ପ୍ରମୂଖ ଖବର
  • ସୋମବାରଠୁ ଶ୍ରୀକ୍ଷେତ୍ରରେ ଝୁଲଣ ଯାତ୍ରା, ମଠ ମନ୍ଦିର ଝୁଲଣ କୁଞ୍ଜରେ ଝୁଲିବେ ଦେବଦେବୀ
  • ||
  • ଏଫ୍‌ଏମ୍‌ ଛାତ୍ରୀ ଆତ୍ମାହୁତି ମାମଲାରେ ଆକ୍ସନ୍, ଦୁଇ ଛାତ୍ରଙ୍କୁ ଗିରଫ କରି ଜେଲ ପଠାଇଲା କ୍ରାଇମ୍‌ବ୍ରାଞ୍ଚ୍
  • ||
  • ୟେମେନରେ ମଝି ଦରିଆରେ ବୁଡ଼ିଗଲା ଡଙ୍ଗା, ୬୮ ମୃତ , ୭୪ଜଣଙ୍କର ମିଳୁନି ପତ୍ତା
  • ||
  • ବଳଙ୍ଗା ପୀଡ଼ିତାଙ୍କୁ ଦୁଃଖଭରା ବିଦାୟ, ଆଜି ପୈତୃକ ଗାଁ ବାୟାବରରେ ହେବ ଶେଷକୃତ୍ୟ
  • ||
  • ଏଫଏମ୍ କଲେଜ ଛାତ୍ରୀ ଆତ୍ମାହୁତି ମାମଲା,କଲେଜର ଦୁଇ ଛାତ୍ର ଗିରଫ, ଆତ୍ମାହୁତି ପାଇଁ ଉସ୍‌କାଇଥିବା ଅଭିଯୋଗ
  • ||
  • ଆସନ୍ତା ୭ରେ ହୋଇପାରେ ଘୂର୍ଣ୍ଣିବଳୟ, ୯ ଯାଏ ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗର ପୂର୍ବାନୁମାନ
  • ||

ବଳଙ୍ଗା ପୀଡ଼ିତାଙ୍କ ମୃତ୍ୟୁ ପରେ ରାଜନୀତି ଜୋର୍; କଂଗ୍ରେସର ଡିଜିପି ଅଫିସ୍ ଘେରାଉ ଚେତାବନୀ

Published By : Manash Sahoo | August 3, 2025 3:09 PM

ଭୁବନେଶ୍ବର,୦୩/୦୭: ବଳଙ୍ଗା ପୀଡିତାଙ୍କ ମୃତ୍ୟୁ ପରେ ରାଜ୍ୟ ସରକାରଙ୍କୁ ଘେରିଲା କଂଗ୍ରେସ । ୬ ଦିନ ପୂର୍ବରୁ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇଥିଲେ ନାବାଳିକା ପୀଡ଼ିତା ଧୀରେ ଧୀରେ ସୁସ୍ଥ ହେଉଛନ୍ତି । ହେଲେ ଏବେ କିପରି ତାଙ୍କ ମୃତ୍ୟୁ ହେଲା ତାକୁ ନେଇ ପ୍ରଶ୍ନ ଉଠାଇଛି କଂଗ୍ରେସ । ଏହା ଆତ୍ମହତ୍ୟା ନୁହେଁ ବରଂ ଷଡଯନ୍ତ୍ର କରି ହତ୍ୟା କରାଯାଇଛି । ନାବାଳିକାଙ୍କ ବାପା କହୁଛନ୍ତି, ଝିଅର ମାନସିକ ସ୍ଥିତି ଠିକ ନଥିଲା । ଏହାକୁ ନେଇ ଅଜଥା ରାଜନୀତି କରାନଯାଉ । ଅନ୍ୟପଟେ ପୁଲିସ କହୁଛି ଏହି ଘଟଣାର ତଦନ୍ତ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି । ଏଥିରେ କାହାର ସମ୍ପୃକ୍ତି ନାହିଁ । ସରକାର ଦୋଷୀଙ୍କୁ ନଧରି ଏହି ମାମଲାକୁ ଚାପି ଦେବାକୁ ଚାହୁଁଛନ୍ତି । ଆସନ୍ତା ୭ ଦିନ ଭିତରେ ୩ ଅଭିଯୁକ୍ତ ଗିରଫ ନହେଲେ କଂଗ୍ରେସ ଡିଜିପିଙ୍କ ଅଫିସ୍ ଘେରାଉ କରିବ ବୋଲି ଚେତାବନୀ ଦେଇଛି। ଏହି ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ନେତ୍ରୀ ମଧୁସ୍ମିତା ଆଚାର୍ଯ୍ୟ ଏବଂ ମନୀଷା ଦାସ ପଟ୍ଟନାୟକ ଉପସ୍ଥିତ ଥିଲେ ।

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.