ପ୍ରମୂଖ ଖବର
  • ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ରଥଯାତ୍ରା ନୀତି ନିର୍ଘଣ୍ଟ ଉପରେ ବାଜିଲା ମୋହର
  • ||
  • ବାଂଲାଦେଶକକୁ ୮ରନ୍‌ରେ ପରାସ୍ତ କଲା ଆଫଗାନିସ୍ତାନ, ସେମିରେ ଦକ୍ଷିଣ ଆଫ୍ରିକାକୁ ଭେଟିବ
  • ||
  • ଶୌଚ ପାଇଁ ଯାଇଥିବା ବେଳେ ମହିଳାଙ୍କୁ ଦଂଶନ କଲା ସାପ, ଚାଲିଗଲା ଜୀବନ
  • ||
  • ମାଲକାନଗିରି ସୀମାନ୍ତରେ ଏନ୍‌କାଉଣ୍ଟର, ପୋଲିସ ଗୁଳିରେ ହାର୍ଡକୋର ମାଓବାଦୀ ନିହତ
  • ||
  • ଲୋକସଭା ବାଚସ୍ପତି ନିର୍ବାଚନ: ଆଜି ପ୍ରାର୍ଥୀଙ୍କ ନାଁ ଘୋଷଣା କରିବ NDA, ମଧ୍ୟାହ୍ନ ୧୨ଟାରେ ସୁଦ୍ଧା ନାମାଙ୍କନ
  • ||
  • ଲୋକସଭା ବାଚସ୍ପତି ନିର୍ବାଚନ,ଆଜି ପ୍ରାର୍ଥୀଙ୍କ ନାଁ ଘୋଷଣା କରିବ NDA, ୧୨ଟାରେ ନାମାଙ୍କନ
  • ||
  • ରାଜ୍ୟରେ ଜୁଲାଇ ୧୫ ଯାଏ ନିଅଣ୍ଟିଆ ବର୍ଷା: ଦୁର୍ବଳ ହେବ ଘୂର୍ଣ୍ଣିବଳୟ, ସକ୍ରିୟ ହେଉନି ମୌସୁମୀ
  • ||

‘କର ବା ମର’ ମ୍ୟାଚ୍‌ରେ କ’ଣ ହେବ ଆରସିବିର ରଣନୀତି ? ଏମିତି ରହିପାରେ ପ୍ଲେଇଂ ଇଲେଭେନ୍‌

Image Courtesy: abplive

ନୂଆଦିଲ୍ଲୀ: ଆଇପିଏଲ ୨୦୨୪ ଅନ୍ତିମ ପର୍ଯ୍ୟାୟେର ପହଞ୍ଚିଛି । ଦୁଇ ଦିନ ପରେ ଲିଗ୍‌ ପର୍ଯ୍ୟାୟର ସବୁ ମୁକାବିଲା ଶେଷ ହୋଇଯିବ । ଏହା ସହ ଆରମ୍ଭ ହେବ ପ୍ଲେଅଫ୍‌ ମ୍ୟାଚ୍‌ । ଏବେ ସୁଦ୍ଧା କୋଲକାତା, ରାଜସ୍ଥାନ ଏବଂ ହାଇଦ୍ରାବାଦ ପ୍ଲେଅଫ୍‌ ଲାଗି ଯୋଗ୍ୟତା ଅର୍ଜନ କରିସାରିଥିବା ବେଳେ ମେ’ ୧୮ରେ ଚତୁର୍ଥ ଟିମ୍‌ ସାମିଲ ହେବ । ତେବେ ମେ’ ୧୮ରେ ହେବାକୁ ଥିବା ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଏବଂ ଚେନ୍ନାଇ ସୁପର କିଙ୍ଗ୍ସ ମ୍ୟାଚ୍‌ ଉପରେ ସମସ୍ତଙ୍କ ନଜର । 

ପ୍ଲେଅଫରେ ପହଞ୍ଚିବାକୁ ହେଲେ ଆରସିବି ଲାଗି କେବଳ ବିଜୟ ପର୍ଯ୍ୟାପ୍ତ ନୁହେଁ । ପ୍ଲେଅଫକୁ ଯିବାକୁ ହେଲେ ସିଏସକେକୁ ଆରସିବି ଅତିକମ୍‌ରେ ୧୧ରନ୍‌ କିମ୍ବା ୧୮.୧ ଓଭରରେ ପରାସ୍ତ କରିବାକୁ ହେବ । ଆଉ ଏଭଳି ‘କର ବା ମାର’ ମ୍ୟାଚ୍‌ରେ ଆରସିବିର ପ୍ଲେଇଂ ଇଲେଭେନ୍‌ କିଭଳି ରହିବ ତାକୁ ନେଇ ଚର୍ଚ୍ଚା ଲାଗିରହିଛି । ସେପଟେ ଏହି ବଡ଼ ମୁକାବିଲା ପୂର୍ବରୁ ଆରସିବିକୁ ଝଟକା ଲାଗିଛି । ଇଂଲଣ୍ଡର ଜଣେ ଖେଳାଳି ଆଇପିଏଲ ଛାଡ଼ି ସ୍ବଦେଶ ଫେରିଯାଇଛନ୍ତି । ଓ୍ବିଲ ଜ୍ୟାକ୍ସଙ୍କ ବିନା ଆରସିବି ମୈଦାନକୁ ଓହ୍ଲାଇବ । ତାଙ୍କ ସ୍ଥାନରେ ଗ୍ଲେନ୍‌ ମ୍ୟାକ୍ସଓ୍ବେଲଙ୍କୁ ଖେଳାଇପାରେ ଦଳ । 

ଚେନ୍ନାଇ ବିପକ୍ଷରେ ଫାଫ ଡୁପ୍ଲେସିସ୍‌ ଏବଂ ବିରାଟ କୋହଲି ଓ୍ବପନିଂ କରିବେ । ଏହା ପରେ ଗ୍ଲେନ୍‌ ମ୍ୟାକ୍ସଓ୍ବେଲ ଆସିପାରନ୍ତି । ଚତୁର୍ଥ ସ୍ଥାନରେ ରଜତ ପାଟିଦାର ଏବଂ ପଞ୍ଚମରେ କ୍ୟାମେରୁନ ଗ୍ରୀନଙ୍କ ଖେଳିବା ନିଶ୍ଚିତ । ସେମାନଙ୍କ ପରେ ଅନୁଜ ରାଓ୍ବତ କିମ୍ବା ମହିପାଲ ଲୋମରୋରଙ୍କୁ ଦେଖିବାକୁ ମିଳିପାରେ । ପରେ ଦିନେଶ କାର୍ତ୍ତିକ ନିଜ ଜଲଓ୍ବା ଦେଖାଇବେ । 

ଚେନ୍ନାଇ ବିପକ୍ଷରେ ଆରସିବିର ସମ୍ଭାବ୍ୟ ଟିମ୍‌

ବିରାଟ କୋହଲି, ଫାଫ୍‌ ଡୁପ୍ଲେସିସ୍‌ (ଅଧିନାୟକ), ଗ୍ଲେନ୍‌ ମ୍ୟାକ୍ସଓ୍ବେଲ୍‌, ରଜତ ପାଟିଦାର, କ୍ୟାମେରୁନ୍‌ ଗ୍ରୀନ୍‌, ଅନୁଜ ରାଓ୍ବତ/ ମହିପାଲ ଲୋମରୋର, ଦିନେଶ କାର୍ତ୍ତିକ (ଓ୍ବିକେଟ କିପର), କର୍ଣ୍ଣ ଶର୍ମା, ମହମ୍ମଦ ସିରାଜ, ୟଶ ଦୟାଲ, ଲକି ଫର୍ଗ୍ୟୁସନ୍‌, ଇମ୍ପାକ୍ଟ ପ୍ଲେୟାର- ସ୍ବପ୍ନିଳ ସିଂହ 

 

  • IPL 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.