ପ୍ରମୂଖ ଖବର
  • ଭୋଗରାଇ : ଛାତ୍ରୀଙ୍କୁ କମେଣ୍ଟ କରି ଫୋଟ ଉଠାଇବା ପଡିଲା ମାହାଙ୍ଗା, ୩ ଅଟକ
  • ||
  • ବଙ୍ଗୋପସାଗରରେ ଲଘୁଚାପ ସକ୍ରିୟ: ଓଡ଼ିଶାର କିଛି ସ୍ଥାନରେ କାଁ ଭାଁ ବର୍ଷା ସମ୍ଭାବନା, ୭ ଜିଲ୍ଲାକୁ ଆଲର୍ଟ
  • ||
  • କଟକ : ବିରୂପା ନଦୀ ପୋଲ ତଳୁ ଯୁବକଙ୍କ ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ
  • ||
  • ଭୁବନେଶ୍ୱର : ଟ୍ରାନ୍ସପୋର୍ଟ ଟ୍ରକ୍ ଡ୍ରାଇଭରଙ୍କୁ ଆକ୍ରମଣ କରିଲେ ୩ ଦୁର୍ବୃତ୍ତ, ଖଣ୍ଡା ଚୋଟରେ ଟ୍ରକ୍ ଚାଳକଙ୍କ କଟିଲା ହାତ
  • ||
  • ଶନିବାର ପିଏମ୍‌ କିଷାନ ଟଙ୍କା ବଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଚାଷୀଙ୍କୁ ଖାତାକୁ ଯିବ ୧୮ ତମ କିସ୍ତି
  • ||
  • ସୋଆରେ ପ୍ରତିରକ୍ଷା ସରଞ୍ଜାମ ଉତ୍ପାଦନ ସମ୍ମିଳନୀ: ଯୋଗ ଦେଉଛନ୍ତି ନିବେଶକ, ପ୍ରତିରକ୍ଷା ବିଶେଷଜ୍ଞ
  • ||
  • ବାଲିପାଟଣା : ମନ୍ଦିରରୁ ଚୋରି କରିବା ବେଳ ଧରାପଡିଲା ଚୋର, ଜଣେ ଅଟକ
  • ||
  • ଭୁବନେଶ୍ୱର : ମାଟି ବୋଝେଇ ହାଇୱା ସହ କାର୍ ମୁହାଁମୁହିଁ ଧକ୍କା; କାର୍ ଡ୍ରାଇଭର ଗୁରୁତର, ହାଇୱା ଡ୍ରାଇଭର ଆହତ
  • ||
  • ହରିଆଣା ବିଧାନସଭା ନିର୍ବାଚନ: ୯୦ ଆସନରେ ଭୋଟିଂ ଆରମ୍ଭ, ୧,୦୩୧ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି ମତଦାତା
  • ||

ବାଙ୍ଗିରିପୋଷି ଘାଟିରେ ଭାରି ଯାନ ପାଇଁ କଟକଣା, ବିଡିଓ ଓ ତହସିଲଦାର ଉପସ୍ଥିତିରେ ଗାଡି ଚଳାଚଳ ଆରମ୍ଭ

ବାଙ୍ଗିରିପୋଷି ୦୧/୧୦: ଚାରି ଦିନ ଧରି ବାଙ୍ଗିରିପୋଷି ଘାଟି ରାସ୍ତାରେ ଜାମ ଲାଗି ରହିବା ପରେ ଆଜି ପ୍ରଶାସନିକ ସ୍ତରରେ ତତ୍ପରତା ପ୍ରକାଶ ପାଇଛି । ମୟୁରଭଞ୍ଜ ଜିଲ୍ଲାର ଲାଇଫ ଲାଇନ କୁହା ଯାଉଥିବା ବାଙ୍ଗିରିପୋଷି ଘାଟି ରାସ୍ତା କିଛି ଦିନ ହେଲାଣି ଅତ୍ୟନ୍ତ ଖରାପ ହେବା ଯୋଗୁ ବିଭିନ୍ନ ସମୟରେ ଛୋଟ ବଡ଼ ଦୁର୍ଘଟଣା ଲାଗି ରହୁଛି । ଅନ୍ୟ ପଟେ ଭାରି ଯାନ ଗୁଡିକ ବ୍ରେକ ଡାଉନ ହେଲେ ରାସ୍ତାରେ ଦୁଇ ତିନି ଦିନ ଧରି ଜାମ ଲାଗି ରହୁଛି। ଏଥିପାଇଁ ଗତ କାଲି ଘାଟି ରାସ୍ତା ଜାମ ନେଇ ଓ ଟିଭିରେ ଖବର ପ୍ରକାଶ ପରେ ଚେତି ଉଠିଛି ଜିଲ୍ଲା ପ୍ରଶାସନ।

ଏନେଇ ମୟୁରଭଞ୍ଜ ଜିଲାପାଳ ବାଙ୍ଗିରିପୋଷି ଏବଂ ବିଶୋଇ ପୋଲିସକୁ ସ୍ୱତନ୍ତ୍ର ଚିଠି କରିଛନ୍ତି । ଘାଟି ରାସ୍ତାର ଉଭୟ ପାର୍ଶ୍ବରେ ୨୪ ଘଣ୍ଟା ପୋଲିସ ପେଟ୍ରୋଲିଙ୍ଗ ହେବା ସହ ଭାରି ଯାନ ଉପରେ କଟକଣା ଜାରୀ କରିଛନ୍ତି । ୪୯ ନଂ ଜାତୀୟ ରାଜପଥ ଘାଟି ରାସ୍ତାର ଉଭୟ ପାର୍ଶ୍ବରେ ଭାରି ଯାନକୁ ପ୍ରତି ଦେଢ଼ ଘଣ୍ଟାରେ ଥରେ ଛଡାଯିବ। ଅନ୍ୟ ସମୟରେ ଭାରି ଯାନ ଗୁଡିକ ରାସ୍ତାର ବାମ ପାଶ୍ୱର୍ରେ ପାର୍କିଂ କରିବେ । ଘାଟି ରାସ୍ତା ଯେଭଳି ଜାମ ନ ହୁଏ ସେ ନେଇ ବିଡ଼ିଓ, ତହସିଲଦାର ତଦାରଖ କରିବେ । ଏହି କଟକଣା ଅନିର୍ଦିଷ୍ଟ କାଳ ପର୍ଯ୍ୟନ୍ତ ଚାଲୁ ରହିବ ବୋଲି ଜିଲ୍ଲାପାଳ ଚିଠିରେ ଉଲ୍ଲେଖ ରହିଛି।

ଏଥିନେଇ ବାଙ୍ଗିରିପୋଷି ବିଡିଓ ମାନସ ରଞ୍ଜନ ଦଣ୍ଡପାଟ ଓ ତହସିଲଦାର ସିତାଂଶୁ ଶେଖର ଦାସ ସକାଳ ୬ ଟା ପାଖରୁ ସ୍ଥାନୀୟ ମଣଦା ଫୁଟ ଓଭର ବ୍ରିଜ ନିକଟରେ ଛିଡ଼ା ହୋଇ ଟ୍ରକ ଗୁଡିକୁ ଅଟକାଇବା ସହ ନିର୍ଦ୍ଦିଷ୍ଟ ସମୟ ଅନ୍ତରରେ ଛାଡିବା ଦେଖିବାକୁ ମିଳିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.