ପ୍ରମୂଖ ଖବର
  • ବଲାଙ୍ଗୀର : ଗ୍ୟାସ ସିଲିଣ୍ଡର ଚୋରି ଗ୍ୟାଙ୍ଗକୁ ଧରିଲା ପୋଲିସ; ୫ ଗିରଫ,୧୩୩ରୁ ଉର୍ଦ୍ଧ୍ୱ ଗ୍ୟାସ୍‌ ସିଲିଣ୍ଡର ଜବତ
  • ||
  • ଗୁଣପୁର : ବାଇକ୍‌ ଚୋରଙ୍କୁ ଧରିଲା ପୋଲିସ; ୫ ଗିରଫ, ୮ ବାଇକ୍‌ ଜବତ
  • ||
  • ଖଲ୍ଲିକୋଟ : ପୋଖରୀରେ ବୁଡ଼ି ବ୍ୟକ୍ତି ମୃତ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଚନ୍ଦାହାଣ୍ଡି : ସାପ କାମୁଡାରେ ୯ ବର୍ଷର ଝିଅ ମୃତ, ସରକାରୀ ସହାୟତା ପାଇଁ ଗ୍ରାମବାସୀଙ୍କ ଦାବି
  • ||
  • ବ୍ରହ୍ମପୁର : ଗାଡ଼ି ବ୍ୟାଟେରୀ ଚୋରଙ୍କ ପାର୍ଦ୍ଦାଫାଶ; ୫ଲୁଟେରା ଗିରଫ, ୭ ବ୍ୟାଟେରୀ ଜବତ
  • ||
  • ନବରଙ୍ଗପୁର : ସ୍କୁଲ ପଛ ବୁଦା ମୂଳରୁ ଛାତ୍ରୀଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର, ଦୁଷ୍କର୍ମ ପରେ ହତ୍ୟା ସନ୍ଦେହ
  • ||
  • ଭରତପୁର ଥାନାରେ ମେଜରଙ୍କୁ ମାଡ଼ ଘଟଣା : ୫ ପୋଲିସ ଅଫିସର ନିଲମ୍ଵିତ
  • ||
  • ଅସ୍ତରଙ୍ଗରେ ପାଗଳ ବିଲୁଆର ଆତଙ୍କ, ୧୦ରୁ ଉର୍ଦ୍ଧ୍ୱ ଆହତ
  • ||
  • ବଣାଇ : ଉତ୍ପାତ ହେଉଥିଲା ଦନ୍ତା, ତୋଡ଼ା ଫରେଷ୍ଟରେ ଚାଲିଛି ଟ୍ରାଙ୍କୁଲାଇଜ୍
  • ||
  • ନବରଙ୍ଗପୁରରେ ବେଆଇନ ଗୋରୁ ଚାଲାଣ, ୫୦ରୁ ଉର୍ଦ୍ଧ୍ୱ ଗୋରୁ ଉଦ୍ଧାର
  • ||
  • ଭୋଗରାଇ : ଫୁଲୁଛି ସୁବର୍ଣ୍ଣରେଖା ନଦୀ, ବିପଦ ସଙ୍କେତ ଟପି ବନ୍ୟାଜଳ ପ୍ରବାହିତ
  • ||

ଭିଜିଲାନ୍ସ ଜାଲରେ ସହକାରୀ ଯନ୍ତ୍ରୀ; ବାସଭବନ ସହ ୯ଟି ସ୍ଥାନରେ ରେଡ୍‌, ଏକାଧିକ କୋଠା ଏବଂ ଜମି ଠାବ

ଭଞ୍ଜନଗର,୧୧/୦୯: ଜଳ ସଂପଦ ବିଭାଜନ ସହକାରୀ ଯନ୍ତ୍ରୀ ଇଂ. ପ୍ରସନ୍ନ କୁମାର ସ୍ୱାଇଁଙ୍କ ବାସଭବନରେ ଭିଜିଲାନ୍ସ ଚଢାଉ । ସେ ଜଳ ସମ୍ପଦ ବିଭାଗରେ ସହକାରୀ ଯନ୍ତ୍ରୀ ଭାବରେ କାର୍ଯ୍ୟ କରିବା ସହ କିଛି ଗୁରୁତ୍ୱ ପୂର୍ଣ୍ଣ ବିଭାଗରେ ଅତିରିକ୍ତ ଦାୟିତ୍ୱ ତୁଲାଇ ଆସିଛନ୍ତି l ତେଣୁ ତାଙ୍କ ନାମରେ ଦୀର୍ଘଦିନ ଧରି ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗ ହୋଇ ଆସୁଥିଲା । ବୁଧବାର ଅର୍ଥାତ ସେପ୍ଟେମ୍ୱର ୧୧ ତାରିଖରେ ପ୍ରସନ୍ନ କୁମାର ସ୍ୱାଇଁଙ୍କ ବାସଭବନ ସମେତ ଭଞ୍ଜନଗର ଏବଂ ଗଞ୍ଜାମର ୯ଟି ସ୍ଥାନରେ ରେଡ୍‌ କରାଯାଇଛି । ଏନେଇ ମାନ୍ୟବର ବିଚାରପତିଙ୍କ ଦ୍ୱାରା ସର୍ଚ୍ଚ ୱାରେଣ୍ଟ ଜାରି ହେବା ପରେ ୭ ଜଣ ଡିଏସ୍‌ପି, ୫ ଜଣ ଇନ୍ସପେକ୍ଟର ଏବଂ ଅନ୍ୟ ସହାୟକ କର୍ମଚାରୀଙ୍କ ନେତୃତ୍ୱରେ ଓଡିଶା ଭିଜିଲାନ୍ସ ଦ୍ୱାରା ଏକକାଳୀନ ରେଡ୍‌ ଚାଲିଛି । 

ଏହି ରେଡ୍‌ରେ ବ୍ରହ୍ମପୁରର ତୁଳସୀ ନଗର ଠାରେ ୯,୦୦୦ ବର୍ଗଫୁଟରେ ନିର୍ମିତ ଏକ ଚାରି ମହଲା କୋଠା ଠାବ କରାଯାଇଛି । ଏହାର ମୂଲ୍ୟ ପାଖାପାଖି ୨.୪ କୋଟି ଟଙ୍କା ହେବ ବୋଲି ଅନୁମାନ କରାଯାଉଛି । ୬,୦୦୦ ବର୍ଗଫୁଟରେ ତିଆରି ହୋଇଥିବା ଏକ ଚାରି ମହଲା ବିଶିଷ୍ଟ କୋଠା ଭଞ୍ଜନଗରର ବାଗଦେବୀ ରୋଡ୍‌ରୁ ଜବତ କରାଯାଇଛି । ବାଗଦେବୀ ରୋଡ୍‌ରୁ ଆଉ ଏକ ୩,୦୦୦ ବର୍ଗଫୁଟ ଅଞ୍ଚଳରେ ନିର୍ମିତ ତିନି ମହଲା କୋଠା ଏବଂ ଭଞ୍ଜନଗରରେ ଏକ ୨,୫୦୦ ବର୍ଗଫୁଟରେ ତିଆରି ହୋଇଥିବା ତିନି ମହଲା କୋଠା ଠାବ ହୋଇଛି । ଏଥି ସହିତ ଭଞ୍ଜନଗରର ୱାର୍ଡ ନମ୍ୱର ୬ରେ ୫,୮୫୦ ବର୍ଗଫୁଟରେ ଏକ ନିର୍ମାଣଧୀନ ଦୁଇ ମହଲା କୋଠା ମଧ୍ୟ ଜବତ ହୋଇଛି । ଲୁଦୁଲୁଦିରେ ପ୍ରାୟ ୧,୧୩୦ ବର୍ଗଫୁଟ ଅଞ୍ଚଳରେ ନିର୍ମିତ ଦୁଇ ମହଲା ବିଶିଷ୍ଟ ପୈତୃକ ଘର ଜବତ ହୋଇଛି । ଏଥି ସହିତ ବ୍ରହ୍ମପୁର ଏବଂ ଭଞ୍ଜନଗରରେ ୫ଟି ଉଚ୍ଚ ମୂଲ୍ୟର ଘର ସହ ଜମି ମଧ୍ୟ ଠାବ ହୋଇଛି । ଏହା ସହ ୨ଟି ଦୁଇ ଚକିଆ ଯାନ ମଧ୍ୟ ଜବତ କରାଯାଇଛି । ଏଥି ସହିତ ୧୧.୫ ଲକ୍ଷ ଟଙ୍କାର ବ୍ୟାଙ୍କ ଡିପୋଜିଟ୍‌ ଏବଂ ଅନ୍ୟାନ୍ୟ ପୁଞ୍ଜି ବିନିଯୋଗ ଉପରେ ମଧ୍ୟ ଅନୁସନ୍ଧାନ କରୁଛି ଭିଜିଲାନ୍ସ ଟିମ୍‌ । 

 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.