକ ଦେବାଶୀଷ ନାଏକ ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି । ପାହିରାଜୁ ପଞ୍ଚାୟତ କୁସୁପାଜୁର ସୁଦର୍ଶନ କହଁର ଆବାସ ଯୋଜନାରେ ପାଇଥିବା ଗୃହ ନିର୍ମାଣ ପାଇଁ ଇଟା ଭାଟି କରିଥିଲେ।
ସମ୍ପୃକ୍ତ ଆରଆଇ ଏହି ଇଟାଭାଟି ବେଆଇନ ଭାବରେ କରିଛ କହି ତାଙ୍କୁ ଧମକ ଦେଇଥିଲେ। ୭ ହଜାର ଟଙ୍କା ଲାଞ୍ଚ ନ ଦେଲେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଥିଲେ। ସୁଦର୍ଶନ ଭିଜିଲାନ୍ସ ବିଭାଗର ଦ୍ୱାରସ୍ଥ ହୋଇଥିଲେ। ଆଜି ଦେବାଶୀଷ କ୍ରାଣ୍ଡିବାଲି ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଥିବା ନିଜ କାର୍ଯ୍ୟାଳୟରେ ସୁଦର୍ଶନଙ୍କ ଠାରୁ ଲାଞ୍ଚ ଟଙ୍କା ଗ୍ରହଣ କରିବାବେଳେ ପୂର୍ବ ପ୍ରସ୍ତୁତି ପ୍ରକାରେ ଫୁଲବାଣୀ ଭିଜିଲାନ୍ସ ଡିଏସ୍ପି ହେମନ୍ତ ମହାନ୍ତିଙ୍କ ନେତୃତ୍ୱରେ ଟିମ ତାଙ୍କୁ ଧରିଥିଲେ।
ତାଙ୍କ ଠାରୁ ୭ହଜାର ଟଙ୍କା ଜବତ କରାଯିବା ସହ ଆୟ ବହିଃର୍ଭୁତ ସମ୍ପତ୍ତି ନେଇ ୨ଟି ସ୍ଥାନରେ ଚଢ଼ାଉ କରାଯାଇଛି। ବ୍ରହ୍ମପୁର ଭିଜିଲାନ୍ସ ଥାନାରେ ମାମଲା ରୁଜୁ କରାଯାଇ ଅଧିକ ତଦନ୍ତ ଚାଲିଥିବା ଭିଜିଲାନ୍ସ ଡିଏସ୍ପି ସୂଚନା ଦେଇଛନ୍ତି।