ପ୍ରମୂଖ ଖବର
  • ଗଞ୍ଜାମ : ଅଦିନିଆ ବର୍ଷାରେ ଉଜୁଡ଼ିଗଲା ଚାଷ, ଚିନ୍ତାରେ ପଡ଼ି ଜୀବନ ହାରିଲେ ଚାଷୀ
  • ||
  • ଆସନ୍ତା ଶିକ୍ଷାବର୍ଷରୁ କଲେଜରେ ଛାତ୍ର ସଂସଦ ନିର୍ବାଚନ,ଘୋଷଣା କଲେ ମୁଖ୍ୟମନ୍ତ୍ରୀ
  • ||
  • ନୟାଗଡ଼ : ରାସ୍ତା ତଳକୁ ଖସିଲା ସିମେଣ୍ଟ ବୋଝେଇ ଟ୍ରକ୍, ଡ୍ରାଇଭର ମୃତ
  • ||
  • କେନ୍ଦୁଝର : ଅର୍ଥାଭାବରୁ ଆତ୍ମହତ୍ୟା କଲେ ବିଧବା ମହିଳା, ବେସାହାରା ହେଲେ ସନ୍ତାନ
  • ||
  • ବଲାଙ୍ଗୀର : ଦୁର୍ଗାପାଲି ଗାଁରେ ଅଘଟଣ, ଜଳିଗଲା ୪ ଏକର ଜମିର ଧାନ ଗଦା
  • ||
  • ବୌଦ୍ଧ : ଟ୍ରକ୍‌ରୁ ଖସିଲା ଲୁହା ଇଲେକ୍ଟ୍ରି ପୋଲ୍‌, ଅଳ୍ପକେ ବର୍ତ୍ତିଲେ ଲୋକେ
  • ||
  • ଗଞ୍ଜାମ : ଝୁଲନ୍ତା ଅବସ୍ଥାରେ ବିବାହିତ ପ୍ରେମୀ ଯୁଗଳଙ୍କ ମୃତଦେହ ଉଦ୍ଧାର
  • ||
  • ଜୟପୁର : ଏଆର୍‌ଆଇଙ୍କ ଘରେ ପଶିଲା ଭିଜିଲାନ୍ସ, ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗ
  • ||
  • ନୀଳଗିରି : ଅଦିନିଆ ବର୍ଷା ପାଇଁ ଚିନ୍ତାରେ ଚାଷୀ, ହେକ୍ଟର ହେକ୍ଟର ପରିବା ଚାଷ ନଷ୍ଟ
  • ||
  • ପାକିସ୍ତାନର ଏୟାରଷ୍ଟ୍ରାଇକ୍‌ରେ ମୃତ୍ୟୁସଂଖ୍ୟା ୪୬କୁ ବୃଦ୍ଧି, ମୃତକଙ୍କ ମଧ୍ୟରେ ଅଧିକାଂଶ ଶିଶୁ ଓ ମହିଳା
  • ||
  • ବର୍ଡର-ଗାଭାସ୍କର ଟ୍ରଫି, ମେଲବର୍ଣ୍ଣରେ ବ୍ୟାଟିଂ କରୁଛି ଅଷ୍ଟ୍ରେଲିଆ, ଓ୍ବିକେଟ୍ ସନ୍ଧାନରେ ଭାରତ
  • ||
  • ଆଠମଲ୍ଲିକ : ଅଦିନିଆ ବର୍ଷା ଦେଇଗଲା ଦୁଃଖ, ଧାନ ବିଲରେ ଜମି ରହିଛି ପାଣି
  • ||
  • ଆଜିଠୁ ବର୍ଷା କମିବ, ୨୭ରୁ ପୁଣି ବଢ଼ିବ: ପଶ୍ଚିମା ବାୟୁ ପାଇଁ ଉତ୍ତର-ପଶ୍ଚିମ ଓଡ଼ିଶାରେ ବର୍ଷା ଆଶଙ୍କା
  • ||
  • ମେଘୁଆ ପାଗ ପରେ ସୁବର୍ଣ୍ଣପୁରରେ ଶୀତ ଲହରୀ ଆରମ୍ଭ
  • ||

ଖୁସି ଖବର, ୨୦୨୫ରେ ଏଟିଏମରୁ ଉଠିପାରିବ ଇପିଏଫ ଟଙ୍କା

Published By : Ankita S | December 12, 2024 10:47 AM

ନୂଆଦିଲ୍ଲୀ ,୧୨/୧୨: ଇପିଏଫ ସବସକ୍ରାଇବରଙ୍କ ପାଇଁ ଖୁସି ଖବର । ଖୁବଶୀଘ୍ର ଏଟିଏମରୁ ଉଠିବ ପିଏଫ ଟଙ୍କା । ୨୦୨୫କୁ କର୍ମଚାରୀ ଭବିଷ୍ୟନିଧି ପାଣ୍ଠି (ଇପିଏଫ) ଉପଭୋକ୍ତାଙ୍କ ପାଇଁ ଏହି ସୁବିଧା ଆରମ୍ଭ ହେବାକୁ ଯାଉଛି । ଗଣମାଧ୍ୟମ ଖବର ଅନୁଯାୟୀ ଆସନ୍ତାବର୍ଷ ସିଧାସଳଖ ଏଟିଏମରୁ ନିଜ ପିଏଫ ଟଙ୍କା ଉଠାଇପାରିବେ ଇପିଏଫ ଗ୍ରାହକ । ଶ୍ରମ ମନ୍ତ୍ରଣାଳୟ ଦେଶର କର୍ମଚାରୀଙ୍କୁ ଉନ୍ନତ ସେବା ପ୍ରଦାନ କରିବାକୁ ଆଇଟି ବ୍ୟବସ୍ଥାରେ ଉନ୍ନତିକରଣ କରୁଛି । ଏ ନେଇ ଶ୍ରମ ସଚିବ ସୁମିତା ଦାୱାରା ଗଣମାଧ୍ୟମରେ ପ୍ରତିକ୍ରିୟା ରଖିଛନ୍ତି ।

ଆସନ୍ତାବର୍ଷଠୁ ଇପିଏଫଓ ସଦସ୍ୟମାନେ ଏଟିଏମ ଜରିଆରେ ସେମାନଙ୍କ ଭବିଷ୍ୟନିଧି ପାଣ୍ଠି ବା ପିଏଫ ଆକ୍ସେସ କରିବାର କ୍ଷମତା ଲାଭ କରିବେ । ଶ୍ରମ ସଚିବ କହିଛନ୍ତି, ଆମେ କ୍ଲେମଗୁଡିକର ତୁରନ୍ତ ସେଟେଲ କରୁଛି ଏବଂ କର୍ମଚାରୀଙ୍କ ଜୀବନଶୈଳୀରେ ଉନ୍ନତି ଆଣିବା ପାଇଁ ପ୍ରକ୍ରିୟାକୁ ସହଜ କରୁଛୁ । ଖୁବଶୀଘ୍ର ଏଟିଏମ ଜରିଆରେ ସଦସ୍ୟମାନେ ସହଜରେ ସେମାନଙ୍କ କ୍ଲେମ ରାଶି ଉଠାଇପାରିବେ । ଏହାଦ୍ବାରା ମାନବ ହସ୍ତକ୍ଷେପ କମ ହେବ ।

ଶ୍ରମ ସଚିବ ଆହୁରି କହିଛନ୍ତି, ସିଷ୍ଟମ ବଦଳୁଛି । ପ୍ରତି ୨ରୁ ୩ ମାସରେ ବ୍ୟବସ୍ଥାରେ ଉଲ୍ଲେଖନୀୟ ପରିବର୍ତ୍ତନ ଦେଖିବାକୁ ମିଳିବ । ଜାନୁଆରୀ ସୁଦ୍ଧଆ ଇପିଏଫଓ ବଡ ଧରଣର ପରିବର୍ତ୍ତନ ଆଣିପାରେ । ନାଗରିକହଅକ ହିତ ପାଇଁ ଇପିଏଫଓ ସେବାକୁ ମଜବୁତ କରାଯାଉଛି । ଆମର କାର୍ଯ୍ୟଶକ୍ତି ବଢୁଛି । ଦେଶରେ ଶ୍ରମଶକ୍ତି ହାର ୬% ଥିଲା । ଏବେ ତାହା ୩.୨% କୁ ଖସି ଆସିଛି ।  ପ୍ରକାଶ ଥାଉ କି, ଇପିଏଫ ଅର୍ଥାତ କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନରେ ଦେଶରେ ପ୍ରାୟ  ୭୦ ନିୟୁତ ଯୋଗଦାନକାରୀ ସକ୍ରିୟ ଅଛନ୍ତି ।

  • prameyanews
  • PrameyaOdia
  • prameya
  • Prameya Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.