ପ୍ରମୂଖ ଖବର
  • ‘ଡୋନାଲ୍ଡ ଟ୍ରମ୍ପଙ୍କ ଉପରେ ହୋଇପାରେ ଡ୍ରୋନ୍ ଆକ୍ରମଣ’: ଆମେରିକା ରାଷ୍ଟ୍ରପତିଙ୍କୁ ଇରାନର ଧମକ
  • ||
  • ଗଗନଯାନ ମିଶନକୁ ବଡ଼ ସଫଳତା, ଇଞ୍ଜିନର ହଟ୍ ଟେଷ୍ଟ ସଫଳ; ସୂଚନା ଦେଲା ଇସ୍ରୋ
  • ||
  • ଡଙ୍କି ରୁଟ୍ ମାମଲାରେ ଇଡିର ବଡ଼ କାର୍ଯ୍ୟାନୁଷ୍ଠାନ, ହରିୟାଣା ଓ ପଞ୍ଜାବର ୧୧ ଠିକଣାରେ ଚଢ଼ାଉ
  • ||
  • ପଞ୍ଚମ , ଅଷ୍ଟମ ଶ୍ରେଣୀ ପିଲାଙ୍କ ପାଇଁ ନୂଆ ନିୟମ : ଫେଲ ହେଲେ ଆଉ ଥରେ ପରୀକ୍ଷା ଦେବେ
  • ||
  • ଆଇପିଏସ୍ ସ୍ତରରେ ଅଦଳ ବଦଳ: ସଞ୍ଜୀବ ପଣ୍ଡା ହେଲେ ADG ନକ୍ସଲ ବିରୋଧୀ ଅପରେସନ୍
  • ||
  • ରାଜସ୍ଥାନରେ ଫାଇଟର ଜେଟ୍ କ୍ରାସ୍, ୨ ମୃତ
  • ||
  • ମୟୂରଭଞ୍ଜ : ବୁଢ଼ାବଳଙ୍ଗରେ ଗାଧୋଇବା ବେଳେ ଅଘଟଣ, ନଦୀରେ ଭାସି ଯୁବକ ମୃତ
  • ||
  • BMC ଅଧିକାରୀଙ୍କୁ ମାଡ଼ ମାମଲା; ଜଗନ୍ନାଥ ପ୍ରଧାନଙ୍କୁ ମିଳିଲା ଜାମିନ
  • ||
  • ପୁରୀ : ସର୍ବଭାରତୀୟ ଧର୍ମଘଟର ପ୍ରଭାବ; ସୂର୍ଯ୍ୟମନ୍ଦିର ବନ୍ଦ କଲା ଶ୍ରମିକ ସଂଗଠନ
  • ||
  • କଳାହାଣ୍ଡି : ବିଦ୍ୟୁତ ସଂସ୍ପର୍ଶରେ ଆସି ଦାଦନ ଶ୍ରମିକ ମୃତ, ଭିଟାମାଟିକୁ ଫେରୁଛି ମୃତଦେହ
  • ||
  • ଟାର୍ଗେଟରେ ଚୀନ-ପାକ୍‌; ଆତଙ୍କବାଦ ଉପରେ ଡବଲ୍‌ ଷ୍ଟାଣ୍ଡାର୍ଡ କାମ କରିବ ନାହିଁ, ବ୍ରାଜିଲରୁ ପ୍ରଧାନମନ୍ତ୍ରୀଙ୍କ କଡ଼ା ସନ୍ଦେଶ
  • ||
  • ଜଳ ପ୍ରଳୟରେ ବେହାଲ ଟେକ୍ସାସ, ମୃତ୍ୟୁ ସଂଖ୍ୟା ୧୦୯କୁ ବୃଦ୍ଧି
  • ||
  • ୧୫ ଜିଲ୍ଲାରେ ଆଜି ପ୍ରବଳ ବର୍ଷା ସମ୍ଭାବନା, ଗୁରୁବାରଠୁ କମିବ
  • ||
  • ସର୍ବଭାରତୀୟ ଧର୍ମଘଟ : ବିଜେଡିର ସମର୍ଥନ, ସାମିଲ ହେବ କଂଗ୍ରେସ
  • ||

୫୦ ଲକ୍ଷ ଗୃହଋଣ ଉପରେ କେତେ ହେବ EMI, ଜାଣନ୍ତୁ...

Published By : Anindita Ratha | February 7, 2025 12:50 PM

ନୂଆଦିଲ୍ଲୀ,୦୭/୦୨:  ୫ ବର୍ଷ ପରେ ଆରବିଆଇ କମାଇଛି ରେପୋ ରେଟ । ଆଜି ଆରବିଆଇ ଏମପିସି ୩ ଦିନର ବୈଠକ ପରେ ୦.୨୫ ରେପୋ ରେଟ୍ କମିଛି । ଶେଷଥର ପାଇଁ ରେପୋ ରେଟ୍ ୨୦୨୦ରେ କମିଥିଲା । ସେହିପରି ୨୦୨୨ରୁ ୨୦୨୩ ଫେବୃଆରୀ ପର୍ଯ୍ୟନ୍ତ ୨.୫୦ ବଢିଥିଲା ରେପୋରେଟ୍ । ଏହାର ଦୁଇବର୍ଷ ପର୍ଯ୍ୟନ୍ତ କୌଣସି ପରିବର୍ତ୍ତନ ହୋଇନଥିଲା । 

ରେପୋ ରେଟ୍ ପରିବର୍ତ୍ତନ ପରେ ସାଧାରଣ ଲୋକଙ୍କ ଇଏମଆଇରେ ଆଶ୍ବସ୍ତି ମିଳିବ ।ଏଥିସହ ବର୍ତ୍ତମାନ ସମୟରେ ଏସବିଆଇ ଗୃହଋଣର ସୁଧ ହାରରେ ମଧ୍ୟ ହ୍ରାସ ହେବ । ଯେଉଁ କାରଣରୁ ସାଧାରଣ ଲୋକଙ୍କର ଇଏମଆଇ କମ୍ ହୋଇଯିବ । ଯାହାର ଅପେକ୍ଷା କରିଥିଲେ ଲୋକେ । ତେବେ ସବୁଠୁ ବଡ଼ ପ୍ରଶ୍ନ ହେଲା କିପରି ସାଧାରଣ ଲୋକଙ୍କ ଗୃହଋଣର ଇଏମଆଇ କମ୍ ହେବ ।  ବର୍ତ୍ତମାନ ଏସବିଆଇ ଗୃହଋଣ ଉପରେ ସର୍ବାଧିକ ୯.୬୫ ପ୍ରତିଶତ ସୁଧ ହାର ଆଦାୟ କରୁଛି। ଏବେ ଯେତେବେଳେ ସୁଧ ହାର ୨୫ ବେସିସ୍ ପଏଣ୍ଟ ହ୍ରାସ କରାଯାଇଛି। ତେଣୁ ଏସବିଆଇ ଗୃହ ଋଣ ସୁଧ ହାର ୯.୪୦ ପ୍ରତିଶତରେ ଦେଖାଯାଇପାରେ। ଏଥିପାଇଁ, ୨୫ ଲକ୍ଷ, ୪୦ ଲକ୍ଷ ଏବଂ ୫୦ ଲକ୍ଷ ଟଙ୍କାର ଗୃହ ଋଣର ତଥ୍ୟ ନିଆଯାଇଛି। 

୨୫ ଲକ୍ଷ ଟଙ୍କାର ଗୃହଋଣ ଉପରେ ଇଏମଆଇ କେତେ କମ୍ ହେବ?

ଧରାଯାଉ ଆପଣ SBIରୁ ୨୦ ବର୍ଷ ପାଇଁ ୨୫ଲକ୍ଷ ଟଙ୍କାର ଗୃହଋଣ ନେଇଛନ୍ତି । ଯାହାର ସୁଧ ହାର ୯.୬୫ ପ୍ରତିଶତ ଏବଂ ଇଏମଆଇ ୨୩,୫୪୯ ଟଙ୍କା। ଏବେ ରେପୋ ରେଟରେ ୨୫ ବେସିସ୍ ପଏଣ୍ଟ ହ୍ରାସ ପରେ ସୁଧ ହାର ୯.୪୦ ପ୍ରତିଶତକୁ ହ୍ରାସ ପାଇବ। ଯାହା ଉପରେ ଆପଣଙ୍କୁ ଏବେ ୨୩,୧୪୦ ଟଙ୍କା EMI ଦେବାକୁ ପଡିବ। ଏହାର ଅର୍ଥ ହେଉଛି ଆପଣଙ୍କର ଇେମଆଇ ୪୦୯ ଟଙ୍କା ହ୍ରାସ ପାଇବ।

୪୦ ଲକ୍ଷ ଟଙ୍କାର ଗୃହଋଣ ଉପରେ କେତେ ରିହାତି ମିଳିବ?

୨୦ ବର୍ଷ ପାଇଁ ୪୦ ଲକ୍ଷ ଟଙ୍କାର ଗୃହଋଣ ଉପରେ ୯.୬୫ ପ୍ରତିଶତ ସୁଧ ହାରରେ ବର୍ତ୍ତମାନ ୩୭,୬୭୮ ଟଙ୍କା ଦେବାକୁ ପଡ଼ିବ । କିନ୍ତୁ ରେପୋ ହାରରେ ୦.୨୫ ପ୍ରତିଶତ ହ୍ରାସ ପରେ, ୯.୪୦ ପ୍ରତିଶତ ହାରରେ ସୁଧ ଦେବାକୁ ପଡିବ। ଯାହା ଉପରେ ୩୭,୦୨୪ ଟଙ୍କା EMI ଦେବାକୁ ପଡିବ। ଏହାର ଅର୍ଥ ହେଉଛି ପ୍ରତି ମାସରେ ଆପଣଙ୍କ ପକେଟରୁ ୬୫୪ ଟଙ୍କା ବୋଝ କମିଯିବ।

୫୦ ଲକ୍ଷର ଗୃହଋଣରେ କେତେ ହେବ ଇଏମଆଇ?

୨୦ ବର୍ଷ ପାଇଁ ୫୦ ଲକ୍ଷ ଟଙ୍କାର ଗୃହଋଣ ଉପରେ ୯.୬୫ ପ୍ରତିଶତ ହିସାବରେ ୪୭,୦୯୭ଟଙ୍କା ଇଏମଆଇ ଦିଆଯାଉଥିଲା । କିନ୍ତୁ ରେପୋ ରେଟରେ ହ୍ରାସ ପରେ ଆପଣଙ୍କ ଲୋନ ଇଏମଆଇ ୪୬,୨୮୧ ହୋଇଯିବ । ଏହାର ଅର୍ଥ ଆପଣଙ୍କୁ ୮୧୬ ଟଙ୍କାର ଫାଇଦା ହେବ । 



Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.