ପ୍ରମୂଖ ଖବର
  • ଜାନୁଆରୀରେ ଆସିବ ସୁଭଦ୍ରା ଟଙ୍କା, ବଣ୍ଡା ଘାଟିରେ ସମସ୍ତ ମହିଳାଙ୍କ ଆକାଉଣ୍ଟକୁ ଯିବ କିସ୍ତି
  • ||
  • ସୁବର୍ଣ୍ଣପୁର : ଶିବ ମନ୍ଦିରରୁ ଚୋରି, ତାଲା କାଟି ଏକାଧିକ ମୂର୍ତ୍ତି ଲୁଟି ନେଲେ ଦୁର୍ବୃତ୍ତ
  • ||
  • ସୁବର୍ଣ୍ଣପୁର : ଟ୍ରେନ୍‌ ଧକ୍କାରେ ଚାଲିଗଲା ମହିଳାଙ୍କ ଜୀବନ
  • ||
  • ପଦ୍ମପୁର : ସ୍ତ୍ରୀର ତଣ୍ଟି କାଟିଦେଲା ନୃସଂଶ ସ୍ୱାମୀ, ଅଭିଯୁକ୍ତ ଫେରାର
  • ||
  • ପଟ୍ଟାମୁଣ୍ଡାଇ : ରାଜନଗରରୁ ପ୍ରାୟ ୧୮ ଫୁଟ ଲମ୍ୱର ଅଜଗର ଉଦ୍ଧାର, ଚିକିତ୍ସା ପରେ ଯିବ ଭିତରକନିକା
  • ||
  • ଭୁବନେଶ୍ୱର : ସୁନା ଦୋକାନରୁ ଲୁଟ୍‌, ଲକ୍ଷାଧିକ ଟଙ୍କାର ଅଳଙ୍କାର ଚୋରି କଲେ ଦୁର୍ବୃତ୍ତ
  • ||
  • ଚାନ୍ଦବାଲି : ନବ ବିବାହିତା ମହିଳାଙ୍କ ମୃତ୍ୟୁ, ହତ୍ୟା ଅଭିଯୋଗ କଲେ ବାପଘର ଲୋକେ
  • ||
  • ଖଲ୍ଲିକୋଟ : ଚାଷୀଙ୍କ ଚିନ୍ତା ବଢାଇଲା ଅଦିନିଆ ବର୍ଷା, ନଷ୍ଟ ହୋଇଗଲା ଫସଲ
  • ||
  • ଶନିବାର ଜିଏସ୍‌ଟି ପରିଷଦ ବୈଠକ: ଶସ୍ତା ହୋଇପାରେ ଅନ୍‌ଲାଇନ୍‌ ଖାଦ୍ୟ ଅର୍ଡର, କମିପାରେ ସ୍ୱାସ୍ଥ୍ୟ ବୀମା ପ୍ରିମିୟମ୍‌
  • ||
  • ଭୂକମ୍ପ ଝଟ୍‌କାରେ ଥରିଲା ନେପାଳ, ରିକ୍ଟର ସ୍କେଲରେ ତୀବ୍ରତା ୪.୮ ରେକର୍ଡ,କ୍ଷୟକ୍ଷତି ନେଇ ନାହିଁ ସୂଚନା
  • ||
  • ଜର୍ମାନୀରେ ଖ୍ରୀଷ୍ଟମାସ ମାର୍କେଟରେ ଲୋକଙ୍କ ଉପରେ ମାଡ଼ିଗଲା କାର୍‌, ୨ ମୃତ, ୬୫ ଆହତ,ଚାଳକ ଅଟକ
  • ||
  • ଆସିକା : ଲଗାଣ ବର୍ଷାରେ ନଷ୍ଟ ହୋଇଗଲା ଅମଳ ଧାନ, ଚିନ୍ତାରେ ପଡିଛନ୍ତି ଚାଷୀ
  • ||
  • ଜଗତସିଂହପୁର : ଅଦିନିଆ ବର୍ଷା ପାଇଁ ଚିନ୍ତାରେ ଚାଷୀ, ନଷ୍ଟ ୫୦ ହଜାର ହେକ୍ଟର ଜମିର ଫସଲ
  • ||
  • ଶୀତରେ ବର୍ଷା ଦାଉ: ଆଜି ୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି, ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ଯିବା ମନା
  • ||

ଆସୁଛି ମାଟ୍ରିକ୍ ପରୀକ୍ଷା, ନୂଆ ପ୍ରମେୟ ‘ମାଟ୍ରିକ୍‌ ଗାଇଡ୍‌’ ପଢ଼ି ସଫଳତାର ବାଟ ପରିଷ୍କାର କରିବେ ପରୀକ୍ଷାର୍ଥୀ

Published By : Prameya | December 19, 2024 11:24 AM

ଭୁବନେଶ୍ୱର ୧୯/୧୨ (ଗୋପାଳକୃଷ୍ଣ ମହାପାତ୍ର,ସମ୍ପାଦକ): ପ୍ରିୟ ପରୀକ୍ଷାର୍ଥୀ ! ମାଟ୍ରିକ୍‌ ପରୀକ୍ଷା ସମୟ ଆସିଗଲା ।  ତାରିଖ ସ୍ଥିର ହୋଇଛି ଫେବ୍ରୁଆରୀ ୨୧ । 

ମାଟ୍ରିକ୍‌ ପରୀକ୍ଷା ଆସୁଛି ମାନେ ‘ପ୍ରମେୟ’  ବି ତା’ର ନୂଆ ‘ମାଟ୍ରିକ୍‌ ଗାଇଡ୍‌’ ସାଥିରେ ନେଇ ଆସିବା ସ୍ୱାଭାବିକ ନା ? ଠିକ୍‌ ସେଇୟା । ପୂରା ୮ ସପ୍ତାହର ‘କ୍ରାସ୍‌କୋର୍ସ’ । ତୁମ ବାପା-ମା', ଅଭିଭାବକଙ୍କ ସମେତ ଯେଉଁ ବଡ଼ ଭାଇଭଉଣୀମାନେ ଗତ ୮ ବର୍ଷ ଭିତରେ  ମାଟ୍ରିକ୍‌ ପରୀକ୍ଷା ଦେଇଛନ୍ତି ଏବଂ ସର୍ବୋପରି  ହାଇସ୍କୁଲ ଶିକ୍ଷକ ଶିକ୍ଷୟିତ୍ରୀମାନେ ସମସ୍ତେ  ଏକଥା ଜାଣନ୍ତି । ସବା ଆଗେ ‘ପ୍ରମେୟ’  ଖବରକାଗଜ ହିଁ ୨୦୧୬-୧୭ ଶିକ୍ଷାବର୍ଷରୁ  ମାଟ୍ରିକ୍‌ ଗାଇଡ୍‌ ନିୟମିତ ପୃଷ୍ଠାଏ ଲେଖାଏଁ ପ୍ରକାଶ  କରିବା ଆରମ୍ଭ କରିଥିଲା । ପରୀକ୍ଷାର୍ଥୀମାନେ ଏହି  ଗାଇଡ୍‌ରୁ ସେ ବର୍ଷର ସମ୍ଭାବ୍ୟ ପ୍ରଶ୍ନ ଓ ତା’ର  ଉତ୍ତର ପଢ଼ି ପରୀକ୍ଷାରେ ଖୁବ୍‌ ଭଲ କରିଥିଲେ । 

ସପ୍ତାହର ସାତ ଦିନରୁ ୬ ଦିନରେ ୬ଟି ବିଷୟ  (୬୦୦ ମାର୍କ)ର ପୃଷ୍ଠାଏ ଲେଖାଏଁ ପ୍ରଶ୍ନ ଓ ତା’ର  ସମାଧାନ । ପ୍ରଶ୍ନ ଓ ଉତ୍ତରଗୁଡ଼ିକ ପ୍ରସ୍ତୁତ କରୁଥିଲେ  ବିଭିନ୍ନ ବିଷୟର ସବୁଠୁ ଦକ୍ଷ ଓ ପରୀକ୍ଷା ପ୍ରଶ୍ନପତ୍ର  ପ୍ରସ୍ତୁତି ତଥା ପରୀକ୍ଷା ଖାତା ମୂଲ୍ୟାୟନରେ ଅଭିଜ୍ଞ  ଥିବା ଶିକ୍ଷକମାନଙ୍କର ଏକ ଟିମ୍‌ । ଏଥର ତାହା ହିଁ  ହେଉଛି- ମାଟ୍ରିକ୍‌ ଗାଇଡ୍‌ର ନବମ ସଂସ୍କରଣ ।  

ମାଟ୍ରିକ୍‌ ପରୀକ୍ଷା ହେଉଛି ତୁମମାନଙ୍କ  କ୍ୟାରିଅର ଅଭିଯାନର ପ୍ରବେଶ ପଥ । ତେଣୁ  ସଫଳତାର ସହିତ ଏହି ପରୀକ୍ଷା ଅତିକ୍ରମ  କରିବା ନିହାତି ଜରୁରି । ତୁମେମାନେ ପ୍ରସ୍ତୁତ । 

‘ପ୍ରମେୟ’ ବି ମାଟ୍ରିକ୍‌-ଗାଇଡ୍‌ ସହିତ  ପ୍ରସ୍ତୁତ । ଶୁଭେଚ୍ଛା ସମସ୍ତଙ୍କୁ।

  • PrameyaOdia
  • prameya
  • Prameya Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.