ପ୍ରମୂଖ ଖବର
  • ମୟୂରଭଞ୍ଜ : କପ୍ତିପଦା ବଜାରରୁ ଯୁବତୀ ଅପହରଣ ଘଟଣା; ଅପରାଧୀଙ୍କ ଟେର୍ ପାଉନି ପୁଲିସ
  • ||
  • କେନ୍ଦୁଝର : ବଜ୍ରପାତରେ ଜଣେ ମୃତ, ୨ ସାଙ୍ଗ ଗୁରୁତର
  • ||
  • ରାଜଧାନୀ ହିଟ୍ ଆଣ୍ଡ ରନ୍‌ କେସ; କିଲର ଥର୍ ଜବତ, ମାଲିକ ଫେରାର, ମିଳୁନି ସ୍କର୍ପିଓ
  • ||
  • ବଲାଙ୍ଗୀର : କୁକୁର କାମୁଡ଼ାରେ ୨ ଜଣଙ୍କ ମୃତ୍ୟୁ, ଚିକିତ୍ସାଧୀନ ଅବସ୍ଥାରେ ଚାଲିଗଲା ଜୀବନ
  • ||
  • ଛତ୍ରପୁର : ଲୁଣି ପାଣି ହେବ ପାନୀୟ ଯୋଗ୍ୟ, ପ୍ରକଳ୍ପର ଶୁଭାରମ୍ଭ କଲେ କେନ୍ଦ୍ର ମନ୍ତ୍ରୀ
  • ||
  • ଏମ୍ସରେ ଆଖି ବୁଜିଲେ ନର୍ସିଂ ଛାତ୍ରୀ, ଆଜି ମୃତଦେହ ବ୍ୟବଚ୍ଛେଦ ପରେ ପରିବାରକୁ କରାଯିବ ହସ୍ତାନ୍ତର
  • ||
  • କଟକ ବିଡ଼ାନାସୀରେ ଅଘଟଣ, ପୂର୍ବ ଶତ୍ରୁତାରୁ ଦମ୍ପତିଙ୍କୁ ଛୁରାମାଡ଼
  • ||
  • କୋରାପୁଟରେ ନୂତନ ମେଡିକାଲ କଲେଜ କୋଠାର ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ, ବାଣ୍ଟିବେ ଆୟୁଷ୍ମାନ କାର୍ଡ
  • ||
  • ଆସନ୍ତା ୧୩ରେ ରାଜ୍ୟ କ୍ୟାବିନେଟର ଗୁରୁତ୍ବପୂର୍ଣ୍ଣ ବୈଠକ, ମୁଖ୍ୟମନ୍ତ୍ରୀ ଅଧ୍ୟକ୍ଷତାରେ ଲୋକସେବା ଭବନରେ ବସିବ
  • ||
  • ଆଜିଠୁ ଆରମ୍ଭ ହେବାକୁ ଯାଉଛି ବିଶ୍ୱସ୍ତରୀୟ କ୍ରୀଡ଼ା ମହାକୁମ୍ଭ, ୧୯ଟି ଇଭେଣ୍ଟରେ ୧୭ ଦେଶର ୨୨୫ ପ୍ରତିଯୋଗୀ କରିବେ ଅଂଶଗ୍ରହଣ
  • ||
  • ଆସୁଛି ଆଉ ଏକ ଲଘୁଚାପ: ୧୨ରୁ ବଢ଼ିପlରେ ବର୍ଷା ,୯ ଜିଲ୍ଲାରେ ନିିଅଣ୍ଟିଆ ବର୍ଷା ଭରଣା ଆଶା
  • ||

ଅବ୍ୟବସ୍ଥାରେ ଗୋଚ୍ଛାପଡ଼ା ସରକାରୀ ଆୟୁର୍ବେଦିକ ଚିକିତ୍ସାଳୟ, ଛାତରୁ ଖସୁଛି ସିମେଣ୍ଟ କଂକ୍ରିଟ, କାନ୍ଥ ସାରା ଓଦାରେ ବିଦ୍ୟୁତ ଚାର୍ଜ…

Published By : Ladu Kishor | August 8, 2025 9:53 PM

ଫିରିଙ୍ଗିଆ ୦୮/୦୮ ସରକାରଙ୍କ ତରଫରୁ ବର୍ତମାନ ଆୟୁର୍ବେଦିକ ଚିକିତ୍ସାକୁ ଗୁରୁତ୍ୱ ଦିଆଯାଉଥିବା ବେଳେ ବିଭାଗୀୟ ପ୍ରଶାସନିକ ଅଧିକାରୀଙ୍କ ଉଦାସୀନତା ଯୋଗୁଁ ତାହା ବର୍ତମାନ କୋମାରେ ଥିବା ଭଳି ଦେଖିବାକୁ ମିଳିଛି । କେଉଁଠି ଭଙ୍ଗା ଘରେ ଆୟୁର୍ବେଦିକ ଚିକିତ୍ସା ଚାଲିଛି ତ, କେଉଁଠି ଡାକ୍ତର ଥିଲେ ମଧ୍ୟ ଠିକ ଭାବରେ ଚିକିତ୍ସାଳୟ ଖୋଲୁ ନଥିବାରୁ ଆୟୁର୍ବେଦିକ ଚିକିତ୍ସା ବର୍ତମାନ ଅବ୍ୟବସ୍ଥା ଦେଇ ଗତି କରୁଛି l କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଗୋଚ୍ଛାପଡ଼ା ଠାରେ ଥିବା ସରକାରୀ ଆୟୁର୍ବେଦିକ ଚିକିତ୍ସାଳୟ, ଆୟୁଷ୍ମାନ ଆରୋଗ୍ୟ ମନ୍ଦିର, (ଆୟୁଷ )ରେ ବର୍ତମାନ ଜଣେ ଡାକ୍ତରଙ୍କ ସହ ୩ ଜଣ କର୍ମଚାରୀ ଅଛନ୍ତି। ପ୍ରତିଦିନ ଚିକିତ୍ସା ଯୋଗାଇବା ସହ ଲୋକଙ୍କୁ ଉପଯୁକ୍ତ ଚିକିତ୍ସା ମଧ୍ୟ ଦେଉଛନ୍ତି କିନ୍ତୁ ଦୀର୍ଘ ବର୍ଷର ବିପଦ ସଂକୂଳ କୋଠା ବର୍ତମାନ ଜରାଜୀର୍ଣ୍ଣ ଅବସ୍ଥାରେ ଥିବାବେଳେ ବର୍ଷାରେ ଛାତରୁ ପାଣି ଗଳୁଛି l ଛାତ ମଧ୍ୟ ଦବି ଯାଇଥିବା ବେଳେ ଛାତ ସିଲିଂରୁ ଖଣ୍ଡ ଖଣ୍ଡ ହୋଇ କଂକ୍ରିଟ ଖଣ୍ଡ ପଡୁଥିବା ବେଳେ ଭିତରେ ଥିବା ବିଭିନ୍ନ କାଗଜ ପତ୍ର ସହ ବହୁ ଜିନିଷ ନଷ୍ଟ ହେଉଛି । ଏମିତି କି କଂକ୍ରିଟ ଖଣ୍ଡ ପଡ଼ି କାହାର ଜୀବନ ଚାଲିଯିବ ତାହା ମଧ୍ୟ କହିହେବ ନାହିଁ l ଛାତର ପୁରୁଣା ରଡ଼ ମଧ୍ୟ ତଳକୁ ଝୁଲି ରହିଛି l ଏହି ଆୟୁଷ୍ମାନ ଆରୋଗ୍ୟ ମନ୍ଦିରରେ ସଂଯୋଗ ହୋଇଥିବା ବିଦ୍ୟୁତ ଅଧିକାଂଶ ସମୟ କାନ୍ଥ ସାରା ଚାର୍ଜ ହୋଇ ରହୁଥିବା ବେଳେ  କର୍ମଚାରୀଙ୍କ ସହ ରୋଗୀ ମାନଙ୍କ ଜୀବନ କେତେବେଳେ ହାନି ଘଟିବ ତାହା ମଧ୍ୟ କହିହେବ ନାହିଁ ବୋଲି କହିଛନ୍ତି ଚିକିତ୍ସା ପାଇଁ ଆସିଥିବା କିଛି ରୋଗୀଙ୍କ ସମ୍ପର୍କୀୟ l ତୁରନ୍ତ ଏହି ଆୟୁଷ୍ମାନ ଆରୋଗ୍ୟ ମନ୍ଦିର, ସରକାରୀ ଆୟୁର୍ବେଦିକ ଚିକିତ୍ସଳୟରେ ନୂତନ କୋଠା ନିର୍ମାଣ କରାନଗଲେ ଆଗାମୀ ଦିନରେ ଆୟୁର୍ବେଦିକ ଚିକିତ୍ସା ଉପରେ ରୋଗୀ ଏବଂ ଜନସାଧାରଣଙ୍କ ଆସ୍ଥା ଓ ବିଶ୍ବାସ ତୁଟି ଯିବା ସହ ଲୋକଙ୍କ ଆୟୁର୍ବେଦିକ ଚିକିତ୍ସା ସ୍ବପ୍ନ ହୋଇ ରହିବ ବୋଲି କହିଛନ୍ତି ଅଞ୍ଚଳର ବରିଷ୍ଠ ଓ ବୁଦ୍ଧିଜୀବୀ l ଅନ୍ୟପଟେ ତୁରନ୍ତ ଏହି ଆୟୁର୍ବେଦିକ ଚିକିତ୍ସା କେନ୍ଦ୍ର ଆୟୁଷ୍ମାନ ଆରୋଗ୍ୟ ମନ୍ଦିରର ନୂତନ କୋଠା ନିର୍ମାଣ ପାଇଁ ଅଞ୍ଚଳ ବାସୀଙ୍କ ତରଫରୁ ଦାବି ହେଉଛି l

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.