ଝାରସୁଗୁଡ଼ା,୦୬/୦୭: ଝାରସୁଗୁଡା ଜିଲ୍ଲାରେ ବର୍ଷା ବିତ୍ପାତ । ଜିଲ୍ଲାର ୪ଟି ବ୍ଲକରେ ଅତି ପ୍ରବଳ ହୋଇଛି । ଝାରସୁଗୁଡାରେ ଗତ ୨୪ଘଣ୍ଟା ମଧ୍ୟରେ ହାରାହାରି ୨୧୮.୪୪ ମିଲିମିଟର ବର୍ଷା ରେକର୍ଡ କରିଛି ଅଞ୍ଚଳିକ ପାଣିପାଗ ବିଭାଗ । ଲଇକେରା ବ୍ଲକରେ ସର୍ବାଧିକ ୨୭୦.୪ ମିଲିମିଟର ବର୍ଷା ରେକର୍ଡ ହୋଇଛି ।
ସେହିଭଳି କିର୍ମିରା ବ୍ଲକରେ ୨୫୫.୩ ମିଲିମିଟର, କୋଲାବିରା ବ୍ଲକରେ ୨୩୩ ମିଲିମିଟର, ଝାରସୁଗୁଡା ବ୍ଲକରେ ୨୧୩.୩ ମିଲିମିଟର ଓ ଲଖନପୁର ବ୍ଲକରେ ୧୨୦.୨ ମିଲିମିଟର ବର୍ଷା ରେକର୍ଡ କରାଯାଇଛି ।