ଭୁବନେଶ୍ୱର,୦୩ /୦୧:ଭାରତୀୟ ଜୀବନ ବୀମା ନିଗମ (ଏଲ୍ଆଇସି) ପୂର୍ବ ମଧ୍ୟ କ୍ଷେତ୍ର ପକ୍ଷରୁ ଲୋକ ନାୟକ ଜୟ ପ୍ରକାଶ ନାରାୟଣ ହସ୍ପିଟାଲ ପାଟନାକୁ ଷ୍ଟ୍ରେଚର ଟ୍ରଲି ଏବଂ ହ୍ୱିଲଚେୟାର ପ୍ରଦାନ କରାଯାଇଛି । ଏଲ୍ଆଇସିର କ୍ଷେତ୍ରୀୟ ପ୍ରବନ୍ଧକ ଶ୍ରବଣ କୁମାର ଉପସ୍ଥିତ ରହି ହସ୍ପିଟାଲର ନିର୍ଦ୍ଦେଶକ ଡା. ସୁଭାଷ ଚନ୍ଦ୍ରାଙ୍କୁ ଏହି ସାମଗ୍ରୀ ଗୁଡିକୁ ହସ୍ତାନ୍ତର କରିଥିଲେ ।
ଏହି ଅବସରରେ ଶ୍ରୀ କୁମାର କହିଛନ୍ତି, ଏକ ଦାୟିତ୍ୱବାନ କର୍ପୋରେଟ ସଂସ୍ଥା ଭାବେ ସାମାଜିକ ଉତ୍ତରଦାୟିତ୍ୱ ଦିଗରେ ଏଭଳି କାର୍ଯ୍ୟକ୍ରମ ଗ୍ରହଣ କରାଯାଇଛି । ଏଲ୍ଆଇସିର ପ୍ରାଦେଶିକ ମାର୍କେଟିଂ ପ୍ରବନ୍ଧକ ମନୋଜ କୁମାର ପଣ୍ଡା କହିଛନ୍ତି, ବୀମା ସପ୍ତାହ ଉପଲକ୍ଷେ ଲୋକଙ୍କ ମଙ୍ଗଳ ଦିଗରେ କାର୍ଯ୍ୟପନ୍ଥା ଗ୍ରହଣ କରାଯାଉଛି । କାର୍ଯ୍ୟକ୍ରମ ଅବସରରେ କର୍ପୋରେଟ ଯୋଗାଯୋଗ ବିଭାଗ ରାଜ୍ୟ ପ୍ରବନ୍ଧକ ଅଜୟ କୁମାର ବସୁମାତାରୀ, ସହାୟକ ସଚିବ ଟିଏନ୍ ସହାୟ, ରାକେଶ କୁମାର, ରଞ୍ଜିତ ସିହ୍ନା, ରାକେଶ ରଞ୍ଜନ ଏବଂ ଅନ୍ୟ ଅଧିକାରୀ ମାନେ ଉପସ୍ଥିତ ଥିଲେ ।