ପ୍ରମୂଖ ଖବର
  • ରାୟଗଡ଼ା : ପାରିବାରିକ କଳହର କରୁଣ ପରିଣତି, ସ୍ତ୍ରୀକୁ ଠେଙ୍ଗାରେ ପିଟି ହତ୍ୟା କଲା ସ୍ୱାମୀ
  • ||
  • ବଲାଙ୍ଗୀର : ଜାମପଡା ଜଙ୍ଗଲରୁ ଯୁବକଙ୍କ ମୃତଦେହ ଠାବ, ହତ୍ୟା ଅଭିଯୋଗ
  • ||
  • ରାଜସ୍ଥାନରେ ଭୂକମ୍ପ ଝଟକା,ରିକ୍ଟର ସ୍କେଲରେ ତୀବ୍ରତା ୩.୯ ରେକର୍ଡ଼
  • ||
  • ଜଷ୍ଟିସ୍‌ ଯଶୱନ୍ତ ବର୍ମାଙ୍କୁ ଶକ୍ତ ଝଟକା; ସର୍ବୋଚ୍ଚ ଅଦାଲତରେ ଚ୍ୟାଲେଞ୍ଜ ଆବେଦନ ଖାରଜ୍
  • ||
  • କଟକ : ଅସହ୍ୟ ହେଲା ପ୍ରେମିକଙ୍କ ବ୍ଲାକମେଲ୍! ଫ୍ୟାନ୍‌ରେ ଝୁଲିପଡ଼ିଲେ ଯୁବତୀ
  • ||
  • କଟକ ଏସ୍‌ସିବି ମେଡିକାଲରେ ପହଞ୍ଚିଲା ପଟ୍ଟାମୁଣ୍ଡାଇ ଛାତ୍ରୀଙ୍କ ମୃତଦେହ, କରାଯିବ ବ୍ୟବଚ୍ଛେଦ
  • ||
  • ପଟ୍ଟାମୁଣ୍ଡାଇ ଛାତ୍ରୀ ଆତ୍ମହୁତି ଘଟଣାରେ ଆକ୍ସନ୍, ASI ଶୈଳେନ୍ଦ୍ର ନାରାୟଣ ପଲେଇଙ୍କୁ ବଦଳି ନିର୍ଦ୍ଦେଶ
  • ||
  • ବଳଙ୍ଗା ପୀଡ଼ିତାଙ୍କୁ ନ୍ୟାୟ ଦାବିରେ ବିଜେଡ଼ି ପକ୍ଷରୁ ପୁରୀ ବନ୍ଦ ଡାକରା, ସକାଳ ୬ଟାରୁ ଦିନ ୧୨ଟା ଯାଏ ଚାଲିବ
  • ||
  • ଜଗତସିଂହପୁର ରଘୁନାଥପୁର ଥାନା ଅଞ୍ଚଳରେ ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମ, ପ୍ରତିରୋଧ କରିବାରୁ ଲହୁ ଲୁହାଣ କଲେ ଦୁର୍ବୃତ୍ତ
  • ||
  • ଆସନ୍ତା ୮ରେ ବାଂଲାଦେଶ ଉପରେ ଘୂର୍ଣ୍ଣିବଳୟ, ଉପକୂଳ, ଆଭ୍ୟନ୍ତରୀଣ ଓଡ଼ିଶାରେ କାଁ ଭାଁ ବର୍ଷା ସମ୍ଭାବନା
  • ||
  • ନୟାଗଡ଼: ପୂର୍ବତନ ମନ୍ତ୍ରୀ ବିଭୂତି ଭୂଷଣ ସିଂହ ମର୍ଦ୍ଦରାଜଙ୍କ ପରଲୋକ, ଚିକିତ୍ସାଧିନ ଅବସ୍ଥାରେ ୭୦ ବର୍ଷ ବୟସରେ କଲେ ଶେଷ ନିଶ୍ବାସ ତ୍ୟାଗ
  • ||

ଗଲୱାନ ସଂଘର୍ଷ ପରେ ପ୍ରଥମ ଥର ଚୀନ ଗସ୍ତ କରିବେ ପ୍ରଧାନମନ୍ତ୍ରୀ ମୋଦୀ, ଏସ୍‌ସିଓ ସମ୍ମିଳନୀରେ ହେବେ ସାମିଲ

Published By : Tapas Panda | August 6, 2025 6:06 PM

ନୂଆଦିଲ୍ଲୀ: ଚୀନ୍‌ ଗସ୍ତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।  ଚଳିତ ମାସ ଅନୁଷ୍ଠିତ ହେବାକୁ ଥିବା ସାଂଘାଇ ସହଯୋଗ ସଂଗଠନ (SCO) ସମ୍ମିଳନୀରେ ଯୋଗ ଦେବେ ପ୍ରଧାନମନ୍ତ୍ରୀ । ୨୦୨୦ ମସିହାରେ ପୂର୍ବ ଲଦାଖର ଗଲୱାନରେ ଦୁଇ ଦେଶର ସେନା ମଧ୍ୟରେ ସଂଘର୍ଷ ପରେ ଏହା ପ୍ରଧାନମନ୍ତ୍ରୀ ମୋଦୀଙ୍କର ପ୍ରଥମ ଚୀନ୍ ଗସ୍ତ ହେବ। ଭାରତ ଏବଂ ଚୀନ୍ ଦ୍ୱିପାକ୍ଷିକ ସମ୍ପର୍କକୁ ଉନ୍ନତ କରିବା ପାଇଁ ପ୍ରୟାସ କରିବା ପରିପ୍ରେକ୍ଷୀରେ ଏହି ଗସ୍ତ ହେବ ବୋଲି କୁହାଯାଉଛି ।

ଏସସିଓ ସମ୍ମିଳନୀ ୩୧ ଅଗଷ୍ଟରୁ ୧ ସେପ୍ଟେମ୍ବର ପର୍ଯ୍ୟନ୍ତ ଚୀନରେ ଅନୁଷ୍ଠିତ ହେବାକୁ ଯାଉଛି । ଏହି ସମୟରେ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ମଧ୍ୟରେ ସାକ୍ଷାତ ଆଲୋଚନା ହେବ । ଶେଷ ଥର ପାଇଁ ଦୁଇ ନେତା ୨୦୨୪ ଅକ୍ଟୋବରରେ ରୁଷରେ ଅନୁଷ୍ଠିତ ବ୍ରିକ୍ସ ସମ୍ମିଳନୀ ସମୟରେ ସାକ୍ଷାତ କରିଥିଲେ । ଚୀନ୍ ବୈଦେଶିକ ମନ୍ତ୍ରଣାଳୟ ଅନୁଯାୟୀ, ୨୦ ରୁ ଅଧିକ ଦେଶର ନେତା ଏବଂ ୧୦ ଟି ଅନ୍ତର୍ଜାତୀୟ ସଂଗଠନର ମୁଖ୍ୟ ଏସସିଓ ସମ୍ମିଳନୀ ଏବଂ ସମ୍ପର୍କିତ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ ।

ଚୀନରେ ଅନୁଷ୍ଠିତ ହେବାକୁ ଥିବା SCO ସମ୍ମିଳନୀରେ ଯୋଗ ଦେବା ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦୀ ଜାପାନ ଗସ୍ତ କରିବେ। ପ୍ରଧାନମନ୍ତ୍ରୀ ମୋଦି ଅଗଷ୍ଟ ୩୦ରେ ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କିଶିଦାଙ୍କ ସହ ବାର୍ଷିକ ଶିଖର ସମ୍ମିଳନୀରେ ଯୋଗ ଦେବେ। ପ୍ରଧାନମନ୍ତ୍ରୀ ମୋଦୀ ପୂର୍ବରୁ ୨୦୧୯ରେ ଚୀନ ଗସ୍ତ କରିଥିଲେ। ଏସସିଓ ସମ୍ମିଳନୀରେ ବାଣିଜ୍ୟ ସହଯୋଗ, ଆତଙ୍କବାଦ, ଆଞ୍ଚଳିକ ସୁରକ୍ଷା ଏବଂ ବହୁପାକ୍ଷିକ ସହଯୋଗ ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା କରାଯିବ । ପ୍ରଧାନମନ୍ତ୍ରୀ ମୋଦୀ ଏପରି ସମୟରେ ଚୀନ ଗସ୍ତ କରୁଛନ୍ତି ଯେତେବେଳେ ଆମେରିକା ଭାରତ ଉପରେ ଶୁଳ୍କ ବୃଦ୍ଧି କରିବାକୁ ଲଗାତାର ଧମକ ଦେଉଛି । 

ଗତ ମାସରେ ଟ୍ରମ୍ପ କହିଥିଲେ , ‘BRICS ଆମକୁ ଆଘାତ ଦେବାକୁ  ଏବଂ ଆମ ଡଲାରକୁ ଦୁର୍ବଳ କରିବା ପାଇଁ ପ୍ରତିଷ୍ଠା କରାଯାଇଥିଲା। ଯଦି ଏହି ଗୋଷ୍ଠୀ କେବେ ଶକ୍ତିଶାଳୀ ହୁଏ, ତେବେ ଏହା ବହୁତ ଶୀଘ୍ର ଶେଷ ହୋଇଯିବ। ଏହି ଗୋଷ୍ଠୀ ଏବେ ଦ୍ରୁତ ଗତିରେ ଦୁର୍ବଳ ହେଉଛି। ଡଲାରର ସ୍ଥିତି ଛଡ଼ାଇ ନେବା ବିଶ୍ୱଯୁଦ୍ଧ ହାରିବା ପରି ହେବ। ଆମେ ଡଲାରକୁ ଖସିବାକୁ ଦେବୁ ନାହିଁ।’

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.