ପ୍ରମୂଖ ଖବର
  • ନବରଙ୍ଗପୁର : ଗୁରୁସିଙ୍ଗା ଜଙ୍ଗଲରୁ ନିଖୋଜ ନାବାଳକର ଗଳିତ ମୃତଦେହ ଠାବ, କାରଣ ଅସ୍ପଷ୍ଟ
  • ||
  • ନୟାଗଡ : ବିପୁଳ ପରିମାଣର କଫ୍ ସିରଫ ଜବତ, ୩ ଅଟକ
  • ||
  • ବାତ୍ୟା ପାଇଁ ରାଜ୍ୟ ବିଜେପିର ସମସ୍ତ କାର୍ଯ୍ୟକ୍ରମ ବାତିଲ, ଜାରି ହେଲା ହେଲ୍ପ ଲାଇନ ନମ୍ୱର
  • ||
  • ବାତ୍ୟା ପାଇଁ ଟ୍ୱିଟ୍‌ କରି ଚିନ୍ତା ପ୍ରକାଶ କରିଲେ କେନ୍ଦ୍ରମନ୍ତ୍ରୀ, ବ୍ୟାପକ କ୍ଷୟକ୍ଷତି ନହେବାକୁ ମହାପ୍ରଭୁଙ୍କ ପାଖରେ କରିଲେ ପ୍ରାର୍ଥନା
  • ||
  • ମାଡ଼ି ଆସୁଛି ବାତ୍ୟା 'ଦାନା', ମୁକାବିଲା କରିବା ପାଇଁ ପ୍ରସ୍ତୁତ ରହିଛି କେନ୍ଦ୍ରାପଡା ଅଗ୍ନିଶମ ବିଭାଗ
  • ||
  • ବାସୁଦେବପୁର : ବାତ୍ୟା 'ଦାନା'କୁ ନେଇ ପ୍ରଶାସନର ପ୍ରସ୍ତୁତି, ବାସୁଦେବପୁରରେ ପହଞ୍ଚିଲା ୩ ଟି ଓଡ୍ରାଫ ଟିମ୍‌
  • ||
  • ଉମରକୋଟ : ବସ୍‌ ଚାଳକଙ୍କୁ ଛୁରାମାଡ଼, ପୂର୍ବ ଶତ୍ରୁତାକୁ ନେଇ ଆକ୍ରମଣ ହୋଇଥିବା ସନ୍ଦେହ
  • ||
  • ସୃଷ୍ଟି ହେଲା ବାତ୍ୟା 'ଦାନା', ଘଣ୍ଟାପ୍ରତି ୧୮ କିଲୋମିଟର ବେଗରେ କରୁଛି ଗତି
  • ||
  • ବାତ୍ୟା ପାଇଁ ୨ ଦିନ ବନ୍ଦ ରହିବ ସୂର୍ଯ୍ୟ ମନ୍ଦିର
  • ||
  • ଲମତାପୁଟ : ଆମ୍ବୁଲାନ୍ସରୁ ୧୭୦ କେଜି ଗଞ୍ଜେଇ ଜବତ, ଡ୍ରାଇଭର ଫେରାର
  • ||
  • ବଲାଙ୍ଗୀର : ବୁଲେଟ୍-ଅଟୋ ମୁହାଁମୁହିଁ ଧକ୍କା, ଦୁର୍ଘଟଣାରେ ଚାଲିଗଲା ଜଣେ ଡାକ୍ତରଙ୍କ ଜୀବନ
  • ||
  • ଭୋଗରାଇ : ବାତ୍ୟା 'ଦାନା' ପାଇଁ ଦୀଘା ଖାଲି କରିବାକୁ ପ୍ରଶାସନର ନିର୍ଦ୍ଦେଶ, ଆସନ୍ତା ୨୬ ତାରିଖ ପର୍ଯ୍ୟନ୍ତ ହୋଟେଲରେ ହେବନି କୌଣସି ବୁକିଂ
  • ||

ନୂଆଁଖାଇ ଭେଟ୍‌ ଓ ପ୍ରମେୟ ସେବା ସମ୍ମାନ ସମାରୋହରେ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଦୃଢ଼ୋକ୍ତି, ସ୍ୱାସ୍ଥ୍ୟସେବାରେ ଆସୁଛି ବୈପ୍ଳବିକ ପରିବର୍ତ୍ତନ

  • ରାଜ୍ୟରେ କୋଟିଏ ପରିବାରକୁ ମିଳିବ ସ୍ୱାସ୍ଥ୍ୟକାର୍ଡ: ମୁକେଶ ମହାଲିଙ୍ଗ
  • ମେଡିକାଲ ସାଇନ୍ସ କ୍ଷେତ୍ରରେ ସୋଆର ବଡ଼ ଭାଗିଦାରୀ ରହିଛି
  • ସୋଆ ସବୁବେଳେ ସେବାକୁ ପ୍ରାଧାନ୍ୟ ଦେଇଆସୁଛି: ଗୋପାଳକୃଷ୍ଣ ମହାପାତ୍ର
  • ନୂଆଁଖାଇ କେବଳ ପଶ୍ଚିମ ଓଡ଼ିଶାରେ ସୀମିତ ହୋଇ ରହିନି: ସୁନୀଲ ଦାସ
  • ପ୍ରମେୟ ସର୍ବଦା ଭାଷା, ସାହିତ୍ୟକୁ ଉଜାଗର କରୁଛି: ହିମାଂଶୁ ହୋତା
  • ପ୍ରମେୟ ସେବା ସମ୍ମାନ ପାଇଲେ ବଲାଙ୍ଗିରର ୬ ସାମାଜିକ ସଙ୍ଗଠନ

ବଲାଙ୍ଗିର,୦୭/୧୦: ମୋହନ  ସରକାର ସ୍ୱାସ୍ଥ୍ୟକ୍ଷେତ୍ରରେ ଏକ  ବୈପ୍ଳବିକ ପରିବର୍ତ୍ତନ ଆଣିବାକୁ  ଯାଉଛନ୍ତି । ଆଗାମୀ ଦିନରେ ୩ ହଜାର  ଡାକ୍ତର ଓ ପାରାମେଡ଼ିକାଲ ଷ୍ଟାଫ୍‌ ନିଯୁକ୍ତ  ହେବେ । ପ୍ରତି ଜିଲ୍ଲାରେ ଏମ୍‌ବିବିଏସ୍‌  କଲେଜ ଖୋଲିବାକୁ କାର୍ଯ୍ୟ ଚାଲିଛି ।  ରାଜ୍ୟର ୩ ହଜାର ପଞ୍ଚାୟତରେ  ଆରୋଗ୍ୟମ୍‌ ମନ୍ଦିର କରାଯିବ ।  ଯେଉଁଠି ଜଣେ ଯୋଗ ଶିକ୍ଷକ, ମଲ୍ଟି  ପରପସ୍‌ ହେଲ୍‌ଥ ୱାର୍କର, ସ୍ୱାସ୍ଥ୍ୟକର୍ମୀ  ରହିବେ । ରାଜ୍ୟରେ ସ୍ୱାସ୍ଥ୍ୟ ସେବାରେ  ବ୍ୟାପକ ପରିବର୍ତ୍ତନ ଆଣିବାକୁ ୫ ବର୍ଷର  କାର୍ଯ୍ୟଖସଡ଼ା ପ୍ରସ୍ତୁତ ହୋଇଛି ବୋଲି  କହିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ ।

‘ପ୍ରମେୟ କେବିକେ ସଂସ୍କରଣ’  ପକ୍ଷରୁ ଶନିବାର ଆୟୋଜିତ ‘ନୂଆଖାଇ  ଭେଟ ଓ ପ୍ରମେୟ ସେବା ସମ୍ମାନ  -୨୦୨୪’ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି  ଭାବେ ଯୋଗ ଦେଇ ଡ. ମହାଲିଙ୍ଗ  କହିଛନ୍ତି ରାଜ୍ୟରେ ଆୟୁଷ୍ମାନ ଭାରତ  ଯୋଜନା ଓ ଗୋପବନ୍ଧୁ ଜନଆରୋଗ୍ୟ  ଯୋଜନା ଲାଗୁ କରିବାକୁ ବଜେଟ୍‌ରେ  ବଡ଼ ପ୍ୟାକେଜ୍‌ ବ୍ୟବସ୍ଥା କରାଯାଇଛି  ା ଏଥର ୨୧ ହଜାର କୋଟିର ସ୍ୱାସ୍ଥ୍ୟ  ବଜେଟ କରାଯାଇଥିବା ବେଳେ ସେଥିରୁ ସାଢ଼େ ୩ ହଜାର କୋଟି  ଟଙ୍କା କେବଳ ଏହି ଦୁଇ ଯୋଜନା  ପାଇଁ ଖର୍ଚ୍ଚ କରାଯିବ । ଉକ୍ତ କାର୍ଯ୍ୟକ୍ରମ  ମାଧ୍ୟମରେ ଓଡ଼ିଶାର ୧ କୋଟି ପରିବାର  ଅର୍ଥାତ ସାଢ଼େ ୩ କୋଟି ଲୋକଙ୍କୁ  ଏକ ସ୍ୱାସ୍ଥ୍ୟକାର୍ଡ଼ ଦିଆଯିବ । ସେହି  କାର୍ଡ କାଶ୍ମୀରଠୁ କନ୍ୟାକୁମାରୀ ଯାଏଁ ଭାରତବର୍ଷର ସମୁଦାୟ ୨୭ହଜାର  ହସ୍ପିଟାଲରେ ଚାଲିବ । ଦେଶର  ଅନୁବନ୍ଧିତ ଯେକୌଣସି ହସ୍ପିଟାଲରେ  ସେହି କାର୍ଡ ଦେଖାଇଲେ ନିଃଶୁଳ୍କ  ସ୍ୱାସ୍ଥ୍ୟସେବା ମିଳିବ । 

ଡ. ମହାଲିଙ୍ଗ କହିଛନ୍ତି ଓଡ଼ିଶାରେ  ମୋହନ ସରକାର ଦାୟିତ୍ୱ ନେଲା  ପରେ ଯେତେ ଅବ୍ୟବସ୍ଥା ସବୁ ପୁରୁଣା  ସରକାରଠାରୁ ଉତ୍ତରାଧିକାରୀ ସୂତ୍ରରେ  ମିଳିଛି । ପୁରୁଣା ସରକାର କେବଳ  ୯୫୭ଟି ହସ୍ପିଟାଲ ସହିତ ଅନୁବନ୍ଧିତ  ହୋଇଥିଲା । ମାତ୍ର ଏବେ ରାଜ୍ୟ ସ୍ୱାସ୍ଥ୍ୟ  ବିଭାଗ ଓଡ଼ିଶା ଭିତରେ ଓ ବାହାରେ  ୨୭ ହଜାର ସ୍ୱାସ୍ଥ୍ୟ ପ୍ରତିଷ୍ଠାନ ସହ  ଅନୁବନ୍ଧିତ ରହିଛି । କେବିକେ, ଗଞ୍ଜାମ  ଜିଲ୍ଲାରୁ ଲୋକେ ବାହାରକୁ କାମଧନ୍ଦା  ପାଇଁ ଯାଉଛନ୍ତି । ତେଣୁ ସେମାନେ  ନିହାତି ଭାବରେ ଏଥିରୁ ସେବା  ପାଇପାରିବେ । 

ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି ରାଜ୍ୟର  ଘରୋଇ ମେଡ଼ିକାଲ କଲେଜ  ମଧ୍ୟରେ ସୋଆ ସବୁଠୁ ବଡ଼ ।  ସରକାରୀ କଲେଜଗୁଡିକରୁ ଦୁଇ  ଶହରୁ ଅଢ଼େଇ ଶହ ଏମବିଏସଏସ  ଛାତ୍ରଛାତ୍ରୀ ବାହାରୁଥିବା ବେଳେ ସେଠାରୁ  ୫ ଶହ ପିଲା ବାହାରୁଛନ୍ତି । ପିଜି  ସିଟ୍‌ରେ ରାଜ୍ୟରେ ମୋଟ ୧୧ ଶହ  ଡାକ୍ତର ବାହାରୁଥିବା ବେଳେ କେବଳ  ସୋଆରୁ ଦୁଇ ଶହ ରହୁଛନ୍ତି । ତେଣୁ  ମେଡ଼ିକାଲ ସାଇନ୍ସରେ ସୋଆର ମଧ୍ୟ  ବଡ଼ ଭାଗିଦାରୀ ରହିଛି ।

ନୂଆଁଖାଇ ଜୁହାର ସାଂସ୍କୃତିକ ଆନ୍ଦୋଳନରେ ପରିଣତ  ହୋଇସାରିଲାଣି । ନୂଆଁଖାଇ ଜୁହାର ବର୍ତ୍ତମାନ  କେବଳ ପରିବାରରେ ସୀମିତ ହୋଇ ରହିନାହିଁ ।  ଏହା କେବଳ ବଲାଙ୍ଗିର, ସମ୍ବଲପୁର, କଳାହାଣ୍ଡି ଭଳି  ପଶ୍ଚିମ ଓଡ଼ିଶାରେ ସୀମିତ ହୋଇନାହିଁ । ଏପରିକି  ଏହା ଓଡିଶା କି ଭାରତରେ ବି ନୁହେଁ, ବରଂ ସାରା  ବିଶ୍ୱକୁ ଯାଇସାରିଲାଣି । ନୂଆଖାଇ ଏବେ ଗ୍ଲୋବାଲ  ଫେଷ୍ଟିଭାଲ ହୋଇସାରିଲାଣି । ମଣିଷ ସମାଜ ଥିବା  ଯାଏ, ଏହି ପରମ୍ପରାକୁ ପଶ୍ଚିମ ଓଡ଼ିଶାରେ ସାଂସ୍କୃତିକ  ଆନ୍ଦୋଳନ ଭାବରେ ସମସ୍ତଙ୍କୁ ଧରି ରଖିବାକୁ ପଡ଼ିବ  ବୋଲି ଡ. ମହାଲିଙ୍ଗ କହିଛନ୍ତି ।  

ପ୍ରମେୟ ଓ ନ୍ୟୁଜ୍‌ ସେଭେନ ଗ୍ରୁପ୍‌ ଏଡିଟର  ଗୋପାଳକୃଷ୍ଣ ମହାପାତ୍ର କହିଥିଲେ, ସୁମା  ରିଅଲ୍‌ ମିଡିଆ ପ୍ରାଇଭେଟ୍‌ ଲିମିଟେଡ୍‌ ସୋଆ  ବିଶ୍ୱବିଦ୍ୟାଳୟର ଏକ ଅଂଶ ବିଶେଷ । ଲୋକଙ୍କୁ  କାମ ଓ ଶିକ୍ଷା ବାଣ୍ଟିବା ସହ ସମସ୍ତଙ୍କୁ ଭଲ  ମଣିଷ କରିବା, ସମସ୍ତଙ୍କ ମନ ଭିତରେ ସେବାର  ମନୋଭାବ ରଖିବା ହେଉଛି ସୋଆର ମୂଳ  ଆଦର୍ଶ । ସୋଆ ସର୍ବଦା ସେବାକୁ ପ୍ରଧାନ୍ୟ ଦେଇ  କାମ କରୁଛି । ୨୦୧୧ ମସିହାରୁ ପ୍ରମେୟ ଜନ୍ମ  ହୋଇ ନିରବଚ୍ଛିନ୍ନ ଭାବେ ଖବର ସେବା ସହ  ଏହି ଅଞ୍ଚଳର ଯେଉଁ ସମସ୍ୟା ଲୋକଙ୍କୁ ଅଧିକ  ପ୍ରଭାବିତ କରୁଛି, ତାକୁ ସାମ୍ନାକୁ ଆଣି ପ୍ରଶାସନ  ଜରିଆରେ ତାହାର ସମାଧାନ କରିଆସୁଛି । 

ପ୍ରମେୟ ଓ ନ୍ୟୁଜ୍‌ ସେଭେନର ଗ୍ରୁପ୍‌ ସିଇଓ  ସୁନୀଲ ଦାସ କହିଥିଲେ, ପଶ୍ଚିମ ଓଡ଼ିଶାର ଗଣପର୍ବ  ନୂଆଁଖାଇ ଆଉ କେବଳ ପଶ୍ଚିମ ଓଡ଼ିଶାରେ ସୀମିତ  ହୋଇ ରହିନାହିଁ । ଏହା ରାଜ୍ୟ, ଦେଶ ଓ ସାରା  ବିଶ୍ୱରେ ପ୍ରସିଦ୍ଧି ଲାଭ କରିସାରିଲାଣି । ସୋଆ  ସମ୍ପର୍କରେ ସୂଚନା ଦେଇ ସେ କହିଥିଲେ,ସମ୍‌  ହସପିଟାଲର ୪ଟି ଶାଖା କାର୍ଯ୍ୟ କରୁଛି । ରାଜ୍ୟର  ବିଭିନ୍ନ ଜିଲ୍ଲାରୁ ପ୍ରତ୍ୟେହ ୫ରୁ ୭ ହଜାର ଲୋକ  ସ୍ୱାସ୍ଥ୍ୟସେବା ପାଇ ଉପକୃତ ହୋଇପାରୁଛନ୍ତି ।  ସୋଆର ପ୍ରତିଷ୍ଠାତା ଡ. ମନୋଜ ରଞ୍ଜନ ନାୟକ  ‘ଗିଭିଂ ବେକ୍‌ ଟୁ ସୋସାଇଟି’ ଆଦର୍ଶରେ କାମ  କରିବାକୁ ଆହ୍ୱାନ ଦିଅନ୍ତି । ତାଙ୍କର ଏହି ଆଦର୍ଶ  ଏବେ ସୁମା ରିଅଲ ମିଡିଆର ପାଥେୟ ବୋଲି ଶ୍ରୀ  ଦାସ କହିଥିଲେ ।  

ପ୍ରମେୟ ଓ ନ୍ୟୁଜ୍‌ ସେଭେନ ଗ୍ରୁପ୍‌ ଡାଇରେକ୍ଟର  ହିମାଂଶୁ ହୋତା କହିଥିଲେ, ଖବରକାଗଜ ସହିତ  ଭାଷାର ସମ୍ପର୍କ ରହିଛି । ଗତ ନିର୍ବାଚନରେ ଓଡ଼ିଆ  ଅସ୍ମିତା ପ୍ରମୁଖ ପ୍ରସଙ୍ଗ ହୋଇ ରାଜ୍ୟକୁ ନୂଆ ରାହା  ଦେଖାଇଛି । ଭାଷା ଲେଖାଗଲେ, ଭାଷା ପଢ଼ାଗଲେ,  ଭାଷାର ବ୍ୟବହାର କରାଗଲେ ଭାଷା ସମୃଦ୍ଧ ହେବା  ସହ ଓଡ଼ିଆ ଅସ୍ମିତା ବଢ଼ିବ । ଭାଷା ସମୃଦ୍ଧ ହେଲେ  ଏ ଜାତି ଓ ସଂସ୍କୃତି ସମୃଦ୍ଧ ହେବ । ପ୍ରମେୟ ସର୍ବଦା  ଭାଷା, ସାହିତ୍ୟକୁ ନେଇ କାର୍ଯ୍ୟ କରୁଛି । ନିଜ ଅଞ୍ଚଳର  ସମସ୍ୟା ସହିତ ବିଭିନ୍ନ ବର୍ଗ ଓ ବିଭିନ୍ନ ପ୍ରତିଭାକୁ  ଲୋକଲୋଚନକୁ ଆଣିବାକୁ ଚେଷ୍ଟା କରୁଛୁ । ଆମେ  ଶିକ୍ଷା, ସ୍ୱାସ୍ଥ୍ୟ ଓ ଗଣମାଧ୍ୟମ ମାଧ୍ୟମରେ ଆମେ  ସେବା କରିଆସୁଛୁ ଓ ଆଗକୁ ମଧ୍ୟ କରିବୁ ବୋଲି  ଶ୍ରୀ ହୋତା କହିଥିଲେ । 

ପ୍ରମେୟ କେବିକେ ସଂସ୍କରଣ ମୁଖ୍ୟ ଅଖିଳ  ଚନ୍ଦ୍ର ହୋତାଙ୍କ ତତ୍ତ୍ୱାବଧାନରେ ଆୟୋଜିତ  ଏହି କାର୍ଯ୍ୟକ୍ରମରେ ସମାଜସେବା କ୍ଷେତ୍ରରେ କାର୍ଯ୍ୟକରୁଥିବା ନାରୀ ଶକ୍ତି ଫାଉଣ୍ଡେସନ, ସହଯୋଗ  ଫାଉଣ୍ଡେସନ, ମାହେଶ୍ୱରୀ ଫାଉଣ୍ଡେସନ, କର୍ତ୍ତବ୍ୟ  ଫାଉଣ୍ଡେସନ, ବିଙ୍ଗ ହ୍ୟୁମନ ଫାଉଣ୍ଡେସନ,  ବଲାଙ୍ଗିର ସ୍ୱେଚ୍ଛାସେବୀ ସଂଗଠନକୁ ପ୍ରମେୟ ସେବା  ସମ୍ମାନ-୨୦୨୪ରେ ସମ୍ମାନିତ କରାଯାଇଥିଲା ।  ପ୍ରସାର ବିଭାଗର ଡିଜିଏମ୍‌ ଗଜେନ୍ଦ୍ର ଦାସ, ୟୁନିଟ  ସେଲସ ହେଡ୍‌ ବିଶ୍ୱରୂପ ପରିଡା, ରିଜିଓନାଲ ସେଲ୍ସ  ମ୍ୟାନେଜର ଆଲୋକ ରଞ୍ଜନ ଗୁରୁଙ୍କ ସମେତ କେବିକେ ସଂସ୍କରଣର କର୍ମକର୍ତ୍ତା ଉପସ୍ଥିତ ଥିଲେ । 

ପ୍ରମେୟ ସେବା ସମ୍ମାନର ପୃଷ୍ଠପୋଷକତା କରିଥିବା  ନାଇସେଟ କମ୍ପ୍ୟୁଟର ନିର୍ଦ୍ଦେଶକ ମସକୁର ରସୁଲ  ଖାନ୍‌, ବଂଶୀତା ଜ୍ୱେଲର୍ସର ସ୍ୱତ୍ତ୍ୱାଧିକାରୀ ପ୍ରଦୀପ  ସାହୁ, ବେକେରୀ ଜୋନର ସ୍ୱତ୍ତ୍ୱାଧିକାରୀ ମିଥୁନ  ପଟ୍ଟନାୟକଙ୍କ ସମେତ ଅନ୍ୟ ପୃଷ୍ଠପୋଷକମାନଙ୍କୁ  ଉପଢ଼ୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା ।  ନ୍ୟୁଜ୍‌ ସେଭେନ ପ୍ରତିନିଧି ନୂତନ କୁମାର ମିଶ୍ର  କାର୍ଯ୍ୟକ୍ରମ ସଂଯୋଜନା କରିଥିବା ବେଳେ ପ୍ରମେୟ ବଲାଙ୍ଗିର ଜିଲ୍ଲା ପ୍ରତିନିଧି ମୁକେଶ ବହିଦାର ସ୍ୱାଗତ  ଭାଷଣ ଦେଇଥିଲେ । ଶେଷରେ ପ୍ରସାର ଅଧିକାରୀ  ବିଷ୍ଣୁ ଚରଣ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।  କେବିକେ ସଂସ୍କରଣର ଡେସ୍କ ହେଡ୍‌ ଅଜୟ ସିଂ  ଠାକୁର, ସହସମ୍ପାଦକ ମନୋରଞ୍ଜନ ପାଣିଗ୍ରାହୀ,  ସଂଗ୍ରାମ ମିଶ୍ର, ଲେଆଉଟ ଡିଜାଇନର ମାନସ  ରଞ୍ଜନ ଦାସ, ମାର୍କେଟିଂ ଏକ୍‌ଜିକ୍ୟୁଟିଭ ଅମରଜିତ  ବେହେରା, ନିର୍ମାଲ୍ୟ ଦେହୁରୀ, ପ୍ରସାର ସହଯୋଗୀ ଶିବାଶ୍ରୀ ଗଡ଼ତିଆ, ସହର ପ୍ରତିନିଧି କୃଷ୍ଣ କୁମାର  ପରିଡ଼ା, ଅଫିସ ସହଯୋଗୀ ନୀଲେଶ ପାଣ୍ଡେ ପ୍ରମୁଖ  କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.