ପ୍ରମୂଖ ଖବର
  • ଜଗତସିଂହପୁର ରଘୁନାଥପୁର ଥାନା ଅଞ୍ଚଳରେ ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମ, ପ୍ରତିରୋଧ କରିବାରୁ ଲହୁ ଲୁହାଣ କଲେ ଦୁର୍ବୃତ୍ତ
  • ||
  • ଆସନ୍ତା ୮ରେ ବାଂଲାଦେଶ ଉପରେ ଘୂର୍ଣ୍ଣିବଳୟ, ଉପକୂଳ, ଆଭ୍ୟନ୍ତରୀଣ ଓଡ଼ିଶାରେ କାଁ ଭାଁ ବର୍ଷା ସମ୍ଭାବନା
  • ||
  • ନୟାଗଡ଼: ପୂର୍ବତନ ମନ୍ତ୍ରୀ ବିଭୂତି ଭୂଷଣ ସିଂହ ମର୍ଦ୍ଦରାଜଙ୍କ ପରଲୋକ, ଚିକିତ୍ସାଧିନ ଅବସ୍ଥାରେ ୭୦ ବର୍ଷ ବୟସରେ କଲେ ଶେଷ ନିଶ୍ବାସ ତ୍ୟାଗ
  • ||

ବିଦେଶରେ ବାହାଘର, ଦିଲ୍ଲୀରେ ରିସେପସନ୍: ୱେଡିଂ ଲୁକ୍‌ରେ ନଜର ଆସିଲେ ପିନାକୀ- ମହୁଆ

Published By : Manoj | August 6, 2025 1:44 PM

ଭୁବନେଶ୍ବର ୦୬/୦୮: ଜର୍ମାନୀରେ ଧୁମ୍‌ଧାମ୍‌ରେ ବିବାହ। ଦିଲ୍ଲୀ ରିସେପସନ୍। ବିଜେଡିର ପୂର୍ବତନ ସାଂସଦ ପିନାକୀ ମିଶ୍ର ଓ ତୃଣମୂଳ ସାଂସଦ ମହୁଆ ମୈତ୍ର ୱେଡିଂ ରିସେପସନ୍ ପାର୍ଟି ଦେଇଛିନ୍ତି। ଯାହାର ଫଟୋ ସେସିଆଲ ମିଡ଼ିଆରେ ଏବେ ଭାଇରାଲ ହେବାରେ ଲାଗିଛି। ଏହି ଫଟୋର ପୂର୍ବତନ ସାଂସଦ ପିନାକୀ ମିଶ୍ର ଏବଂ ମହୁଆ ମୈତ୍ରଙ୍କ ପାର୍ଟି ଲୁକ୍‌ରେ ଦେଖିବାକୁ ମିଳିଛି। ଏହି ରିସେପସନ୍ ପାର୍ଟି ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ।  ବିଶେଷକରି ଅଧିକାଂଶ ରାଜନୈତିକ ଦଳର ନେତା, ଯଥା ସୋନିଆ ଗାନ୍ଧି, ଅଖିଲେଶ ଯାଦବ ପ୍ରମୁଖ ଏହି ପାର୍ଟିରେ ଯୋଗଦେଇଥିଲେ। 

ଜାତୀୟ ଗଣମାଧ୍ୟମ ‘ଦ ଟେଲିଗ୍ରାଫ’ ଅନୁଯାଇ ଦୁହେଁ ଗତ ମେ ୩୦ ତାରିଖରେ ଜର୍ମାନୀରେ ବିବାହ କରିଥିଲେ। ଏଥିରେ ମହୁଆ ଓ ପିନାକୀଙ୍କୁ ପାରମ୍ପରିକ ପୋଷାକ ପିନ୍ଧିଥିଲେ । କେବଳ କିଛି ନିକଟ ସମ୍ପର୍କୀୟଙ୍କ ଉପସ୍ଥିତିରେ ନିରାଡ଼ମ୍ବର ଭାବେ ବିବାହ ହୋଇଥିଲା। ଆଉ ଏବେ ଦୀର୍ଘ ଦିନ ପରେ ଦିଲ୍ଲୀରେ ଉଭୟେ ପାର୍ଟି ଦେଇଛନ୍ତି। ଏହି ରିସେପ୍ସନ ପାର୍ଟିରେ ଅନେକ ରାଜନେତାଙ୍କୁ ଏକାଠି ଦେଖିବାକୁ ମିଳିଥିଲା । କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀ, ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ, ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେଭନ୍ତ ରେଡ୍ଡୀ, ସମାଜବାଦୀ ପାର୍ଟି ସୁପ୍ରିମୋ ଅଖିଳେଶ ଯାଦବ, ତାଙ୍କ ପତ୍ନୀ ଡିମ୍ପଲ ଯାଦବ ପ୍ରମୁଖ ଏହି ପାର୍ଟିରେ ଯୋଗ ଦେଇଥିଲେ।  ସେହିଭଳି ସାଂସଦ ତଥା ଅଭିନେତ୍ରୀ ରଚନା ବାନାର୍ଜୀ, ବିଜେଡିର ସୁଲତା ଦେଓ, ସୁପ୍ରିୟା ସୁଲେ, କେନ୍ଦ୍ରମନ୍ତ୍ରୀ ଅନୁପ୍ରିୟା ପଟେଲ ପ୍ରମୁଖ ଯୋଗ ଦେଇଥିଲେ । 

ସୂଚନ ଯୋଗ୍ୟ ଯେ, ମହୁଆ ଏବଂ ପିନାକୀ ଉଭୟ ପୂର୍ବରୁ ବିବାହିତ। ମହୁଆ ପୂର୍ବରୁ ଦାନିଶଙ୍କୁ ବିବାହ କରିଥିଲେ । ହେଲେ ତାଙ୍କ ସହ ମହୁଆଙ୍କର ବିବାହ ବିଚ୍ଛେଦ ହୋଇଥିଲା ଏହାପରେ ୩ ବର୍ଷ ଧରି ସେ ଓକିଲ ଅନନ୍ତ ଦେହାଦରାଇଙ୍କ ସହ ମଧ୍ୟ ସମ୍ପର୍କରେ ଥିଲେ । ଅନ୍ୟପଟେ ପିନାକୀଙ୍କ ପ୍ରଥମ ବିବାହ ୧୯୮୫ରେ ସଙ୍ଗୀତା ମିଶ୍ରଙ୍କ ସହିତ ହୋଇଥିଲା। ସେମାନଙ୍କର ଗୋଟିଏ ପୁଅ ଏବଂ ଗୋଟିଏ ଝିଅ ମଧ୍ୟ ଅଛନ୍ତି।  ମହୁଆଙ୍କୁ ୫୦ ବର୍ଷ ହୋଇଥିବା ବେଳେ ପିନାକୀଙ୍କୁ ଏବେ ୬୫ ବର୍ଷ। ଉଭୟଙ୍କ ଦ୍ବିତୀୟ ବିବାହକୁ ନେଇ ବଢିଛି ଜୋରଦାର ଚର୍ଚ୍ଚା।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.