ପ୍ରମୂଖ ଖବର
  • ଅନୁଗୁଳ : ସାପ କାମୁଡ଼ାରେ ନାବାଳକ ମୃତ
  • ||
  • କଟକ : ପାରିବାରିକ କଳହର କରୁଣ ପରିଣତି, ମୁଣ୍ଡଳୀ ବ୍ରିଜ୍‌ରେ ଗାଡ଼ି ରଖି ମହାନଦୀକୁ ଡେଇଁ ପଡ଼ିଲେ ଯୁବକ!
  • ||
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

ରାସନ୍‌ ବଣ୍ଟନକୁ ନେଇ ଆସିଲା ଅପ୍‌ଡେଟ୍, ଚଳିତ ମାସରେ ବଣ୍ଟାଯିବ ଗଚ୍ଛିତ ଗହମ

Published By : Prameya | July 11, 2025 10:30 AM

ଭୁବନେଶ୍ୱର ୧୧/୦୭: ରାଜ୍ୟରେ ଖାଦ୍ୟସୁରକ୍ଷା ହିତାଧିକାରୀଙ୍କୁ ଚଳିତ ମାସରେ ମିଳିବ ଗହମ । ଏ ନେଇ ସୂଚନା ଦେଇଛନ୍ତି ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ଗଣମାଧ୍ୟମକୁ ମନ୍ତ୍ରୀ  ଶ୍ରୀ ପାତ୍ର କହିଛନ୍ତି, ପ୍ରଥମ ପର୍ଯ୍ୟାୟରେ କେନ୍ଦ୍ର ପଠାଇଥିବା ଗହମ ବଣ୍ଟନ  କରାଯିବ । ବର୍ତ୍ତମାନ ଯେତିକି ଗହମ ମହଜୁଦ ଅଛି, ହିତାଧିକାରୀଙ୍କୁ ବଣ୍ଟନ ପାଇଁ ଯୋଗଣ ଅଧିକାରୀଙ୍କୁ କୁହାଯାଇଛି । ଦୀର୍ଘଦିନ ଧରି ଗହମ ମହଜୁଦ  ଥିବାରୁ ଏହାକୁ ନଷ୍ଟ ନ କରି ବଣ୍ଟନ ପାଇଁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ପରବର୍ତ୍ତୀ ପର୍ଯ୍ୟାୟରେ କେନ୍ଦ୍ରରୁ ଗହମ ଆସିଲେ, ତାହା ବଣ୍ଟନ କରାଯିବ  ବୋଲି ଜଣାପଡ଼ିଛି । 

ସୂଚନାଯୋଗ୍ୟ, ହିତାଧିକାରୀଙ୍କୁ ଗହମ ବଣ୍ଟନ ପାଇଁ ଗତବର୍ଷ ବିଭିନ୍ନ  ଜିଲ୍ଲାକୁ ଗହମ ପଠାଯାଇଥିଲା । ମାତ୍ର ପରିବହନ ସଂସ୍ଥା ଚୂଡ଼ାନ୍ତରେ ବିଳମ୍ବ ଯୋଗୁ  ଏ ଗହମ ବଣ୍ଟାଯାଇନଥିଲା । ଦୀର୍ଘ ମାସ ହେବ ବିଭିନ୍ନ ଜିଲ୍ଲାରେ ଗହମ ଗଚ୍ଛିତ  ଥିବାବେଳେ ଏହା ନଷ୍ଟ ହେବା ଆଶଙ୍କା ରହିଛି । ଗହମ ନଷ୍ଟ ହେବା ପୂର୍ବରୁ  ଏହାକୁ ବାଣ୍ଟିବାକୁ ବର୍ତ୍ତମାନ ଯୋଗାଣ ବିଭାଗ ନିଷ୍ପତ୍ତି ନେଇଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.