ପ୍ରମୂଖ ଖବର
  • ଗଞ୍ଜାମ : ଅଦିନିଆ ବର୍ଷାରେ ଉଜୁଡ଼ିଗଲା ଚାଷ, ଚିନ୍ତାରେ ପଡ଼ି ଜୀବନ ହାରିଲେ ଚାଷୀ
  • ||
  • ଆସନ୍ତା ଶିକ୍ଷାବର୍ଷରୁ କଲେଜରେ ଛାତ୍ର ସଂସଦ ନିର୍ବାଚନ,ଘୋଷଣା କଲେ ମୁଖ୍ୟମନ୍ତ୍ରୀ
  • ||
  • ନୟାଗଡ଼ : ରାସ୍ତା ତଳକୁ ଖସିଲା ସିମେଣ୍ଟ ବୋଝେଇ ଟ୍ରକ୍, ଡ୍ରାଇଭର ମୃତ
  • ||
  • କେନ୍ଦୁଝର : ଅର୍ଥାଭାବରୁ ଆତ୍ମହତ୍ୟା କଲେ ବିଧବା ମହିଳା, ବେସାହାରା ହେଲେ ସନ୍ତାନ
  • ||
  • ବଲାଙ୍ଗୀର : ଦୁର୍ଗାପାଲି ଗାଁରେ ଅଘଟଣ, ଜଳିଗଲା ୪ ଏକର ଜମିର ଧାନ ଗଦା
  • ||
  • ବୌଦ୍ଧ : ଟ୍ରକ୍‌ରୁ ଖସିଲା ଲୁହା ଇଲେକ୍ଟ୍ରି ପୋଲ୍‌, ଅଳ୍ପକେ ବର୍ତ୍ତିଲେ ଲୋକେ
  • ||
  • ଗଞ୍ଜାମ : ଝୁଲନ୍ତା ଅବସ୍ଥାରେ ବିବାହିତ ପ୍ରେମୀ ଯୁଗଳଙ୍କ ମୃତଦେହ ଉଦ୍ଧାର
  • ||
  • ଜୟପୁର : ଏଆର୍‌ଆଇଙ୍କ ଘରେ ପଶିଲା ଭିଜିଲାନ୍ସ, ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗ
  • ||
  • ନୀଳଗିରି : ଅଦିନିଆ ବର୍ଷା ପାଇଁ ଚିନ୍ତାରେ ଚାଷୀ, ହେକ୍ଟର ହେକ୍ଟର ପରିବା ଚାଷ ନଷ୍ଟ
  • ||
  • ପାକିସ୍ତାନର ଏୟାରଷ୍ଟ୍ରାଇକ୍‌ରେ ମୃତ୍ୟୁସଂଖ୍ୟା ୪୬କୁ ବୃଦ୍ଧି, ମୃତକଙ୍କ ମଧ୍ୟରେ ଅଧିକାଂଶ ଶିଶୁ ଓ ମହିଳା
  • ||
  • ବର୍ଡର-ଗାଭାସ୍କର ଟ୍ରଫି, ମେଲବର୍ଣ୍ଣରେ ବ୍ୟାଟିଂ କରୁଛି ଅଷ୍ଟ୍ରେଲିଆ, ଓ୍ବିକେଟ୍ ସନ୍ଧାନରେ ଭାରତ
  • ||
  • ଆଠମଲ୍ଲିକ : ଅଦିନିଆ ବର୍ଷା ଦେଇଗଲା ଦୁଃଖ, ଧାନ ବିଲରେ ଜମି ରହିଛି ପାଣି
  • ||
  • ଆଜିଠୁ ବର୍ଷା କମିବ, ୨୭ରୁ ପୁଣି ବଢ଼ିବ: ପଶ୍ଚିମା ବାୟୁ ପାଇଁ ଉତ୍ତର-ପଶ୍ଚିମ ଓଡ଼ିଶାରେ ବର୍ଷା ଆଶଙ୍କା
  • ||
  • ମେଘୁଆ ପାଗ ପରେ ସୁବର୍ଣ୍ଣପୁରରେ ଶୀତ ଲହରୀ ଆରମ୍ଭ
  • ||

କଟକରୁ ବାଂଲାଦେଶୀ ନାବାଳିକା ଉଦ୍ଧାର ଘଟଣା: ଆଉ ଜଣେ ଦଲାଲ ଗିରଫ

Published By : Harapriya Sethi | December 7, 2024 1:09 PM

କଟକ,୦୭/୧୨: କଟକରୁ ବାଂଲାଦେଶୀ ନାବାଳିକା ଉଦ୍ଧାର ଘଟଣାରେ ଆଉ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ବାରିପଦାରୁ ଜଣେ ମହିଳାଙ୍କୁ ଗିରଫ କରାଯାଇଛି । ମହିଳା ଜଣକ ନାବାଳିକାଙ୍କୁ ଦେହ ବ୍ୟବସାୟ ପାଇଁ ବାଧ୍ୟ କରିଥିବାର ପ୍ରମାଣ ପାଇଛି ପୋଲିସ । ତେବେ ଏହି ମାମଲା ସମ୍ପର୍କିତ ଅଧିକ ପ୍ରମାଣ ଯୋଗାଡ଼ କରିବା ଲାଗି ଟିଆଇ ପରେଡ କରାଯିବ ବୋଲି କଟକ ଡିସିପି କହିଛନ୍ତି । ଆବଶ୍ୟକ ପଡିଲେ ଅଧିକ ତଦନ୍ତ ପାଇଁ କଲିକତା ପୋଲିସର ସହାୟତା ମଧ୍ୟ ନିଆଯିବ । କାରଣ ଗିରଫ ମହିଳାଙ୍କ ମୋବାଇଲରୁ ଅନେକ ଆପତ୍ତିଜନକ ତଥ୍ୟ ମିଳିଛି । ତେବେ ଏହି ଦେହ ବ୍ୟବସାୟ ନେଟୱାର୍କରେ ଆଉ କେଉଁମାନେ ସମ୍ପୃକ୍ତ ଅଛନ୍ତି, ସେମାନଙ୍କୁ ଗିରଫ କରିବା ଲାଗି ପୋଲିସ ଚେଷ୍ଟା ଜାରି ରଖିଛି । ପୀଡିତା ନାବାଳିକାଙ୍କ ପ୍ରତ୍ୟାର୍ପଣ ଲାଗି ମଧ୍ୟ ପଦକ୍ଷେପ ନିଆଯାଉଛି । ସେଥିଲାଗି ବାଂଲାଦେଶ ହାଇକମିଶନରଙ୍କୁ ଚିଠି ଲେଖିଛି କମିସନରେଟ୍ ପୋଲିସ । ଏହି ଘଟଣାର ଅଧିକ ତଦନ୍ତ ଜାରି ରହିଛି । ଆଗକୁ ଆହୁରି କିଛି ଅଭିଯୁକ୍ତ ଗିରଫ ହେବାର ସମ୍ଭାବନା ମଧ୍ୟ ରହିଛି ।

ତେବେ ନଭେମ୍ୱର ମାସ ୧୦ ତାରିଖ ଦିନ, କଟକ ମଧୁପଟଣା ଥାନା ଅଞ୍ଚଳରୁ ଜଣେ ବାଙ୍ଗଲାଦେଶୀ ନାବାଳିକାଙ୍କୁ ଉଦ୍ଧାର କରିଥିଲା ପୋଲିସ। ପୀଡ଼ିତାଙ୍କ ଅବସ୍ଥା ଏବଂ ତାଙ୍କ ବୟାନକୁ ଆଧାର କରି ପୋଲିସ ପ୍ରଥମେ ତନାଘନା ଆରମ୍ଭ କରିଥିଲା । ଏହି ମାମଲାରେ ଏକାଧିକ ବ୍ୟକ୍ତି ସମ୍ପୃକ୍ତ ଥିବା ଧିରେ ଧିରେ ସ୍ପଷ୍ଟ ହେବାରେ ଲାଗିଛି ।





  • prameyanews
  • PrameyaOdia
  • prameya
  • Prameya Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.