ପ୍ରମୂଖ ଖବର
  • ବଲାଙ୍ଗୀର : ଗ୍ୟାସ ସିଲିଣ୍ଡର ଚୋରି ଗ୍ୟାଙ୍ଗକୁ ଧରିଲା ପୋଲିସ; ୫ ଗିରଫ,୧୩୩ରୁ ଉର୍ଦ୍ଧ୍ୱ ଗ୍ୟାସ୍‌ ସିଲିଣ୍ଡର ଜବତ
  • ||
  • ଗୁଣପୁର : ବାଇକ୍‌ ଚୋରଙ୍କୁ ଧରିଲା ପୋଲିସ; ୫ ଗିରଫ, ୮ ବାଇକ୍‌ ଜବତ
  • ||
  • ଖଲ୍ଲିକୋଟ : ପୋଖରୀରେ ବୁଡ଼ି ବ୍ୟକ୍ତି ମୃତ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଚନ୍ଦାହାଣ୍ଡି : ସାପ କାମୁଡାରେ ୯ ବର୍ଷର ଝିଅ ମୃତ, ସରକାରୀ ସହାୟତା ପାଇଁ ଗ୍ରାମବାସୀଙ୍କ ଦାବି
  • ||
  • ବ୍ରହ୍ମପୁର : ଗାଡ଼ି ବ୍ୟାଟେରୀ ଚୋରଙ୍କ ପାର୍ଦ୍ଦାଫାଶ; ୫ଲୁଟେରା ଗିରଫ, ୭ ବ୍ୟାଟେରୀ ଜବତ
  • ||
  • ନବରଙ୍ଗପୁର : ସ୍କୁଲ ପଛ ବୁଦା ମୂଳରୁ ଛାତ୍ରୀଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର, ଦୁଷ୍କର୍ମ ପରେ ହତ୍ୟା ସନ୍ଦେହ
  • ||
  • ଭରତପୁର ଥାନାରେ ମେଜରଙ୍କୁ ମାଡ଼ ଘଟଣା : ୫ ପୋଲିସ ଅଫିସର ନିଲମ୍ଵିତ
  • ||
  • ଅସ୍ତରଙ୍ଗରେ ପାଗଳ ବିଲୁଆର ଆତଙ୍କ, ୧୦ରୁ ଉର୍ଦ୍ଧ୍ୱ ଆହତ
  • ||
  • ବଣାଇ : ଉତ୍ପାତ ହେଉଥିଲା ଦନ୍ତା, ତୋଡ଼ା ଫରେଷ୍ଟରେ ଚାଲିଛି ଟ୍ରାଙ୍କୁଲାଇଜ୍
  • ||
  • ନବରଙ୍ଗପୁରରେ ବେଆଇନ ଗୋରୁ ଚାଲାଣ, ୫୦ରୁ ଉର୍ଦ୍ଧ୍ୱ ଗୋରୁ ଉଦ୍ଧାର
  • ||
  • ଭୋଗରାଇ : ଫୁଲୁଛି ସୁବର୍ଣ୍ଣରେଖା ନଦୀ, ବିପଦ ସଙ୍କେତ ଟପି ବନ୍ୟାଜଳ ପ୍ରବାହିତ
  • ||

ସହକାରୀ ଯନ୍ତ୍ରୀଙ୍କ ଘରେ ରେଡ୍‌, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ

ଭଞ୍ଜନଗର,୧୧/୦୯: ଭିଜିଲାନ୍ସ ଜାଲରେ ଆଉ ଜଣେ ସରକାରୀ ବାବୁ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରେଡ୍‌ । ଭଞ୍ଜନଗର ଜଳ ସଂପଦ ବିଭାଜନ ସହକାରୀ ଯନ୍ତ୍ରୀ ଇଂ. ପ୍ରସନ୍ନ କୁମାର ସ୍ୱାଇଁଙ୍କ ବାସଭବନରେ ଭିଜିଲାନ୍ସ ଚଢାଉ ଜାରୀ । ଗଞ୍ଜାମ, ଗଜପତି ଓ କନ୍ଧମାଳ ଜିଲ୍ଲା ଭିଜିଲାନ୍ସ ଟିମ୍ କରୁଛନ୍ତି ଏକକାଳୀନ ଚଢ଼ାଉ ।

ଜଳ ସମ୍ପଦ ବିଭାଗ ରେ ସହକାରୀ ଯନ୍ତ୍ରୀ ଭାବରେ କାର୍ଯ୍ୟ କରିବା ସହ କିଛି ଗୁରୁତ୍ୱ ପୂର୍ଣ୍ଣ ବିଭାଗ ରେ ଅତିରିକ୍ତ ଦାୟିତ୍ୱ ତୁଲାଇ ଆସିଛନ୍ତି l ତେଣୁ ତାଙ୍କ ନାମରେ ଦୀର୍ଘଦିନ ଧରି ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗ ହୋଇ ଆସୁଥିଲା । ବୁଧବାର ଅର୍ଥାତ ସେପ୍ଟେମ୍ୱର ୧୧ ତାରିଖରେ ପ୍ରସନ୍ନ କୁମାର ସ୍ୱାଇଁଙ୍କ ବାସଭବନ ସମେତ ଭଞ୍ଜନଗର ଏବଂ ଗଞ୍ଜାମର ୯ଟି ସ୍ଥାନରେ ରେଡ୍‌ କରାଯାଇଛି । ଏନେଇ ମାନ୍ୟବର ବିଚାରପତିଙ୍କ ଦ୍ୱାରା ସର୍ଚ୍ଚ ୱାରେଣ୍ଟ ଜାରି ହେବା ପରେ ୭ ଜଣ ଡିଏସ୍‌ପି, ୫ ଜଣ ଇନ୍ସପେକ୍ଟର ଏବଂ ଅନ୍ୟ ସହାୟକ କର୍ମଚାରୀଙ୍କ ନେତୃତ୍ୱରେ ଓଡିଶା ଭିଜିଲାନ୍ସ ଦ୍ୱାରା ଏକକାଳୀନ ରେଡ୍‌ ଚାଲିଛି । 

ଭଞ୍ଜନଗର ସ୍ଥିତ ବାଗଦେବୀ ରୋଡ୍‌ର ତିନି ମହଲା ବିଶିଷ୍ଟ ବାସଭବନ, ବ୍ରହ୍ମପୁରର ତୁଳସୀ ନଗରସ୍ଥିତ ଚାରି ମହଲା କୋଠା, ଭଞ୍ଜନଗର ସ୍ଥିତ ଭେଜିପୁଟ ଅଞ୍ଚଳର ତିନି ମହଲା କୋଠା, ଭଞ୍ଜନଗରର ୱାର୍ଡ ନମ୍ୱର ୬ ସ୍ଥିତ ନିର୍ମାଣଧୀନ ଦୁଇ ମହଲା କୋଠା, ଭଞ୍ଜନଗର ସ୍ଥିତ ତିନି ମହଲା କୋଠା, ଭଞ୍ଜନଗରର ରଘୁନାଥ ବିହାରରେ ଥିବା ସମ୍ପର୍କୀୟଙ୍କ ଘର, ବାଗଦେବୀ ରୋଡ୍‌ରେ ଥିବା ଆଉ ଜଣେ ସମ୍ପର୍କୀୟଙ୍କ ଘର, ପ୍ରସନ୍ନ କୁମାର ସ୍ୱାଇଁଙ୍କ ଭଞ୍ଜନଗର ସ୍ଥିତ ଅଫିସ୍‌ ଚାମ୍ୱର, ଲୁଦୁଲୁଦୀ ଠାରେ ଥିବା ଏକ ମହଲା ବିଶିଷ୍ଟ ପୈତୃକ ଘରେ ଏହି ରେଡ୍‌ ଚାଲିଛି । ଏଥି ସହିତ ଭଞ୍ଜନଗର ଜଳ ସମ୍ପଦ ବିଭାଗ ଅଫିସର ଗୁରୁତ୍ୱ ପୂର୍ଣ୍ଣ କାଗଜ ପତ୍ର ଉପରେ ମଧ୍ୟ ଯାଞ୍ଚ ଚାଲିଛି l ସମ୍ପୂର୍ଣ ଯାଞ୍ଚ ପ୍ରକ୍ରିୟା ସାରିବା ପରେ ହିଁ ସହକାରୀ ଯନ୍ତ୍ରୀ କେତେ ଦୋଷୀ ସାବ୍ୟସ୍ତ ହୋଇପାରୁଛନ୍ତି ତାହା ଜଣାପଡିବ l

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.