ପ୍ରମୂଖ ଖବର
  • ବିଧାନସଭା ଶୀତ ଅଧିବେଶନର ଦ୍ୱିତୀୟ ଦିନ, ବିଭିନ୍ନ ପ୍ରସଙ୍ଗକୁ ନେଇ ସରଗରମ ରହିବ ଗୃହ
  • ||
  • ବୌଦ୍ଧରେ ଅପରେସନ ଗ୍ରୀନ୍‌ କ୍ଲିନ୍‌ ଜାରି, ଗୋଟିଏ ଦିନରେ ୧୨୧ ଏକର ଜମିର ଗଞ୍ଜେଇ ଚାଷ ନଷ୍ଟ
  • ||
  • ବୈପାରୀଗୁଡାରେ ଅପରେସନ ଗ୍ରୀନ୍ କ୍ଲିନ୍‌, ୫ କୋଟି ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ
  • ||
  • ସୁବର୍ଣ୍ଣପୁରରେ ଶୀତ ଲହରୀ, ସକାଳ ୯ଟା ପର୍ଯ୍ୟନ୍ତ ରହୁଛି ଘନ କୁହୁଡିର ଆସ୍ତରଣ
  • ||

ୱାଇନାଡା ଉପନିର୍ବାଚନ ରେଜଲ୍ଟ ; ବିଜୟ ଅଭିମୁଖେ ପ୍ରିୟଙ୍କା ଗାନ୍ଧୀ

ନୂଆଦିଲ୍ଲୀ,୨୩/୧୧: ପାର୍ଲାମେଣ୍ଟକୁ ଏଣ୍ଟ୍ରି ମାରିବାକୁ ପ୍ରସ୍ତୁତ ହେଉଛନ୍ତି ପ୍ରିୟଙ୍କା । ପଲିଟିକ୍ସରେ ପଦାର୍ପଣ କରିଥିବା ପ୍ରିୟଙ୍କା ଗାନ୍ଧୀ ଜବରଦସ୍ତ ପ୍ରଦର୍ଶନ କରିଛନ୍ତି । କେରଳର ୱାଇନାଡା ଆସନରେ ଆଗୁଆ ରହିଛନ୍ତି କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ । ୱାଇନାଡା ଆସନରେ ହୋଇଥିବା ଉପନିର୍ବାଚନରେ ୩ ଲକ୍ଷ ୮୨ ହଜାର ଭୋଟରେ ଆଗରେ ରହିଛନ୍ତି ।

ରିପୋର୍ଟ ଲେଖା ହେବା ସୁଦ୍ଧା ପ୍ରିୟଙ୍କା ଗାନ୍ଧୀ ୩ ଲକ୍ଷ ୮୨ ହଜାର ଭୋଟରେ ଆଗରେ ରହିଛନ୍ତି । ପ୍ରିୟଙ୍କା ଗାନ୍ଧୀ ୫ ଲକ୍ଷ ୭୮ ହଜାର ୫୨୬ ଖଣ୍ଡ ଭୋଟ ହାସଲ କରିଛନ୍ତି । ବର୍ତ୍ତମାନ କାଉଣ୍ଟିଂ ଜାରି ରହିଛି । ସିପିଆଇ ପ୍ରାର୍ଥୀ ସତ୍ୟାନ ମୋକେରୀ ୨ ଲକ୍ଷ ୨ ହଜାର ୨୬୧ ଖଣ୍ଡ ଭୋଟ ପାଇଛନ୍ତି । ବିଜେପିର ନବ୍ୟା ହରିଦାସ ୧୦୬୭୨୪ ଖଣ୍ଡ ଭୋଟ ସହ ତୃତୀୟରେ ରହିଛନ୍ତି ।

ପ୍ରିୟଙ୍କା ଗାନ୍ଧୀଙ୍କ ଭାଇ ରାହୁଲ ଗାନ୍ଧୀ ଲୋକସଭା ନିର୍ବାଚନରେ ଏହି ଆସନରୁ ବିଜୟୀ ହୋଇଥିଲେ । ରାଇବରେଲି ଆସନରୁ ଜିତିଥିବାରୁ ୱାଇନାଡା ଆସନ ଛାଡିଥିଲେ । ଏହା ପରେ ଉପନିର୍ବାଚନରେ ପ୍ରାର୍ଥୀପତ୍ର ଦାଖଲ କରିଥିଲେ ପ୍ରିୟଙ୍କା । ଏହା ତାଙ୍କର ପ୍ରଥମ ନିର୍ବାଚନ ଲଢେଇ । ଯେଉଁଥିରେ ଏକ ବିଡ ବିଜୟ ଅଭିମୁଖେ ରହିଛନ୍ତି ।

ଆରମ୍ଭରୁ ୱାଇନାଡାରେ ପ୍ରିୟଙ୍କା ଗାନ୍ଧୀ ଆଗରେ ରହିଛନ୍ତି । ୩ ଲକ୍ଷ ୮୨ ହଜାର ଭୋଟରେ ଆଗରେ ଚାଲିଛନ୍ତି । ରାହୁଲଙ୍କ ରେକର୍ଡ ଭାଙ୍ଗି ବିପୁଳ ଭୋଟରେ ବାଜି ମାରିବାକୁ ଯାଉଛନ୍ତି ପ୍ରିୟଙ୍କ ଗାନ୍ଧୀ । ୱାଇନାଡାରେ ମୋଟ ୧୬ଜଣ ପ୍ରାର୍ଥୀ ରହିଛନ୍ତି । କଂଗ୍ରେସ ଏହି ଆସନରୁ ବାଜି ମାରିବ ତାହା ସ୍ପଷ୍ଟ ଅନୁମାନ ହେଉଛି ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.