ପ୍ରମୂଖ ଖବର
  • ରାୟଗଡ଼ା : ପାରିବାରିକ କଳହର କରୁଣ ପରିଣତି, ସ୍ତ୍ରୀକୁ ଠେଙ୍ଗାରେ ପିଟି ହତ୍ୟା କଲା ସ୍ୱାମୀ
  • ||
  • ବଲାଙ୍ଗୀର : ଜାମପଡା ଜଙ୍ଗଲରୁ ଯୁବକଙ୍କ ମୃତଦେହ ଠାବ, ହତ୍ୟା ଅଭିଯୋଗ
  • ||
  • ରାଜସ୍ଥାନରେ ଭୂକମ୍ପ ଝଟକା,ରିକ୍ଟର ସ୍କେଲରେ ତୀବ୍ରତା ୩.୯ ରେକର୍ଡ଼
  • ||
  • ଜଷ୍ଟିସ୍‌ ଯଶୱନ୍ତ ବର୍ମାଙ୍କୁ ଶକ୍ତ ଝଟକା; ସର୍ବୋଚ୍ଚ ଅଦାଲତରେ ଚ୍ୟାଲେଞ୍ଜ ଆବେଦନ ଖାରଜ୍
  • ||
  • କଟକ : ଅସହ୍ୟ ହେଲା ପ୍ରେମିକଙ୍କ ବ୍ଲାକମେଲ୍! ଫ୍ୟାନ୍‌ରେ ଝୁଲିପଡ଼ିଲେ ଯୁବତୀ
  • ||
  • କଟକ ଏସ୍‌ସିବି ମେଡିକାଲରେ ପହଞ୍ଚିଲା ପଟ୍ଟାମୁଣ୍ଡାଇ ଛାତ୍ରୀଙ୍କ ମୃତଦେହ, କରାଯିବ ବ୍ୟବଚ୍ଛେଦ
  • ||
  • ପଟ୍ଟାମୁଣ୍ଡାଇ ଛାତ୍ରୀ ଆତ୍ମହୁତି ଘଟଣାରେ ଆକ୍ସନ୍, ASI ଶୈଳେନ୍ଦ୍ର ନାରାୟଣ ପଲେଇଙ୍କୁ ବଦଳି ନିର୍ଦ୍ଦେଶ
  • ||
  • ବଳଙ୍ଗା ପୀଡ଼ିତାଙ୍କୁ ନ୍ୟାୟ ଦାବିରେ ବିଜେଡ଼ି ପକ୍ଷରୁ ପୁରୀ ବନ୍ଦ ଡାକରା, ସକାଳ ୬ଟାରୁ ଦିନ ୧୨ଟା ଯାଏ ଚାଲିବ
  • ||
  • ଜଗତସିଂହପୁର ରଘୁନାଥପୁର ଥାନା ଅଞ୍ଚଳରେ ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମ, ପ୍ରତିରୋଧ କରିବାରୁ ଲହୁ ଲୁହାଣ କଲେ ଦୁର୍ବୃତ୍ତ
  • ||
  • ଆସନ୍ତା ୮ରେ ବାଂଲାଦେଶ ଉପରେ ଘୂର୍ଣ୍ଣିବଳୟ, ଉପକୂଳ, ଆଭ୍ୟନ୍ତରୀଣ ଓଡ଼ିଶାରେ କାଁ ଭାଁ ବର୍ଷା ସମ୍ଭାବନା
  • ||
  • ନୟାଗଡ଼: ପୂର୍ବତନ ମନ୍ତ୍ରୀ ବିଭୂତି ଭୂଷଣ ସିଂହ ମର୍ଦ୍ଦରାଜଙ୍କ ପରଲୋକ, ଚିକିତ୍ସାଧିନ ଅବସ୍ଥାରେ ୭୦ ବର୍ଷ ବୟସରେ କଲେ ଶେଷ ନିଶ୍ବାସ ତ୍ୟାଗ
  • ||

କର୍ତ୍ତବ୍ୟ ଭବନ-୩ର ଉଦଘାଟନ କଲେ ପିଏମ ମୋଦି, ସରକାରୀ ମନ୍ତ୍ରଣାଳୟ ଓ ବିଭାଗକୁ ମିଳିବ ନୂଆ ଠିକଣା

Published By : Harapriya Biswal | August 6, 2025 5:47 PM

ନୂଆଦିଲ୍ଲୀ,୬।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନୂଆଦିଲ୍ଲୀର କର୍ତ୍ତବ୍ୟ ପଥଠାରେ ନବନିର୍ମିତ କର୍ତ୍ତବ୍ୟ ଭବନକୁ ଉଦଘାଟନ କରିଛନ୍ତି। ଦକ୍ଷତା, ନବସୃଜନ ଏବଂ ସହଯୋଗକୁ ପ୍ରୋତ୍ସାହିତ କରିବା ପାଇଁ ବିଭିନ୍ନ ମନ୍ତ୍ରଣାଳୟ ଏବଂ ବିଭାଗଗୁଡ଼ିକୁ ଏକାଠି କରାଯାଇ କର୍ତ୍ତବ୍ୟ ଭବନକୁ ସ୍ଥାନାନ୍ତରିତ କରାଯିବ। ଏଥିରେ ଗୃହ ମନ୍ତ୍ରଣାଳୟ, ବୈଦେଶିକ ମନ୍ତ୍ରଣାଳୟ, ଗ୍ରାମୀଣ ବିକାଶ ମନ୍ତ୍ରଣାଳୟ, MSME ମନ୍ତ୍ରଣାଳୟ, କାର୍ମିକ ଏବଂ ତାଲିମ ବିଭାଗ (DoPT), ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟ/ବିଭାଗ ଏବଂ ପ୍ରମୁଖ ବୈଜ୍ଞାନିକ ପରାମର୍ଶଦାତା (PSA)ଙ୍କ କାର୍ଯ୍ୟାଳୟ ରହିବ।

ସେଣ୍ଟ୍ରାଲ ଭିଷ୍ଟା ପ୍ରକଳ୍ପ ଅଧୀନରେ, କେନ୍ଦ୍ରୀୟ ମନ୍ତ୍ରଣାଳୟ ଏବଂ ବିଭାଗ ପାଇଁ ମୋଟ ୧୦ଟି ଏପରି କୋଠା ନିର୍ମାଣ କରାଯିବାର ଅଛି। ଏଥିମଧ୍ୟରୁ, କାର୍ତ୍ତବ୍ୟ ଭବନ-୩ ସମ୍ପୂର୍ଣ୍ଣ ହୋଇଛି, ଏହାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଦଘାଟନ କରିଛନ୍ତି। ସେ ସନ୍ଧ୍ୟା ୬ଟାରେ କର୍ତ୍ତବ୍ୟ ପଥଠାରେ ଏକ ସାଧାରଣ ସଭାକୁ ମଧ୍ୟ ସମ୍ବୋଧିତ କରିବେ। ପ୍ରକଳ୍ପ ସମାପ୍ତ ହେବା ପରେ, ଭଡା ବାବଦକୁ ଖର୍ଚ୍ଚ ହେଉଥିବା ୧୫୦୦ କୋଟି ଟଙ୍କା ସଞ୍ଚୟ ହେବ।

ପ୍ରାୟ ୧.୫ ଲକ୍ଷ ବର୍ଗ ମିଟର ଅଞ୍ଚଳରେ ବିସ୍ତୃତ, ଏହି ଅତ୍ୟାଧୁନିକ କାର୍ଯ୍ୟାଳୟ କମ୍ପ୍ଲେକ୍ସରେ ଦୁଇଟି ବେସମେଣ୍ଟ ଏବଂ ସାତ ମହଲା (ଭୂତଳ ମହଲା ସହ ୬ ମହଲା) ଅଛି। ବର୍ତ୍ତମାନ, ଅନେକ ପ୍ରମୁଖ ମନ୍ତ୍ରଣାଳୟ ୧୯୫୦ ରୁ ୧୯୭୦ ଦଶକ ମଧ୍ୟରେ ନିର୍ମିତ ଶାସ୍ତ୍ରୀ ଭବନ, କୃଷି ଭବନ, ଉଦ୍ୟୋଗ ଭବନ ଏବଂ ନିର୍ମାଣ ଭବନ ଭଳି ପୁରୁଣା କୋଠାରୁ କାର୍ଯ୍ୟ କରୁଛି।  ଏହି ବିଲ୍ଡିରେ ସୁରକ୍ଷିତ ଏବଂ ଆଇଟି-ସକ୍ଷମ କାର୍ଯ୍ୟସ୍ଥଳ, ସ୍ମାର୍ଟ ଏଣ୍ଟ୍ରି ସିଷ୍ଟମ, ଇଲେକ୍ଟ୍ରୋନିକ୍ ନିରୀକ୍ଷଣ ଏବଂ କମାଣ୍ଡ ସେଣ୍ଟର, ସୌର ପ୍ୟାନେଲ, ସୌର ଜଳ ହିଟର ଏବଂ ଇ-ଯାନ ଚାର୍ଜିଂ ଷ୍ଟେସନ ଭଳି ବୈଶିଷ୍ଟ୍ୟ ରହିଛି। ଏହା ପରିବେଶ ଅନୁକୂଳ ନିର୍ମାଣକୁ ମଧ୍ୟ ପ୍ରୋତ୍ସାହିତ କରେ, ଯେଉଁଥିରେ ବର୍ଜ୍ୟଜଳ ପୁନଃବ୍ୟବହାର, କଠିନ ବର୍ଜ୍ୟବସ୍ତୁ ପରିଚାଳନା ବ୍ୟବସ୍ଥା ଅନ୍ତର୍ଭୁକ୍ତ। ବିଲ୍ଡିଂକୁ ଥଣ୍ଡା ରଖିବା ଏବଂ ବାହ୍ୟ ଶବ୍ଦ ପ୍ରଦୂଷଣ ହ୍ରାସ କରିବା ପାଇଁ ସ୍ୱତନ୍ତ୍ର କାଚ ଝରକା ଲଗାଯାଇଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.