ପ୍ରମୂଖ ଖବର
  • କଟକ : ଗୁଡ଼ି ଦୋକାନରେ ପୋଲିସର ରେଡ୍‌, ଜବତ ହେଲା ଚାଇନିଜ୍‌ ମାଞ୍ଜା ସୂତା
  • ||
  • ହିନ୍ଦୋଳ : ଘରୁ ମହିଳାଙ୍କ ମୃତ ଦେହ ଉଦ୍ଧାର, ସ୍ୱାମୀ ଅଟକ
  • ||
  • ହିନ୍ଦୋଳ : କ୍ରିକେଟ୍‌ ଖେଳକୁ ନେଇ ବେଡ଼ାପଡ଼ା ଗାଁରେ ଗୋଷ୍ଠୀ ସଂଘର୍ଷ, ଜଣେ ଗୁରୁତର
  • ||
  • ଡମଣା ଛକ ନିକଟରେ ସିରିଜ ଦୁର୍ଘଟଣା, ଅଳ୍ପକେ ବର୍ତ୍ତିଲେ ସ୍କୁଟି ଚାଳକ
  • ||
  • ସୋମବାର ଆୟୁଷ୍ମାନ୍‌ ଭାରତ ପାଇଁ ହେବ ବୁଝାମଣା ପତ୍ର ସ୍ୱାକ୍ଷର, ଦିଲ୍ଲୀରେ ଉପସ୍ଥିତ ରହିବେ ମୁଖ୍ୟମନ୍ତ୍ରୀ, ସ୍ୱାସ୍ଥ୍ୟମନ୍ତ୍ରୀ
  • ||
  • ଶ୍ରୀଲିଙ୍ଗରାଜଙ୍କ ପୁଷ୍ୟାଭିଷେକ ନୀତି: ୧୦୮ ଗରା ତୀର୍ଥ ଜଳରେ ସ୍ନାନ କରିବେ ମହାପ୍ରଭୁ
  • ||
  • ଘନ କୁହୁଡିରେ ଲୁଚିଗଲା ସୂର୍ଯ୍ୟମନ୍ଦିର, ସୂକ୍ଷ୍ମ କାରୁକାର୍ଯ୍ୟ ଦେଖି ପାରିଲେନି ପର୍ଯ୍ୟଟକ
  • ||
  • କରଞ୍ଜିଆ : ଚିକିତ୍ସାଧିନ ଅବସ୍ଥାରେ ପ୍ରାଣ ହରାଇଲା ‘ମହେନ୍ଦ୍ର’ ହାତୀ, ବ୍ୟବଚ୍ଛେଦ ପରେ ହେବ ଶବ ସଂସ୍କାର
  • ||
  • ଶ୍ରୀମନ୍ଦିରରେ ଦେବାଭିଷେକ ନୀତି: ଆଜି ମହାପ୍ରଭୁଙ୍କ ରାଜାଧିରାଜ ଓ ନବାଙ୍କ ବେଶ
  • ||
  • ସୁବର୍ଣ୍ଣପୁର : ଇଥାନଲ ପ୍ଲାଣ୍ଟ ମେସିନରେ ଚାପି ହୋଇ ଶ୍ରମିକଙ୍କ ମୃତ୍ୟୁ
  • ||

ଷଷ୍ଠ ଓଡ଼ିଶା ରାଜ୍ୟ ପୁସ୍ତକ ମହୋତ୍ସବ: ‘ପ୍ରମେୟ' ଓ ‘ନ୍ୟୁଜ୍‌ ୭’ ଷ୍ଟଲ୍‌ ଉଦ୍‌ଘାଟିତ୍, ବୁଧବାରରୁ ଆରମ୍ଭ ହେବ କୁଇଜ୍‌ ପ୍ରତିଯୋଗିତା

Published By : Prameya | December 8, 2024 11:31 AM

ଭୁବନେଶ୍ୱର,୦୮/୧୨: ଷଷ୍ଠ ଓଡ଼ିଶା ରାଜ୍ୟ ପୁସ୍ତକ ମହୋତ୍ସବରେ ଦୈନିକ ଖବର କାଗଜ ‘ପ୍ରମେୟ'  ଓ ‘ନ୍ୟୁଜ୍‌ ୭’ ଷ୍ଟଲ୍‌ ଶନିବାର ସନ୍ଧ୍ୟାରେ ଉଦ୍‌ଘାଟିତ  ହୋଇଯାଇଛି । ଗ୍ରୁପ୍‌ ଏଡିଟର ଗୋପାଳକୃଷ୍ଣ ମହାପାତ୍ର  ଯୋଗଦେଇ ଏହାକୁ ଉଦ୍‌ଘାଟନ କରିଥିଲେ । ଏହି  ଷ୍ଟଲରେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପକ୍ଷରୁ  ପ୍ରକାଶିତ ‘ପ୍ରାଚୀନ’ ପୁସ୍ତକ ରଖାଯାଇଥିଲା । ‘ପ୍ରମେୟ’  ଖବର କାଗଜ, ସୋଆ ‘ପ୍ରାଚୀନ’ର ‘ସାରୋଳଦାସ  ମହାଭାରଥ’, ସୋଆ ପ୍ରକାଶିତ ଅନୁବାଦ ଗ୍ରନ୍ଥ ଓ  ସୋଫଲ ବକ୍ତୁତାମାଳାର କିଛି ପୁସ୍ତକ ବିକ୍ରୟ ହେବା  ସହିତ ଲୋକମାନଙ୍କୁ ବେଶ୍‌ ପସନ୍ଦ ଆସିଥିଲା ।  

ଗଣମାଧ୍ୟମ ସହିତ ସମ୍ପୃକ୍ତ ଅନେକ ବ୍ୟକ୍ତିବିଶେଷ  ଏଥିରେ ଯୋଗଦେଇ ଷ୍ଟଲ ବୁଲିଥିଲେ । ଷ୍ଟଲ  ଉଦ୍‌ଘାଟନର ପ୍ରଥମ ଦିନରେ ସମସ୍ତେ ଆସି ଅଭିନନ୍ଦନ  ଜଣାଇଥିଲେ । ଏହି କାର୍ଯ୍ୟକ୍ରମରେ ଭୁବନେଶ୍ୱର ବ୍ୟୁରୋ  ମୁଖ୍ୟ ଦେବେନ୍ଦ୍ର ସୁଆର, ପ୍ରସାର ବିଭାଗ ଡିଜିଏମ  ଗଜେନ୍ଦ୍ର ଦାସ, ଏଜିଏମ୍‌ ରମାକାନ୍ତ ମଲ୍ଲିକ, ଆସିଷ୍ଟାଣ୍ଟ  ମ୍ୟାନେଜର ଚନ୍ଦ୍ରକାନ୍ତ ନନ୍ଦ, ପ୍ରସାର ବିଭାଗର ଅଧିକାରୀ,  ପ୍ରମେୟ ପରିବାର ଏବଂ ଶିକ୍ଷା ଓ ଅନୁସନ୍ଧାନର  କାର୍ଯ୍ୟକର୍ତ୍ତାଙ୍କ ସହିତ ବରିଷ୍ଠ ସାମ୍ବାଦିକ ଓ ମାନ୍ୟଗଣ୍ୟ  ବ୍ୟକ୍ତିମାନେ ଉପସ୍ଥିତ ରହି ଉଦ୍‌ଘାଟନୀ ଉତ୍ସବକୁ ସଫଳ  କରିଥିଲେ । ପୁସ୍ତକ ମହୋତ୍ସବରେ ଷ୍ଟଲ ପକାଇଥିବା  ଦୈନିକ ଖବରକାଗଜ ‘ପ୍ରଗତିବାଦୀ’ର କାର୍ଯ୍ୟନିର୍ବାହୀ  ସମ୍ପାଦକ ବିରୁପାକ୍ଷ ତ୍ରିପାଠୀ ଓ ଆଇଏମ୍‌ଏସ୍‌ର ନିର୍ଦ୍ଦେଶକ  ପ୍ରଫେସର ଉପେନ୍ଦ୍ର ପାଢ଼ୀ ଷ୍ଟଲରେ ଯୋଗଦେଇ  ଶୁଭେଚ୍ଛା ଜଣାଇଥିଲେ । ବୁଧବାରଠୁ ‘ପ୍ରମେୟ’  ଷ୍ଟଲରେ ପ୍ରତିବର୍ଷ ଭଳି ପ୍ରତିଯୋଗିତା ଆୟୋଜିତ  ହେବା ସହିତ ପୁରସ୍କାର ବିତରଣ କରାଯିବ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.