ପ୍ରମୂଖ ଖବର
  • ଗଞ୍ଜାମ : ଅଦିନିଆ ବର୍ଷାରେ ଉଜୁଡ଼ିଗଲା ଚାଷ, ଚିନ୍ତାରେ ପଡ଼ି ଜୀବନ ହାରିଲେ ଚାଷୀ
  • ||
  • ଆସନ୍ତା ଶିକ୍ଷାବର୍ଷରୁ କଲେଜରେ ଛାତ୍ର ସଂସଦ ନିର୍ବାଚନ,ଘୋଷଣା କଲେ ମୁଖ୍ୟମନ୍ତ୍ରୀ
  • ||
  • ନୟାଗଡ଼ : ରାସ୍ତା ତଳକୁ ଖସିଲା ସିମେଣ୍ଟ ବୋଝେଇ ଟ୍ରକ୍, ଡ୍ରାଇଭର ମୃତ
  • ||
  • କେନ୍ଦୁଝର : ଅର୍ଥାଭାବରୁ ଆତ୍ମହତ୍ୟା କଲେ ବିଧବା ମହିଳା, ବେସାହାରା ହେଲେ ସନ୍ତାନ
  • ||
  • ବଲାଙ୍ଗୀର : ଦୁର୍ଗାପାଲି ଗାଁରେ ଅଘଟଣ, ଜଳିଗଲା ୪ ଏକର ଜମିର ଧାନ ଗଦା
  • ||
  • ବୌଦ୍ଧ : ଟ୍ରକ୍‌ରୁ ଖସିଲା ଲୁହା ଇଲେକ୍ଟ୍ରି ପୋଲ୍‌, ଅଳ୍ପକେ ବର୍ତ୍ତିଲେ ଲୋକେ
  • ||
  • ଗଞ୍ଜାମ : ଝୁଲନ୍ତା ଅବସ୍ଥାରେ ବିବାହିତ ପ୍ରେମୀ ଯୁଗଳଙ୍କ ମୃତଦେହ ଉଦ୍ଧାର
  • ||
  • ଜୟପୁର : ଏଆର୍‌ଆଇଙ୍କ ଘରେ ପଶିଲା ଭିଜିଲାନ୍ସ, ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗ
  • ||
  • ନୀଳଗିରି : ଅଦିନିଆ ବର୍ଷା ପାଇଁ ଚିନ୍ତାରେ ଚାଷୀ, ହେକ୍ଟର ହେକ୍ଟର ପରିବା ଚାଷ ନଷ୍ଟ
  • ||
  • ପାକିସ୍ତାନର ଏୟାରଷ୍ଟ୍ରାଇକ୍‌ରେ ମୃତ୍ୟୁସଂଖ୍ୟା ୪୬କୁ ବୃଦ୍ଧି, ମୃତକଙ୍କ ମଧ୍ୟରେ ଅଧିକାଂଶ ଶିଶୁ ଓ ମହିଳା
  • ||
  • ବର୍ଡର-ଗାଭାସ୍କର ଟ୍ରଫି, ମେଲବର୍ଣ୍ଣରେ ବ୍ୟାଟିଂ କରୁଛି ଅଷ୍ଟ୍ରେଲିଆ, ଓ୍ବିକେଟ୍ ସନ୍ଧାନରେ ଭାରତ
  • ||
  • ଆଠମଲ୍ଲିକ : ଅଦିନିଆ ବର୍ଷା ଦେଇଗଲା ଦୁଃଖ, ଧାନ ବିଲରେ ଜମି ରହିଛି ପାଣି
  • ||
  • ଆଜିଠୁ ବର୍ଷା କମିବ, ୨୭ରୁ ପୁଣି ବଢ଼ିବ: ପଶ୍ଚିମା ବାୟୁ ପାଇଁ ଉତ୍ତର-ପଶ୍ଚିମ ଓଡ଼ିଶାରେ ବର୍ଷା ଆଶଙ୍କା
  • ||
  • ମେଘୁଆ ପାଗ ପରେ ସୁବର୍ଣ୍ଣପୁରରେ ଶୀତ ଲହରୀ ଆରମ୍ଭ
  • ||

ପ୍ରବାସୀ ଭାରତୀୟ ସମ୍ମିଳନୀ ପୂର୍ବରୁ ବିଏମ୍‌ସିକୁ ମଶା ଚିନ୍ତା, ସାନ୍ଦ୍ରତା ୮୦ ଡେଇଁଲା

Published By : Prameya | December 13, 2024 3:14 PM

ଭୁବନେଶ୍ୱର,୧୩/୧୨: ମଶାର ସାନ୍ଦ୍ରତା  ୮୦ ପାର କଲାଣି । ଏହି ହାର ବଢ଼ି ଚାଲିଛି ।  ଏପଟେ କେନ୍ଦ୍ର ସରକାର ପ୍ରବାସୀ ଭାରତୀୟ ସମ୍ମିଳନୀ ଭୁବନେଶ୍ୱରରେ କରିବାକୁ ପସନ୍ଦ  କରିଛନ୍ତି । ଯଦି ମଶାର ସାନ୍ଦ୍ରତା ଏହି ହାରରେ  ବଢ଼େ, ତେବେ ପ୍ରବାସୀ ଭାରତୀୟଙ୍କୁ ମଶା କାମୁଡ଼ି କଲବଲ କରିବା ଥୟ । ଏମିତି ଆଶଙ୍କା  ପ୍ରକାଶ ପାଇଲାଣି । ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ  ବିଏମ୍‌ସିକୁ ଏ ନେଇ ଅବଗତ କରାଯାଇଛି । 

ବିଏମ୍‌ସି ଓ ସ୍ୱାସ୍ଥ୍ୟ ବିଭାଗ ମିଳିତ ଭାବେ  ମଶାର ସାନ୍ଦ୍ରତା ମାପିଥିଲେ । ୟୁନିଟ୍‌-୧ ଅଞ୍ଚଳରେ  ସର୍ବାଧିକ ସାନ୍ଦ୍ରତା ୮୦ ରହିଛି । ସେହିପରି ସତ୍ୟନଗଗରେ ୬୦, ପୁରୁଣା ଭୁବନେଶ୍ୱରରେ  ୬୮ ଏବଂ ୟୁନିଟ୍‌-୩ ଅଞ୍ଚଳରେ ମଶାର ସାନ୍ଦ୍ରତା  ୪୦ ରହିଛି । ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଟେନ୍‌ ମେନ୍‌  ପର ଆୱାର ହିସାବରେ ମଶାର ସାନ୍ଦ୍ରତା ମପା  ହୋଇଥିଲା । ପ୍ରତି ୪ଟି ୱାର୍ଡରୁ ଫିକ୍ସ ଷ୍ଟେସନ ଏବଂ  ର‌୍ୟାଣ୍ଡମ ଭାବେ ମଶାର ସାନ୍ଦ୍ରତାକୁ ନିଆଯାଇଛି ।  ଏଥିରୁ ସାନ୍ଦ୍ରତା ୮୦ ଛୁଇଁଥିବା ନେଇ ସ୍ପଷ୍ଟ ହୋଇଛି ।  

ବସ୍ତିରୁ ଆପାର୍ଟମେଣ୍ଟ, ସରକାରୀ ଅଫିସ  ସବୁଠି ଏବେ ମଶା ଭୟ ପଶିଲାଣି । ସନ୍ଧ୍ୟା ହେବା  କ୍ଷଣି ମଶା ଉତ୍ପାତ ବଢୁଛି । ଆଗକୁ ଭୁବନେଶ୍ୱରରେ  ପ୍ରବାସୀ ଭାରତୀୟ ସମ୍ମିଳନୀ ଅନୁଷ୍ଠିତ ହେବ ।  ଏଥିପାଇଁ ସଜବାଜ ଆରମ୍ଭ ହୋଇଛି । ବିଦେଶୀ  ମାନେ ବିଭିନ୍ନ ଦାମୀ ହୋଟେଲରେ ରହିବେ ।  ହେଲେ ମଶାର ସାନ୍ଦ୍ରତା ଏବେ ବିଏମ୍‌ସି ପାଇଁ  ଚ୍ୟାଲେଞ୍ଜ୍‌ ସୃଷ୍ଟି କରିଛି । ମଶା କାମୁଡ଼ାରେ  ପ୍ରବାସୀ ଭାରତୀୟ ଘାଇଲା ହେଲେ ବିଏମ୍‌ସିର  ଇଜ୍ଜତ ଯିବ । ତେଣୁ ନିକଟରେ ଏକ ବୈଠକ  ହୋଇଥିଲା । ଏଥିରେ ମଶା ଦମନ ପାଇଁ ସ୍ୱତନ୍ତ୍ର  ରଣନୀତି ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।  

ବିଏମ୍‌ସି ୬୭ ୱାର୍ଡକୁ ମାତ୍ର ୨୦ ମଶା ଧୂଆଁ  ଗାଡ଼ି ରହିଛି । ସେଥିରୁ ୨-୩ଟି ଭିଭିଆଇପିଙ୍କ  ସେବାରେ ନିୟୋଜିତ ହେଉଛି । ବାକି ୱାର୍ଡରେ  ବୁଲୁଛି । ଫଳରେ ଗୋଟିଏ ୱାର୍ଡ ସମ୍ପୂର୍ଣ୍ଣ କରିବା  ସମ୍ଭବ ହୋଇପାରୁନି । ଦିନେ ମଶା ଧୂଆଁ  ବୁଲିଲେ ୪ ଦିନ ଅପେକ୍ଷା କରିବାକୁ ପଡୁଛି ।  ଏମିତି ଚାଲିଲେ ମଶା ଦମନ କରି ପାରିବ  ତ ବିଏମସି? କେବଳ ମନ୍ତ୍ରୀ, ଆଇଏଏସ୍‌  ଅଧିକାରୀ ଓ ଭିଭିଆଇପିଙ୍କ ଘର ଚାରିପାଖେ  ଧୂଆଁ ବୁଲାଇ ଗାଡ଼ି ଛୁ ମାରୁଛି । ମଶା ମରିବେ  କ’ଣ ଓଲଟି ଘରେ ପଶୁଛନ୍ତି ।  

ଡେଙ୍ଗୁ ମଶା କାମୁଡାରେ ଲୋକେ ଘାଇଲା  ହୋଇ ହସ୍ପିଟାଲରେ ପଡିଲେ । ଡେଙ୍ଗୁ ଯାଇନି ଏବେ ପୁଣି ନ୍ୟୁସେନ୍ସ ମଶାଙ୍କ ଉତ୍ପାତ ବଢିଲାଣି । ସ୍ୱାସ୍ଥ୍ୟ  ବିଶେଷଜ୍ଞଙ୍କ କହିବା କଥା ଏହି ପ୍ରଜାତିର ମଶା  ଶୀତ ଦିନେ ଦେଖାଦିଅନ୍ତି। ଏ ମଶା କାମୁଡ଼ିବା  ଦ୍ୱାରା କୌଣସି ରୋଗ ବ୍ୟାପେ ନାହିଁ । କିନ୍ତୁ  ଏହି ମଶା କଲବଲ କରାଇବ । କାମୁଡ଼ିବା ସ୍ଥାନ  ନାଲି ପଡ଼ି କୁଣ୍ଡେଇ ହେବ । ବର୍ତ୍ତମାନ ଶୀତ  ବଢୁଥିବାରୁ ଏଭଳି ମଶାଙ୍କ ସଂଖ୍ୟା ବୃଦ୍ଧି ପାଇବ ।  ବିଏମ୍‌ସି ଓ ସ୍ୱାସ୍ଥ୍ୟ ବିଭାଗ ପକ୍ଷକୁ ସତର୍କତା  ଅବଲମ୍ବନ କରାଯାଉନି । ଠିକ୍‌ ସ୍ଥାନରେ  ସଫେଇ କରାଯାଉନି । ବିଏମ୍‌ସି ପକ୍ଷରୁ ସବୁ  କନଜରଭେନ୍ସି ଲେନ୍‌ ସଫା ହୋଇଥିଲା । ହେଲେ  ଏବେ ସେ ସବୁରେ ଅଳିଆ ଭର୍ତ୍ତି । ତେଣୁ ମଶା  ସଂଖ୍ୟା ବଢିଚାଲିଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.