ପ୍ରମୂଖ ଖବର
  • କଟକ : କାଠଯୋଡ଼ିରେ ବୁଡ଼ି ଯାଇଥିବା ୨ ନାବାଳକ ଉଦ୍ଧାର,ଉଭୟଙ୍କୁ ମୃତ ଘୋଷଣା କଲେ ଡାକ୍ତର
  • ||
  • ବୁଧବାର ମହାପ୍ରଭୁଙ୍କ ରାହୁରେଖା ଲାଗି ନୀତି, ଅପରାହ୍ଣ ସାଢ଼େ ୨ଟାରୁ ସର୍ବସାଧାରଣ ଦର୍ଶନ ମନା
  • ||
  • ବ୍ରାହ୍ମଣୀ ନଦୀରେ ଭାସିଗଲେ ଗାଈ ଚରାଳି, ଅଗ୍ନିଶମ ବାହିନୀର ଖୋଜାଖୋଜି ଜାରି
  • ||
  • ରାକ୍ଷୀରେ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ, ୫ ଜଣଙ୍କୁ ଉଠାଇଆଣିଲା ରାଜନଗର ପୁଲିସ
  • ||
  • ଆଜି ହୋଇପାରେ NDAର ଉପରାଷ୍ଟ୍ରପତି ପ୍ରାର୍ଥୀ ଘୋଷଣା -ପ୍ରଧାନମନ୍ତ୍ରୀ ଏବଂ ଜେପି ନଡ୍ଡା ନେଇପାରନ୍ତି ଚୂଡ଼ାନ୍ତ ନିଷ୍ପତ୍ତି
  • ||
  • ରାଜ୍ୟରେ ବଢ଼ୁଛି ଜନବସତି, ଥମୁନି ହାତୀ-ମଣିଷ ଲଢ଼େଇ;୧୫ ବର୍ଷ ଧରି କାର୍ଯ୍ୟକ୍ଷମ ହେଉନି ୧୪ ହାତୀ କରିଡର
  • ||
  • କଟକ: ଜଗନ୍ନାଥ ଦର୍ଶନ ପାଇଁ ଯାଉଥିବା ବେଳେ ଅଘଟଣ, ମଝି ରାସ୍ତାରେ ହୁତୁହୁତୁ ହୋଇ ଜଳିଗଲା କାର୍
  • ||
  • ପାକିସ୍ତାନର ବଲୁଚ ଲିବରେସନ୍ ଆର୍ମି ଆତଙ୍କୀ ସଂଗଠନ ଘୋଷିତ, ବିଦେଶୀ ଆତଙ୍କବାଦୀ ସଂଗଠନ ଭାବେ ଘୋଷଣା କଲା ଆମେରିକା
  • ||
  • ମଙ୍ଗଳବାର ସଚିବସ୍ତରୀୟ ବୈଠକ; ବୁଧବାର ବସିବ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ, ଅଧ୍ୟକ୍ଷତା କରିବେ ମୁଖ୍ୟମନ୍ତ୍ରୀ
  • ||
  • ବୁଧବାର ଲଘୁଚାପ, ଆଜିଠୁ ପ୍ରବଳ ବର୍ଷା ସମ୍ଭାବନା; କୋରାପୁଟ ଓ ମାଲକାନଗିରିକୁ ଅରେଞ୍ଜ, ୨୮ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି
  • ||

'ଅପରେସନ୍ ଅଖଲ'; କୁଲଗାମରେ ଏନକାଉଣ୍ଟର, ଆତଙ୍କୀଙ୍କ ସହ ଗୁଳିବିନିମୟରେ ୨ ଯବାନ ଶହୀଦ

Published By : Ankita S | August 9, 2025 9:16 AM

ଶ୍ରୀନଗର,୦୯/୦୮: ଜମ୍ମୁ-କାଶ୍ମୀର କୁଲଗାମରେ ଏନକାଉଣ୍ଟର ହୋଇଛି । 'ଅପରେସନ୍ ଅଖଲ'ର ନବମ ଦିନରେ ଆତଙ୍କବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଛି । ଏଥିରେ ଦୁଇ ବୀର ଯବାନ ଶହୀଦ ହୋଇଛନ୍ତି । ଆତଙ୍କୀ ସହ ଲଢି ବୀରଗତି ପ୍ରାପ୍ତ କରିଛନ୍ତି ଦୁଇ ବୀର ସନ୍ତାନ । ୧୦ ଜଣ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି । ଜଣେ ଆତଙ୍କୀକୁ ନିହତ କରିଛନ୍ତି ସୁରକ୍ଷାକର୍ମୀ । କୁଲଗାମ ଅଖଲ ଜଙ୍ଗଲରେ ୩ ଆତଙ୍କୀ ଏବେ ବି ଲୁଚି ରହିଥିବା ନେଇ ସର୍ଚ୍ଚ ଅପରେସନ୍ ଜାରି ରହିଛି ।

କାଶ୍ମୀରର କୁଲଗାମର ଅଖଲ ଜଙ୍ଗଲରେ ଆତଙ୍କୀ ସହ ଗୁଳି ବିନିମୟ ନବମ ଦିନରେ ପହଞ୍ଚିଛି । ଅଗଷ୍ଟ ୧ରୁ 'ଅପରେସନ୍ ଅଖଲ' ଆରମ୍ଭ ହୋଇଥିଲା । ଗତକାଲିଠୁ (ଶୁକ୍ରବାର) ଏହି ଅଞ୍ଚଳରେ ଅପରେସନ୍ ଜୋରଦାର ହୋଇଥିଲା । ବିସ୍ଫୋରଣ ସହ ଗୁଳିଗୋଳା ଶବ୍ଦ ହୋଇଥିଲା । ଏଥିରେ ଦୁଇ ଜଣ ଯବାନ ଶହୀଦ ହୋଇଛନ୍ତି । ୧୦ ଜଣ ଆହତ ହୋଇଛନ୍ତି । ସେନାଗୁଳିରେ ଜଣେ ଆତଙ୍କୀ ନିହତ ହୋଇଛି । ଆଉ ୩ ଆତଙ୍କୀ ଲୁଚି ଥିବା ନେଇ ସର୍ଚ୍ଚ ଅପରେସନ୍ ଜାରି ରହିଛି ।  ଆତଙ୍କୀ ଲୁଚିଥିବା ଗୁଇନ୍ଦା ସୂଚନା ମିଳିବା ପରେ ଅଗଷ୍ଟ ୧ରୁ ସୁରକ୍ଷାକର୍ମୀ ଏହି ଅପରେସନ୍ ଆରମ୍ଭ କରିଥିଲେ । ଭାରତୀୟ ସେନାର ଚିନାର ଫୋର୍ସ ଅନୁସାରେ, ସେନା, ଜମ୍ମୁ-କାଶ୍ମୀର ପୁଲିସ ଏବଂ ସିଆରପିଏଫର ମିଳିତ ଟିମ୍‌ ଦକ୍ଷିଣ କାଶ୍ମୀର ଜଙ୍ଗଲରେ ଆତଙ୍କୀ ଦମନ ଅଭିଯାନ ଜାରି ରଖିଛନ୍ତି । ସ୍ଥାନୀୟ ଅଞ୍ଚଳକୁ ଘେରାବନ୍ଦୀ କରି ସର୍ଚ୍ଚ ଅପରେସନ୍ ଜାରି ରଖିଛନ୍ତି ।

ଅଧିକ ପଢନ୍ତୁ...ଆଇଡ଼ି, ଚକୋଲେଟ୍, ବାୟୋମେଟ୍ରିକ୍ ଡାଟା...ପାକିସ୍ତାନୀ ଥିଲେ ପହଲଗାମ ଆକ୍ରମଣକାରୀ, ମିଳିଲା ପ୍ରମାଣ

ଶହୀଦ ଯବାନ ହେଲେ ଲାଏନ୍ସ/ନାଏକ ପ୍ରୀତିପାଲ ସିଂହ ଏବଂ ସେପଏ ହରିମନ୍ଦିର ସିଂହ । ଦେଶର ସୁରକ୍ଷା ପାଇଁ ଜୀବନର ବଳିଦାନ ଦେଇଛନ୍ତି । ତାଙ୍କ ବଳିଦାନକୁ ସଲାମ୍ କରିଛି ଭାରତୀୟ ସେନା । ବୀରପୁତ୍ର କର୍ତ୍ତବ୍ୟ ପାଳନ କରି ଶହୀତ ହୋଇଛନ୍ତି । ତାଙ୍କ ପରିବାର ପ୍ରତି ସମବେଦନା ଜଣାଛି ଭାରତୀୟ ସେନା ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.