ପ୍ରମୂଖ ଖବର
  • ଗଞ୍ଜାମ : ଅଦିନିଆ ବର୍ଷାରେ ଉଜୁଡ଼ିଗଲା ଚାଷ, ଚିନ୍ତାରେ ପଡ଼ି ଜୀବନ ହାରିଲେ ଚାଷୀ
  • ||
  • ଆସନ୍ତା ଶିକ୍ଷାବର୍ଷରୁ କଲେଜରେ ଛାତ୍ର ସଂସଦ ନିର୍ବାଚନ,ଘୋଷଣା କଲେ ମୁଖ୍ୟମନ୍ତ୍ରୀ
  • ||
  • ନୟାଗଡ଼ : ରାସ୍ତା ତଳକୁ ଖସିଲା ସିମେଣ୍ଟ ବୋଝେଇ ଟ୍ରକ୍, ଡ୍ରାଇଭର ମୃତ
  • ||
  • କେନ୍ଦୁଝର : ଅର୍ଥାଭାବରୁ ଆତ୍ମହତ୍ୟା କଲେ ବିଧବା ମହିଳା, ବେସାହାରା ହେଲେ ସନ୍ତାନ
  • ||
  • ବଲାଙ୍ଗୀର : ଦୁର୍ଗାପାଲି ଗାଁରେ ଅଘଟଣ, ଜଳିଗଲା ୪ ଏକର ଜମିର ଧାନ ଗଦା
  • ||
  • ବୌଦ୍ଧ : ଟ୍ରକ୍‌ରୁ ଖସିଲା ଲୁହା ଇଲେକ୍ଟ୍ରି ପୋଲ୍‌, ଅଳ୍ପକେ ବର୍ତ୍ତିଲେ ଲୋକେ
  • ||
  • ଗଞ୍ଜାମ : ଝୁଲନ୍ତା ଅବସ୍ଥାରେ ବିବାହିତ ପ୍ରେମୀ ଯୁଗଳଙ୍କ ମୃତଦେହ ଉଦ୍ଧାର
  • ||
  • ଜୟପୁର : ଏଆର୍‌ଆଇଙ୍କ ଘରେ ପଶିଲା ଭିଜିଲାନ୍ସ, ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗ
  • ||
  • ନୀଳଗିରି : ଅଦିନିଆ ବର୍ଷା ପାଇଁ ଚିନ୍ତାରେ ଚାଷୀ, ହେକ୍ଟର ହେକ୍ଟର ପରିବା ଚାଷ ନଷ୍ଟ
  • ||
  • ପାକିସ୍ତାନର ଏୟାରଷ୍ଟ୍ରାଇକ୍‌ରେ ମୃତ୍ୟୁସଂଖ୍ୟା ୪୬କୁ ବୃଦ୍ଧି, ମୃତକଙ୍କ ମଧ୍ୟରେ ଅଧିକାଂଶ ଶିଶୁ ଓ ମହିଳା
  • ||
  • ବର୍ଡର-ଗାଭାସ୍କର ଟ୍ରଫି, ମେଲବର୍ଣ୍ଣରେ ବ୍ୟାଟିଂ କରୁଛି ଅଷ୍ଟ୍ରେଲିଆ, ଓ୍ବିକେଟ୍ ସନ୍ଧାନରେ ଭାରତ
  • ||
  • ଆଠମଲ୍ଲିକ : ଅଦିନିଆ ବର୍ଷା ଦେଇଗଲା ଦୁଃଖ, ଧାନ ବିଲରେ ଜମି ରହିଛି ପାଣି
  • ||
  • ଆଜିଠୁ ବର୍ଷା କମିବ, ୨୭ରୁ ପୁଣି ବଢ଼ିବ: ପଶ୍ଚିମା ବାୟୁ ପାଇଁ ଉତ୍ତର-ପଶ୍ଚିମ ଓଡ଼ିଶାରେ ବର୍ଷା ଆଶଙ୍କା
  • ||
  • ମେଘୁଆ ପାଗ ପରେ ସୁବର୍ଣ୍ଣପୁରରେ ଶୀତ ଲହରୀ ଆରମ୍ଭ
  • ||

ବାଲ୍ୟ ବିଦ୍ୟାଳୟରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ : ପିଲାଦିନର ସ୍ମୃତି ମନେ ପକାଇଲେ, ସ୍କୁଲର ପରିବର୍ତ୍ତିତ ଚିତ୍ର ଦେଖି ଆଶ୍ଚର୍ଯ୍ୟ ପ୍ରକଟ କଲେ

Published By : Prameya | December 6, 2024 12:43 PM

ବାରିପଦା, ୦୬/୧୨ : ନିଜ ଜନ୍ମମାଟି ତଥା ବାଲ୍ୟ ବିଦ୍ୟାଳୟରେ ପାଦ ଦେଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଉପରବେଡ଼ା ପ୍ରାଥମିକ ବିଦ୍ୟାଳୟରେ ଆୟୋଜିତ ସଭାରେ ରାଷ୍ଟ୍ରପତି ଯୋଗ ଦେଇଛନ୍ତି। ତାଙ୍କ ପିଲାଦିନର ସ୍ମୃତିକୁ ମନେ ପକାଇଛନ୍ତି। ଏହା ସହ ବିଦ୍ୟାଳୟର ପରିବର୍ତ୍ତିତ ଚିତ୍ର ଦେଖି ସେ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି। ସେତେବେଳର ମତିଝାଟି ସ୍କୁଲ ବଦଳି ଏବେ ପକ୍କା ଓ ସୁନ୍ଦର ହୋଇଛି। 

ରାଷ୍ଟ୍ରପତି ତାଙ୍କ ଅଭିଭାଷଣରେ ପିଲାଦିନର ସ୍ମୃତି ବଖାଣିଛନ୍ତି। ସେ ତାଙ୍କ ସହପାଠୀଙ୍କ ସହିତ ପ୍ରତି ଶନିବାର ଦିନ ଶ୍ରେଣୀ କକ୍ଷକୁ କିଭଳି ଗୋବର ଦେଇ ଲିପାପୋଛା କରୁଥିଲେ ସେହି ବିଷୟରେ କହିଛନ୍ତି। ୩ୟ ଶ୍ରେଣୀରେ ମେଧାବୃତ୍ତି ପାଇବା ବେଳେ ତାଙ୍କ ପାଖରେ କଲମଟିଏ ନଥିଲା, ତାଙ୍କ ବାପା ଜଣେ ଲୋକଠୁ କଲମ ମାଗିଆଣି ଗୋଟିଏ ପୁରୁଣା କଲମ ଆଣି ଦେଇଥିଲେ। ସେହି କଲମରୁ କାଳୀ ଝରି କିଭଳି ତାଙ୍କ ପୋଷାକ ଖରାପ ହୋଇଥିଲା, ସେହି ବିଷୟରେ କହିଛନ୍ତି। ତାଙ୍କ ବାଲ୍ୟବେଳର ଶିକ୍ଷକମାନଙ୍କୁ ମଧ୍ୟ ମନେ ପକାଇଛନ୍ତି। ସାରା ଗାଁ ତାଙ୍କୁ କିଭଳି ଭଲ ପାଉଥିଲା ସେହି ବିଷୟରେ କହିଛନ୍ତି। 

ସୂଚନାନୁଯାୟୀ, ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କ ଜନ୍ମ ସ୍ଥାନ ଉପରବେଡା ସହିତ ରାଇରଙ୍ଗପୁର ଓ ବାଙ୍ଗିରୀପୋଷିରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବେ। ସେ ତାଙ୍କ ନିଜ ଘରେ ରାତ୍ରିଯାପନ କରିବେ। ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ରାଷ୍ଟ୍ରପତି ହେବ ପରେ ସେ ପ୍ରଥମ ଥର ନିଜ ଗାଁ ଉପରବେଡ଼ାକୁ ଆସିଛନ୍ତି। ପୁରା ଗାଁ ଆଜି ତାଙ୍କ ସ୍ଵାଗତରେ ସଜେଇ ହୋଇଛି। 

  • prameyanews
  • PrameyaOdia
  • prameya
  • Prameya Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.